Categories: ଖେଳ

‘ପ୍ଲାଙ୍କ ଫର୍‌ ଇଣ୍ଡିଆ’ ଅଭିଯାନରେ ଦୂତୀ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ବଜାଜ ଆଲିଆଞ୍ଜ ଲାଇଫ୍‌ର ‘ଫ୍ଲାଙ୍କ ଫର୍‌ ଇଣ୍ଡିଆ’ ଅଭିଯାନରେ ସାମିଲ ହୋଇଛନ୍ତି। ଭାରତର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ସହାୟତା ପ୍ରଦାନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଦୂତୀ ସୋସିଆଲ ମିଡିଆରେ ଏହି ଅଭିଯାନକୁ ଆରମ୍ଭ କରିବା ସହ ନିଜର ହଜାର ହଜାର ଅନୁଗାମୀ (ଫଲୋଅର)ଙ୍କୁ ଏହି ଚ୍ୟାଲେ୍‌ଞ୍ଜ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ସାମ୍ନାକରି ଶୀର୍ଷରେ ପହଞ୍ଚତ୍ଥିବା ଦୂତୀ ଏହି ଅଭିଯାନ ଦେଶର ଉଦୀୟମାନ କ୍ରୀଡ଼ାବିତ୍‌ଙ୍କୁ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି।

Share