Posted inଖେଳ

ପ୍ରୋ ଲିଗ୍‌ ପାଇଁ ଜର୍ମାନୀ, ଇଂଲଣ୍ଡ ଟୁର୍‌: ଭାରତୀୟ ହକି କ୍ୟାମ୍ପରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୩।୩-
ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ (ସାଇ) ପରିସରରେ ଭାରତୀୟ ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହୋଇଛି। ଏହି କ୍ୟାମ୍ପରେ ଭାରତୀୟ କୋର୍‌ ଦଳର ୩୨ ସଦସ୍ୟ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ନୀଲମ ସଞ୍ଜୀପ ଖେସ୍‌ ସାମିଲ ଅଛନ୍ତି। ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ସପ୍ତାହ ଜାତୀୟ କ୍ୟାମ୍ପ ଚାଲିବାପରେ ଭାରତୀୟ ଦଳ ଜର୍ମାନୀ ଓ ଇଂଲଣ୍ଡ ଯାଇ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ଖେଳିବ। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି କ୍ୟାମ୍ପ ଖେଳାଳିଙ୍କ ପାଇଁ ବହୁ ଉପାଦେୟ ହେବ। ଭାରତୀୟ ଦଳର ଯେଉଁ ବିଭାଗରେ ଦୋଷ ଦୁର୍ବଳତା ଅଛି ତାହାକୁ ଏହି କ୍ୟାମ୍ପରେ ସୁଧାରିବାକୁ ଚେଷ୍ଟା କରାଯିବ ବୋଲି ରିଡ୍‌ କହିଛନ୍ତି। ଭାରତୀୟ ଦଳ ଚଳିତ ପ୍ରୋ ଲିଗ୍‌ରେ ଏପର୍ଯ୍ୟନ୍ତ ୩ଟି ଦଳକୁ ଭେଟି ସାରିଛି। ନେଦରଲାଣ୍ଡ୍ସ ବିପକ୍ଷରେ ଦଳ ୨ଟି ଯାକ ମ୍ୟାଚ ଜିତିଥିବାବେଳେ ବେଲଜିୟମ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ ହାରିଛି ଓ ଜିତିଛି।
”ଆମେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଭଲ ଫଳାଫଳ ପାଇବାରେ ଦକ୍ଷତା ରଖିଛୁ ବୋଲି ଚଳିତ ପ୍ରୋ ଲିଗ୍‌ରେ ପ୍ରମାଣିତ କରିଛୁ। ଏହା ଦଳର ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଛି। କେଉଁ ବିଭାଗରେ ଆମକୁ କାମ କରିବାକୁ ହେବ ତାହା ମଧ୍ୟ ଜଣାପଡ଼ିଛି। ଆମକୁ କେବଳ ମ୍ୟାଚ ଉପରେ ନୁହେଁ ସମସ୍ତ ୪ଟି ଯାକ କ୍ୱାର୍ଟରରେ ଫୋକସ ରଖିବା ଆବଶ୍ୟକ“ ବୋଲି ରିଡ୍‌ କହିଛନ୍ତି। ୪ ସପ୍ତାହ ବିଶିଷ୍ଟ କ୍ୟାମ୍ପରେ ଆମେ ସ୍କିଲ୍‌, ଟ୍ୟାକ୍‌ଲିଂ, ଗୋଲ ଶୁଟିଂ, ଟ୍ରାପିଂ ଉପରେ ବିଶେଷ ଧ୍ୟାନ ଦେବୁ। ଆମର ଆକ୍ରମଣାତ୍ମକ ସାମର୍ଥ୍ୟ ଉପରେ ମଧ୍ୟ କାମ କରିବାର ଅଛି। କ୍ୟାମ୍ପ ପରେ ଆମେ ଜର୍ମାନୀ ଓ ଇଂଲଣ୍ଡ ଯାଇ ସେଠାରେ ଖେଳିବୁ। ଏହାପରେ ୨୦୨୦ ଅଲିମ୍ପିକ୍ସ ପାଇଁ ଆମେ କେତେ ପ୍ରସ୍ତୁତ ତାହା ଜଣାପଡ଼ିବ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।
କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳି
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୂର ପାଠକ, ସୂରଜ କରକେରା, ହରମନପ୍ରୀତ ସିଂ, ଦିଲପ୍ରୀତ ସିଂ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ ସିଂ ଖାଡାଙ୍ଗବାମ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନିଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ ସିଂ, ଆକାଶଦୀପ ସିଂ, ରମଣଦୀପ ସିଂ, ଏସ.ଭି. ସୁନୀଲ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମସେର ସିଂ, ବରୁଣ କୁମାର, ଜରମନପ୍ରୀତ ସିଂ, ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ୍‌, ଜସକରନ ସିଂ, ରାଜକୁମାର ପାଲ, ଗୁରଜନ୍ତ ସିଂ, ସୁମିତ, ଚିଙ୍ଗଲେନସାନା ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri