Categories: ଖେଳ

ପ୍ରୋ କବାଡ଼ି: ଷ୍ଟିଲର୍ସକୁ ହରାଇଲା ପାନ୍ଥର୍ସ

ମୁମ୍ବାଇ, ୧।୮(ପି.ଟି.)- ଅଧିନାୟକ ଦୀପକ ହୁଦାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ଚଳିତ ପ୍ରୋ କବାଡ଼ି ଲିଗ୍‌ରେ ବିଜୟ ଅଭିଯାନ ଜାରି ରଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ହରିୟାଣା ଷ୍ଟିଲର୍ସକୁ ୩୭-୨୧ ପଏଣ୍ଟରେ ପରାସ୍ତ କରିଛି। ଚଳିତ ଲିଗ୍‌ରେ ଜୟପୁର ଦଳର ୩ ମ୍ୟାଚରୁ ଏହା ୩ୟ ବିଜୟ। ଦ୍ୱିତୀୟାର୍ଦ୍ଧରେ ପ୍ରତିପକ୍ଷ ଦଳକୁ ୨ ଥର ଅଲ୍‌-ଆଉଟ କରି ପାନ୍ଥର୍ସ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲା। ତାରକା ପ୍ରଦର୍ଶନକାରୀଭାବେ ହୁଦା ସର୍ବାଧିକ ୧୪ ପଏଣ୍ଟ ହାସଲ କରିଥିଲେ। ସନ୍ଦିପ ଧୁଲ ୬ ଓ ବିଶାଲ ୪ ପଏଣ୍ଟ ସଂଗ୍ରହ କରିଥିଲେ।

Share