Categories: ଖେଳ

ପ୍ରୋ କବାଡ଼ି ଲିଗ୍‌: ଦିଲ୍ଲୀ- ବେଙ୍ଗାଲୁରୁ ମ୍ୟାଚ ଟାଇ

ଜୟପୁର,୨୪।୯(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ସୋମବାର ବେଙ୍ଗାଲୁରୁ ବୁଲ୍ସ ଓ ଦବଙ୍ଗ ଦିଲ୍ଲୀ ପରସ୍ପରକୁ ଭେଟିଥିଲେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ ୩୯-୩୯ରେ ଅମୀମାଂସିତ ରହିଥିଲା। ଦିଲ୍ଲୀ ମ୍ୟାଚ୍‌ର ଅଧିକାଂଶ ସମୟ ପ୍ରଭାବ ବିସ୍ତାର କରି ଖେଳିଥିଲା। ତେବେ ବୁଲ୍ସ ପରେ ପ୍ରତ୍ୟାବର୍ତ୍ତନ କରିଥିଲା। ଦିଲ୍ଲୀର ନବୀନ କୁମାର ୧୪ ରେଡ ପଏଣ୍ଟ ହାସଲ କରିଛନ୍ତି। ମ୍ୟାଚ୍‌ ଟାଇ ହୋଇଥିଲେ ମଧ୍ୟ ଦିଲ୍ଲୀ ପଏଣ୍ଟ ତାଲିକାରେ ପୂର୍ବପରି ଶୀର୍ଷରେ ରହିଛି।
ସେହିପରି ସୋମବାର ଏଠାରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ହାରିୟାଣା ଷ୍ଟିଲର୍ସ ୩୯-୩୪ରେ ୩ଥର ଟାଇଟଲ ହାସଲ କରିଥିବା ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ଷ୍ଟିଲର୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିକାଶ କାଣ୍ଡୋଲା। ବିକାଶ ୧୩ ରେଡ ପଏଣ୍ଟ ହାସଲ କରିଛନ୍ତି। ଏହି ବିଜୟ ସହ ପଏଣ୍ଟ ତାଲିକାରେ ଷ୍ଟିଲର୍ସ ତା’ର ତୃତୀୟ ସ୍ଥାନକୁ ଆହୁରି ଦୃଢ଼ କରିଛି।

Share