‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ ସ୍ବତନ୍ତ୍ର। ପଣ୍ଡିତ ଗୁରୁ ଶ୍ୟାମା ଚରଣ ଏଯାବତ୍‌ ୬୮ଟି ରାଷ୍ଟ୍ରରେ ଛଉନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି। ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। ହେଲେ ଛଉନୃତ୍ୟ ପ୍ରତି ସରକାରୀ ପ୍ରୋତ୍ସାହନ ନ ଥିବାରୁ ଏହି କଳା ବୁଡ଼ିବାକୁ ବସିଲାଣି ବୋଲି ସେ କୁହନ୍ତି।
ଗୁରୁ ଶ୍ୟାମା ଚରଣଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ସଢ଼େଇକଳା ଅଞ୍ଚଳରେ। ପରାଧୀନ ଭାରତରେ ଏହି ସ୍ଥାନ ଉତ୍କଳ ମାଟିରେ ରହିଥିଲା। ସ୍ବାଧୀନତା ପରେ ଏହି ସ୍ଥାନ ବିହାରର ଅନ୍ତର୍ଭୁକ୍ତ ହେଲା। ପରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାରୁ ସଢ଼େଇକଳା ଝାଡ଼ଖଣ୍ଡ ମାଟିର ବୋଲି ଗଣନା କରାଯାଉଛି। ହେଲେ ପୂର୍ବପୁରୁଷ ଓଡ଼ିଶାର ହୋଇଥିବାରୁ ଏବେ ବି ଓଡ଼ିଶା ପ୍ରତି ଗଭୀର ଭଲ ପାଇବା ରହିଛି ବୋଲି ଶ୍ୟାମା ଚରଣ କହିଛନ୍ତି। ୧୯୪୦ରେ ଜନ୍ମଗ୍ରହଣ କରିଥିବା ଶ୍ୟାମା ଚରଣ ୬ ବର୍ଷ ବୟସରୁ ଛଉନୃତ୍ୟ ଶିକ୍ଷା କରିଥିଲେ। ପରେ ଏହି ନୃତ୍ୟରେ ପରକାଷ୍ଠା ବଳରେ ତାଙ୍କୁ ଉପରାଷ୍ଟ୍ରପତିଙ୍କଠାରୁ ଭାରତୀୟମ୍‌ ସମ୍ମାନ, ଝାଡଖଣ୍ଡ ରତ୍ନ, ପଦ୍ମଶ୍ରୀ ସମ୍ମାନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଛି। ହେଲେ ଦିନକୁ ଦିନ ଏହି ନୃତ୍ୟ ପ୍ରତି ଲୋକଙ୍କ ଆଦର କମିବା ସ୍ପଷ୍ଟ ଦେଉଛି ବୋଲି ସେ କହିଛନ୍ତି। ପୂର୍ବରୁ ମୟୂରଭଞ୍ଜ ଓ ବାଲେଶ୍ୱରର ନୀଳଗିରି ସମେତ ଅନ୍ୟ କିଛି ସ୍ଥାନରେ ଏହି ଲୋକନୃତ୍ୟ ଅଧିକ ମାତ୍ରାରେ ହେଉଥିଲା। ଏବେ ନୀଳଗିରି ଏବଂ ଅନ୍ୟାନ୍ୟ ସ୍ଥାନରେ ଏହା ଦେଖିବାକୁ ମିଳୁନି। ବଞ୍ଚତ୍ୟାଇଛି କେବଳ ମୟୂରଭଞ୍ଜର କିଛି ଅଞ୍ଚଳ। ଧୀରେ ଧୀରେ ଏହା ବି ବନ୍ଦ ହୋଇଯାଇପାରେ। ଏହି କ୍ଷେତ୍ରକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ବିଭିନ୍ନ ଜିଲାରେ ଛଉନୃତ୍ୟର ପ୍ରଚାର ପ୍ରସାର ପାଇଁ ସରକାର ପଦକ୍ଷେପ ନେବା ଉଚିତ। ଜିଲା ଏବଂ ଜାତୀୟସ୍ତରୀୟ ଛଉନୃତ୍ୟ ପ୍ରତିଯୋଗିତା ହେବା ଉଚିତ। ଏହା ଦ୍ୱାରା ଅଧିକ ମାତ୍ରାରେ ଛଉନୃତ୍ୟ ପ୍ରତିଭା ସାମ୍ନାକୁ ଆସିବେ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ବରିଷ୍ଠ ଖବରଦାତା ଡ. ସତ୍ୟ ରାୟ ଉପସ୍ଥିତ ରହି ଛଉନୃତ୍ୟ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ପଣ୍ଡିତ ଗୁରୁ ଶ୍ୟାମା ଚରଣଙ୍କ ଝିଅ ସୁସ୍ମିତା ପତି ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ଇଂଲଣ୍ଡରେ ନିଜର ଏକ ନୃତ୍ୟ ଏକାଡେମୀ କରି ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri