ବାରଙ୍ଗ,୨୬।୬(ଡି.ଏନ୍.ଏ.): ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ। ଭୁଲିଗଲା ସାତଜନ୍ମର ସମ୍ପର୍କକୁ। ପ୍ରେମିକ ସହ ମିଶି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବାମୀକୁ ହତ୍ୟା କଲା। ବାରଙ୍ଗ ଥାନା ଅନ୍ତର୍ଗତ ନେତଲଗଁା ନିକଟ କାଜୁ ଜଙ୍ଗଲରୁ ବୁଧବାର ଗୋପାଳ ନାୟକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରି ଏହି ସୂଚନା ଦେଇଛି କମିଶନରେଟ ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗୋପାଳଙ୍କ ସ୍ତ୍ରୀ ଝୁମୁରୀ ନାୟକ ଓ ତାଙ୍କ ପ୍ରେମିକ ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଜଗନ୍ନାଥ ଜେନାଙ୍କୁ ପୋଲିସ ଶନିବାର ଗିରଫ କରିଛି। ଏଥିସହ ଉଭୟଙ୍କୁ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ଗୋପାଳଙ୍କୁ କିଭଳି ହତ୍ୟା କରିଥିଲେ ତାହାର ଡେମୋ ସେମାନେ ଦେଖାଇଥିଲେ।
ଅତିରିକ୍ତ ଡିସିପି ପ୍ରମୋଦ ରଥ ଘଟଣା ସମ୍ପର୍କରେ ଖବରଦାତା ସମ୍ମିଳନୀ ଜରିଆରେ ଦେଇଥିବା ସୂଚନା ଅନୁଯାୟୀ, ବାରଙ୍ଗ ଗୋଡ଼ିସାହି ଫାଣ୍ଡି ଅଧୀନ ଓମ୍ଫେଡ୍ ପଛପଟ କାଜୁ ଜଙ୍ଗଲରୁ ବୁଧବାର ଏକ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ମୃତଦେହଟି ବାଙ୍କୀ ଗୟଳବାଙ୍କ ଗ୍ରାମରେ ଘରଜ୍ୱାଇଁ ଭାବେ ରହୁଥିବା ଜଟଣୀ ନୂଆଗଁାର ଗୋପାଳ ନାୟକଙ୍କ ବୋଲି ଜଣାପଡ଼ିଥିଲା। ମୃତଦେହ ନିକଟରେ ମହିଳାଙ୍କ ଗୋଟିଏ ଚପଲ ଓ ଏକ ରକ୍ତଛିଟା ଲାଗିଥିବା ପଥର ମିଳିଥିଲା। ତେବେ ଗୋପାଳଙ୍କ ଭାଇ ଗୋବିନ୍ଦ ଗତ ୨୧ ତାରିଖରେ ଭାଇ ନିଖୋଜ ଥିବା ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ହେଲେ ମୃତଦେହ ମିଳିବା ପରେ ଗୋପାଳଙ୍କୁ ତାଙ୍କ ସ୍ତ୍ରୀ ଝୁମୁରୀ ହତ୍ୟା କରିଥିବା ପୁନର୍ବାର ଅଭିଯୋଗ କରିବା ପରେ ବାରଙ୍ଗ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତଦନ୍ତ ଚଳାଇଥିଲା। ଅନ୍ୟପଟେ ସ୍ତ୍ରୀ ଝୁମୁରୀ ଗତ ୨୩ ତାରିଖରେ ସ୍ବାମୀ ମୃତ ଖବର ପାଇ ଫାଣ୍ଡିରେ ପହଞ୍ଚତ୍ଥିଲେ। ଏହାପରେ ପୋଲିସ ଝୁମୁରୀଙ୍କୁ ପଚରାଉଚରା କରିବା ପରେ ସେ ଦୋଷ ମାନିଥିଲେ। ପ୍ରେମ ପାଇଁ ପ୍ରେମିକ ସହ ମିଶି ସ୍ବାମୀଙ୍କ ଜୀବନ ନେଇଥିବା କଥା ପୋଲିସ ଆଗରେ ବଖାଣିଥିଲେ ା
ସୂଚନାଥାଉ କି, ପୂର୍ବରୁ ପାରିବାରିକ କଳହକୁ ନେଇ ଗୋପାଳ ଗାଳିଗୁଲଜ, ମାର୍ପିଟ କରୁଥିବାରୁ ଝୁମୁରୀ ନିକଟସ୍ଥ ତାଙ୍କ ସାଙ୍ଗ ଘରେ ଆଶ୍ରୟ ନେଉଥିଲେ। ସେ ପାଖରେ ରହୁଥିବା ଜଗନ୍ନାଥ ସହ ଦେଖାହୋଇ ପ୍ରେମସମ୍ପର୍କ ବଢ଼ିଥିଲା। ଏପରି କି ଗତ ୨୧ ତାରିଖରେ ଝୁମୁରୀ ଓ ଜଗନ୍ନାଥ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ ତ୍ରିଶୂଳିଆ ଛକରେ ଥିବା ଜାଣି ଗୋପାଳ ଏକ ସ୍କୁଟି ଧରି ସେଠାରେ ପହଞ୍ଚତ୍ଥିଲେ। ସେଠାରେ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ଲୋକମାନେ ହସ୍ତକ୍ଷେପ କରି ଗଁାକୁ ଯାଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣା ସମାଧାନ କରିଥିଲେ। ଏହାପରେ ୩ ଜଣ ଯାକ ସେହି ସ୍କୁଟିରେ ସେଠାରୁ ଆସିଥିଲେ। ହେଲେ ବାଟରେ ଗୋପାଳଙ୍କୁ ମାରିବା ପାଇଁ ଉଭୟେ ଯୋଜନା କରିଥିଲେ। ଶ୍ରୀ ଶ୍ରୀ ୟୁନିଭର୍ସିଟି ପାଖ ଓମ୍ଫେଡ୍ ନିକଟରେ ପହଞ୍ଚତ୍ବାବେଳେ ଝୁମୁରୀ ସ୍କୁଟି ରୋକିବାକୁ ସ୍ବାମୀଙ୍କୁ କହିବା ସହ ଏକ ଜରୁରୀ କଥା ଅଛି କହି କାଜୁ ଜଙ୍ଗଲକୁ ନେଇଥିଲେ। ସେଠାରେ ପୁଣି ପାଟିତୁଣ୍ଡ ହେବାରୁ ପ୍ରେମିକ ଜଗନ୍ନାଥ ସହ ମିଶି ଝୁମୁରୀ ଏକ ପଥରରେ ଗୋପାଳଙ୍କ ଶରୀରକୁ ଛେଚି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଭୟରେ ସେହି ସ୍ଥାନରୁ ଉଭୟ ଫେରାର ହୋଇଯାଇଥିଲେ।
Posted inHome Left, ଆମ ଜିଲା ଖବର, ଖୋର୍ଦ୍ଧା View All
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ
ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ଟେନସା/ବଣାଇଁ,୧୧।୪(ସମୀର କୁମାର ପାଢ଼ୀ/ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ
କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…
ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…
ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…
ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…
ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…
ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍ଲାଇନ୍-ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର
ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…
Archives

