ପ୍ରେମିକଙ୍କୁ ଝୁରୁଛନ୍ତି ଶିଳ୍ପାଙ୍କ ଭଉଣୀ

ବମ୍ବେ: ପ୍ରେମିକ ରାକେଶ ବାପତଙ୍କ ଝୁରୁଛନ୍ତି ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ। ବିଗ୍‌ ବସ୍‌ ୧୫ ଓଟିଟି ପରେ ସିଜନ୍‌ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ସମିତା। ଓଟିଟି ଘରେ ରାକେଶଙ୍କ ସହ ସମିତାଙ୍କ ଯୋଡ଼ି ଜମିଥିଲା। ଏବେ ତାଙ୍କୁ ଛାଡ଼ି ଏକା ବିଗ୍‌ବସ୍‌ ଘରକୁ ଆସିଛନ୍ତି ସମିତା।

ମଙ୍ଗଳବାର ଦେଖାଯାଇଥିବା ଏପିସୋଡରେ ଅନ୍ୟତମ ପ୍ରତିଯୋଗୀ ଜୟ ଭାନୁଶାଳୀ ସମିତାଙ୍କୁ ଲାଜେଇ ବଧୂ ଭାବେ ରାକେଶଙ୍କ ପାଇଁ କିଛି ବାର୍ତ୍ତା ଦେବାକୁ କହିଥିଲେ। ସମିତା କ୍ୟାମେରା ଆଡକୁ ଅନାଇ ଲାଜରେ ସରସର ହୋଇ ‘ଆହୋ, ଆଇକା ନା..’ ବୋଲି କହିଥିଲେ। ଏହାର ଅର୍ଥ ହେଉଛି ‘ଶୁଣ ନା..’। ଏହି ସମୟରେ ପ୍ରତିଯୋଗୀ ତେଜସ୍ବୀ ପ୍ରକାଶ ତାଙ୍କୁ ସକାଳେ ପୋହା ପ୍ରସ୍ତୁତ କରିବାକୁ ହେବ ବୋଲି କହିଥିଲେ। ଯାହାକୁ ଶୁଣି ସମିତା ଲାଜେଇ ଯାଇଥିଲେ।

ମୋଟାମୋଟି ଭାବେ ଦେଖିଲେ ନୂଆ ନୂଆ ଆରମ୍ଭ ହୋଇଥିବା ସମିତା-ରାକେଶଙ୍କ ପ୍ରେମକାହାଣୀରେ ବ୍ରେକ୍‌ ଲଗାଇଛି ବିଗ୍‌ ବସ୍‌। ଶୋ’ରେ ସାମିଲ ହେବା କାରଣରୁ ଉଭୟଙ୍କୁ ଅଲଗା ହେବାକୁ ପଡ଼ିଛି। ରାକେଶ ବାହାରେ ଥାଇ ସମିତାଙ୍କୁ ସମର୍ଥନ କରୁଛନ୍ତି। ସେହିଭଳି ସମିତା ଅନେକ ସମୟରେ ରାକେଶଙ୍କୁ ମନେ ପକାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri