ପ୍ରାଥମିକ ବିଦ୍ୟାଳୟକୁ ଆଉ ଆସୁନି ପାଠ୍ୟୋପକରଣ : ସରକାରଙ୍କ ଅଜବ ନୀତିରେ ନିରାଶ ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ,୧୧ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାଗଣା ବହି, ପୋଷାକ ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ବିଦ୍ୟାଳୟରେ ନାମଲେଖା ଫି ମଧ୍ୟ ଛାଡ କରାଯାଇଛି। କିନ୍ତୁ ମଝିରେ ମଝିରେ କେତେକ ପାଠ୍ୟୋପକରଣ ପ୍ରଦାନ କରି ପରବର୍ତ୍ତୀ ସମୟରେ ସେସବୁ ବନ୍ଦ କରିଦେଉଥିବାରୁ ଛାତ୍ରୀଛାତ୍ର ନିରାଶ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୭-୧୮ରେ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲେଟ, ଖଡି, ପେନ୍‌, ପେନ୍‌ସିଲ, ପେନସିଲ ବାକ୍ସ, ଇରେଜର, କଟର, ଓଡ଼ିଆ ହସ୍ତାକ୍ଷର ଖାତା, ମହମ ରଙ୍ଗ, ନୋଟ୍‌ କିମ୍ବା ଏକ୍ସରସାଇଜ୍‌ ଖାତା ଦେବା ବ୍ୟବସ୍ଥା କରିଥିଲେ। କିନ୍ତ ଏହାର ପରବର୍ଷଠାରୁ ଆଉ ସେସବୁ ଦିଆଯାଉନାହିଁ। କେଉଁ କାରଣରୁ ଏସବୁ ସାମଗ୍ରୀ ଦିଆଯାଉନାହିଁ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜଗତ୍‌ସିଂହପୁର ଶିକ୍ଷା ଜିଲାର ବାଲିକୁଦା, ବିରିଡ଼ି, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ, ନାଉଗାଁ, ରଘୁନାଥପୁର, ତିର୍ତ୍ତୋଲ, ଜଗତ୍‌ସିଂହପୁର ପୌର ପରିଷଦ, ପାରାଦୀପ ପୌର ପରିଷଦ ଓ କଟକ ଜିଲାର କିଛି ଅଞ୍ଚଳରେ ୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ୧୦ ପ୍ରକାର ପଠନ ଓ ଲିଖନ ସାମଗ୍ରୀ ଆସିଥିଲା। ଛାତ୍ରୀଛାତ୍ର ସଂଖ୍ୟା ଦେଖି ବ୍ଲକ ଅନୁଯାୟୀ ଏସବୁ ସାମଗ୍ରୀ ଦିଆଯାଇଥିଲା। ୧ମ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ସିଲଟ, ଖଡ଼ି, ପେନସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟ୍ଟର, ଓଡ଼ିଆ ହସ୍ତାକ୍ଷର ଖାତା ଏବଂ ମହମ ରଙ୍ଗ ଖଡି ଦିଆଯିବା ବ୍ୟବସ୍ଥା ହୋଇଥିଲା। ସେହିପରି ୨ୟରୁ ୫ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପେନ୍‌ସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟର, ମହମ ରଙ୍ଗଖଡି, କଲମ, ନୋଟ୍‌/ଏକ୍ସରସାଇଜ୍‌ ଖାତା ପ୍ରଦାନ କରାଯାଇଥିଲା। ଜଗତ୍‌ସିଂହପୁର ଶିକ୍ଷା ଜିଲା ପାଇଁ ମୋଟ ଉପରେ ୯,୭୫୦ ସିଲଟ, ୯,୭୫୦ ଖଡି (ସ୍ଲେଟ୍‌ ପେନ୍‌ସିଲ), ୯,୭୫୦ ଓଡ଼ିଆ ହସ୍ତାକ୍ଷର, ୫୧,୯୨୮ ପେନସିଲ୍‌ ବାକ୍ସ, ୫୧,୯୨୮ ପେନସିଲ୍‌, ୫୧,୯୨୮ ଇରେଜର୍‌, ୫୧,୯୨୮ କଟର, ୫୧,୯୨୮ ମହମ ରଙ୍ଗ ଖଡି, ୪୨,୧୪୫ ଏକ୍ସରସାଇଜ୍‌ ବହି ଓ ୪୨,୧୪୫ଟି କଲମ ପ୍ରଦାନ କରାଯାଇଥିଲା। ଏଥିପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏପରି କି ସେମାନଙ୍କ ଅଭିଭାବକମାନେ ମଧ୍ୟ ଖୁସି ହୋଇଥିଲେ। ପ୍ରତିବର୍ଷ ଏହିସବୁ ପଠନ ଓ ଲିଖନ ସାମଗ୍ରୀ ଦିଆଯିବ ବୋଲି ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆଶା କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ଆଶା ରଖିଥିଲେ। କିନ୍ତୁ ତା’ପରବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଆଉ ଏହା ଦିଆଗଲାନାହିଁ। ପିଲାମାନେ ଓ ସେମାନଙ୍କ ଅଭିଭାବକମାନେ ଅପେକ୍ଷା କରି ନିରାଶ ହେବାରୁ ଶିକ୍ଷକମାନଙ୍କୁ ପଚାରିଥିଲେ। ଯେହେତୁ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ଏହା ଆସିନାହିଁ, ତେଣୁ ସେମାନେ ନାଚାର ବୋଲି ଶିକ୍ଷକମାନେ କହି ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଥିଲା। ୨୦୧୯-୨୦ରେ ଏହା ମିଳିବା ଆଶା ପୁଣି ଉଜ୍ଜୀବିତ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହା ପହଞ୍ଚତ୍ ପାରିନାହିଁ। ଏ ସମ୍ପର୍କରେ ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନାମ ଗୋପନ ରଖି କହିଛନ୍ତି, ବାସ୍ତବରେ ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ ନୁହେଁ। ଯଦି କିଛି ଦିଆଯିବା କଥା ତେବେ ତାହା ନିୟମିତ ହେଉ। ଗୋଟିଏ ବର୍ଷ ଦେଇ ଅନ୍ୟବର୍ଷ ନ ଦେବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ କରୁଛି । ଏଥିଯୋଗୁ ଶିକ୍ଷକମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି। କାରଣ ଅନେକ ଛାତ୍ରାଭିଭାବକ ବିଦ୍ୟାଳୟ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେମାନଙ୍କ ସନ୍ଦେହ ଶିକ୍ଷକମାନେ ଏସବୁ ସାମଗ୍ରୀ ପିଲାଙ୍କୁ ନ ଦେଇ ବଜାରରେ ଚୋରାରେ ବିକ୍ରି କରି ଲାଭବାନ ହେଉଛନ୍ତି। ସେମାନଙ୍କୁ ବୁଝାଇବା ମଧ୍ୟ ସବୁ ସମୟରେ ସହଜ ହେଉନି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଲେ ଯେ, ବାସ୍ତବରେ ଏନେଇ ଛାତ୍ରାଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିଲେ ସୁଦ୍ଧା ସେମାନେ କିଛି କରିବା ସମ୍ଭବ ନୁହେଁ। କାରଣ ଓପେପାରୁ ୨୦୧୭-୧୮ରେ ପାଠ୍ୟୋପକରଣ ସାମଗ୍ରୀ ଆସିଥିଲେ ସୁଦ୍ଧା ତା’ପରବର୍ଷଠାରୁ ବନ୍ଦ କରି ଦିଆଯାଇଛି। କେଉଁ କାରଣରୁ ଆସୁନାହିଁ ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri