ପ୍ରାଥମିକ ବିଦ୍ୟାଳୟକୁ ଆଉ ଆସୁନି ପାଠ୍ୟୋପକରଣ : ସରକାରଙ୍କ ଅଜବ ନୀତିରେ ନିରାଶ ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ,୧୧ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାଗଣା ବହି, ପୋଷାକ ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ବିଦ୍ୟାଳୟରେ ନାମଲେଖା ଫି ମଧ୍ୟ ଛାଡ କରାଯାଇଛି। କିନ୍ତୁ ମଝିରେ ମଝିରେ କେତେକ ପାଠ୍ୟୋପକରଣ ପ୍ରଦାନ କରି ପରବର୍ତ୍ତୀ ସମୟରେ ସେସବୁ ବନ୍ଦ କରିଦେଉଥିବାରୁ ଛାତ୍ରୀଛାତ୍ର ନିରାଶ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୭-୧୮ରେ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲେଟ, ଖଡି, ପେନ୍‌, ପେନ୍‌ସିଲ, ପେନସିଲ ବାକ୍ସ, ଇରେଜର, କଟର, ଓଡ଼ିଆ ହସ୍ତାକ୍ଷର ଖାତା, ମହମ ରଙ୍ଗ, ନୋଟ୍‌ କିମ୍ବା ଏକ୍ସରସାଇଜ୍‌ ଖାତା ଦେବା ବ୍ୟବସ୍ଥା କରିଥିଲେ। କିନ୍ତ ଏହାର ପରବର୍ଷଠାରୁ ଆଉ ସେସବୁ ଦିଆଯାଉନାହିଁ। କେଉଁ କାରଣରୁ ଏସବୁ ସାମଗ୍ରୀ ଦିଆଯାଉନାହିଁ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜଗତ୍‌ସିଂହପୁର ଶିକ୍ଷା ଜିଲାର ବାଲିକୁଦା, ବିରିଡ଼ି, ଏରସମା, ଜଗତ୍‌ସିଂହପୁର, କୁଜଙ୍ଗ, ନାଉଗାଁ, ରଘୁନାଥପୁର, ତିର୍ତ୍ତୋଲ, ଜଗତ୍‌ସିଂହପୁର ପୌର ପରିଷଦ, ପାରାଦୀପ ପୌର ପରିଷଦ ଓ କଟକ ଜିଲାର କିଛି ଅଞ୍ଚଳରେ ୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ୧୦ ପ୍ରକାର ପଠନ ଓ ଲିଖନ ସାମଗ୍ରୀ ଆସିଥିଲା। ଛାତ୍ରୀଛାତ୍ର ସଂଖ୍ୟା ଦେଖି ବ୍ଲକ ଅନୁଯାୟୀ ଏସବୁ ସାମଗ୍ରୀ ଦିଆଯାଇଥିଲା। ୧ମ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ସିଲଟ, ଖଡ଼ି, ପେନସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟ୍ଟର, ଓଡ଼ିଆ ହସ୍ତାକ୍ଷର ଖାତା ଏବଂ ମହମ ରଙ୍ଗ ଖଡି ଦିଆଯିବା ବ୍ୟବସ୍ଥା ହୋଇଥିଲା। ସେହିପରି ୨ୟରୁ ୫ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପେନ୍‌ସିଲ୍‌, ପେନସିଲ୍‌ ବାକ୍ସ, ଇରେଜର୍‌, କଟର, ମହମ ରଙ୍ଗଖଡି, କଲମ, ନୋଟ୍‌/ଏକ୍ସରସାଇଜ୍‌ ଖାତା ପ୍ରଦାନ କରାଯାଇଥିଲା। ଜଗତ୍‌ସିଂହପୁର ଶିକ୍ଷା ଜିଲା ପାଇଁ ମୋଟ ଉପରେ ୯,୭୫୦ ସିଲଟ, ୯,୭୫୦ ଖଡି (ସ୍ଲେଟ୍‌ ପେନ୍‌ସିଲ), ୯,୭୫୦ ଓଡ଼ିଆ ହସ୍ତାକ୍ଷର, ୫୧,୯୨୮ ପେନସିଲ୍‌ ବାକ୍ସ, ୫୧,୯୨୮ ପେନସିଲ୍‌, ୫୧,୯୨୮ ଇରେଜର୍‌, ୫୧,୯୨୮ କଟର, ୫୧,୯୨୮ ମହମ ରଙ୍ଗ ଖଡି, ୪୨,୧୪୫ ଏକ୍ସରସାଇଜ୍‌ ବହି ଓ ୪୨,୧୪୫ଟି କଲମ ପ୍ରଦାନ କରାଯାଇଥିଲା। ଏଥିପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏପରି କି ସେମାନଙ୍କ ଅଭିଭାବକମାନେ ମଧ୍ୟ ଖୁସି ହୋଇଥିଲେ। ପ୍ରତିବର୍ଷ ଏହିସବୁ ପଠନ ଓ ଲିଖନ ସାମଗ୍ରୀ ଦିଆଯିବ ବୋଲି ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆଶା କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ଆଶା ରଖିଥିଲେ। କିନ୍ତୁ ତା’ପରବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଆଉ ଏହା ଦିଆଗଲାନାହିଁ। ପିଲାମାନେ ଓ ସେମାନଙ୍କ ଅଭିଭାବକମାନେ ଅପେକ୍ଷା କରି ନିରାଶ ହେବାରୁ ଶିକ୍ଷକମାନଙ୍କୁ ପଚାରିଥିଲେ। ଯେହେତୁ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ଏହା ଆସିନାହିଁ, ତେଣୁ ସେମାନେ ନାଚାର ବୋଲି ଶିକ୍ଷକମାନେ କହି ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଥିଲା। ୨୦୧୯-୨୦ରେ ଏହା ମିଳିବା ଆଶା ପୁଣି ଉଜ୍ଜୀବିତ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହା ପହଞ୍ଚତ୍ ପାରିନାହିଁ। ଏ ସମ୍ପର୍କରେ ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନାମ ଗୋପନ ରଖି କହିଛନ୍ତି, ବାସ୍ତବରେ ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ ନୁହେଁ। ଯଦି କିଛି ଦିଆଯିବା କଥା ତେବେ ତାହା ନିୟମିତ ହେଉ। ଗୋଟିଏ ବର୍ଷ ଦେଇ ଅନ୍ୟବର୍ଷ ନ ଦେବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ କରୁଛି । ଏଥିଯୋଗୁ ଶିକ୍ଷକମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି। କାରଣ ଅନେକ ଛାତ୍ରାଭିଭାବକ ବିଦ୍ୟାଳୟ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେମାନଙ୍କ ସନ୍ଦେହ ଶିକ୍ଷକମାନେ ଏସବୁ ସାମଗ୍ରୀ ପିଲାଙ୍କୁ ନ ଦେଇ ବଜାରରେ ଚୋରାରେ ବିକ୍ରି କରି ଲାଭବାନ ହେଉଛନ୍ତି। ସେମାନଙ୍କୁ ବୁଝାଇବା ମଧ୍ୟ ସବୁ ସମୟରେ ସହଜ ହେଉନି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଲେ ଯେ, ବାସ୍ତବରେ ଏନେଇ ଛାତ୍ରାଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିଲେ ସୁଦ୍ଧା ସେମାନେ କିଛି କରିବା ସମ୍ଭବ ନୁହେଁ। କାରଣ ଓପେପାରୁ ୨୦୧୭-୧୮ରେ ପାଠ୍ୟୋପକରଣ ସାମଗ୍ରୀ ଆସିଥିଲେ ସୁଦ୍ଧା ତା’ପରବର୍ଷଠାରୁ ବନ୍ଦ କରି ଦିଆଯାଇଛି। କେଉଁ କାରଣରୁ ଆସୁନାହିଁ ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?