ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି ଆରମ୍ଭ ହୋଇଛି। ଏହା ଆପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ସହରବାସୀ।
ସହରରେ ବଢୁଥିବା ଦୁର୍ଘଟଣା, ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ୨୦୧୭ ଅକ୍ଟୋବର ୬ରେ ସହରର ୫ଟି ସ୍ଥାନରେ ଖଞ୍ଜାଯାଇଥିଲା ସିସିଟିଭି। ଉଦ୍ଦେଶ୍ୟ ଥିଲା ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ କଡ଼ା ନଜର ରଖିବା। ହେଲେ କିଛିଦିନ ପରେ ପରିଚାଳନାଗତ ତ୍ରୁଟିରୁ ଏହା ଅଚଳ ହୋଇପଡ଼ିଥିଲା। ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏହାର ମନିଟରିଂ ବ୍ୟବସ୍ଥା ରହିଥିବାବେଳେ ଲାଗିଥିବା ମେଶିନ୍‌ଗୁଡ଼ିକ କାମ କରିବା ବନ୍ଦ ହୋଇଯାଇଥିଲା। ଏପରି କି ଯନ୍ତ୍ରପାତିଗୁଡ଼ିକ କେହି ନେଇଯାଇଥିବା ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଥିଲା। ପରବର୍ତ୍ତୀ ସମୟରେ ସେଗୁଡ଼ିକର ମରାମତି ଦିଗରେ ନଜର ଦେଇ ନ ଥିଲା ପୋଲିସ ପ୍ରଶାସନ। ଏହାର ସୁଯୋଗରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି ଅସାମାଜିକ ବକ୍ତି। ଦ୍ରୁତ ଗତିରେ ଗାଡ଼ି ଚଳାଇ ଆତଙ୍କ ସୃଷ୍ଟି କରୁଥିବା ଚାଳକ ଅନାୟାସରେ ଖସିଯିବାରେ ସଫଳ ହେଉଛନ୍ତି। ଫଳରେ ସିସିଟିଭି ବ୍ୟବସ୍ଥାକୁ ପ୍ରହସନ ବୋଲି ତାତ୍ସଲ୍ୟ କରିଥିଲେ ସହରର ବୁଦ୍ଧିଜୀବୀ। ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଅଚଳ ସିସିଟିଭି କ୍ୟାମେରା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦେଇଥିଲେ ଏସ୍‌ପି ଅନୁପମା ଜେମ୍‌ସ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତଦନୁଯାୟୀ ରବିବାର ଜିଲା କାର୍ଯ୍ୟାଳୟ ସମ୍ମୁଖ, ଗଣେଶ ବଜାର, ମହାବୀର ବଜାର ଟ୍ରାଫିକ ପୋଷ୍ଟ, ପୁରୁଣା ବସ୍‌ଷ୍ଟାଣ୍ଡ ଏବଂ ବାଜିଚୌକ ଆଦି ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାଗୁଡ଼ିକର ମରାମତି ଆରମ୍ଭ ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?