ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି ଆରମ୍ଭ ହୋଇଛି। ଏହା ଆପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ସହରବାସୀ।
ସହରରେ ବଢୁଥିବା ଦୁର୍ଘଟଣା, ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ୨୦୧୭ ଅକ୍ଟୋବର ୬ରେ ସହରର ୫ଟି ସ୍ଥାନରେ ଖଞ୍ଜାଯାଇଥିଲା ସିସିଟିଭି। ଉଦ୍ଦେଶ୍ୟ ଥିଲା ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ କଡ଼ା ନଜର ରଖିବା। ହେଲେ କିଛିଦିନ ପରେ ପରିଚାଳନାଗତ ତ୍ରୁଟିରୁ ଏହା ଅଚଳ ହୋଇପଡ଼ିଥିଲା। ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏହାର ମନିଟରିଂ ବ୍ୟବସ୍ଥା ରହିଥିବାବେଳେ ଲାଗିଥିବା ମେଶିନ୍‌ଗୁଡ଼ିକ କାମ କରିବା ବନ୍ଦ ହୋଇଯାଇଥିଲା। ଏପରି କି ଯନ୍ତ୍ରପାତିଗୁଡ଼ିକ କେହି ନେଇଯାଇଥିବା ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଥିଲା। ପରବର୍ତ୍ତୀ ସମୟରେ ସେଗୁଡ଼ିକର ମରାମତି ଦିଗରେ ନଜର ଦେଇ ନ ଥିଲା ପୋଲିସ ପ୍ରଶାସନ। ଏହାର ସୁଯୋଗରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି ଅସାମାଜିକ ବକ୍ତି। ଦ୍ରୁତ ଗତିରେ ଗାଡ଼ି ଚଳାଇ ଆତଙ୍କ ସୃଷ୍ଟି କରୁଥିବା ଚାଳକ ଅନାୟାସରେ ଖସିଯିବାରେ ସଫଳ ହେଉଛନ୍ତି। ଫଳରେ ସିସିଟିଭି ବ୍ୟବସ୍ଥାକୁ ପ୍ରହସନ ବୋଲି ତାତ୍ସଲ୍ୟ କରିଥିଲେ ସହରର ବୁଦ୍ଧିଜୀବୀ। ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଅଚଳ ସିସିଟିଭି କ୍ୟାମେରା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦେଇଥିଲେ ଏସ୍‌ପି ଅନୁପମା ଜେମ୍‌ସ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତଦନୁଯାୟୀ ରବିବାର ଜିଲା କାର୍ଯ୍ୟାଳୟ ସମ୍ମୁଖ, ଗଣେଶ ବଜାର, ମହାବୀର ବଜାର ଟ୍ରାଫିକ ପୋଷ୍ଟ, ପୁରୁଣା ବସ୍‌ଷ୍ଟାଣ୍ଡ ଏବଂ ବାଜିଚୌକ ଆଦି ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାଗୁଡ଼ିକର ମରାମତି ଆରମ୍ଭ ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri