ପ୍ରବାସୀ ଶ୍ରମିକଙ୍କୁ ମିଳୁନି କ୍ବାରାଣ୍ଟାଇନ ସେଣ୍ଟର, ରାସ୍ତା ଉପରେ ବିତୁଛି ଜୀବନ

ବରଗଡ଼ ଅଫିସ୍‌, ୬ା୫-ଝାରଖଣ୍ଡରୁ ଅତାବିରାକୁ ଆସିଥିବା ଏକ ପ୍ରବାସୀ ଶ୍ରମିକ ପରିବାରକୁ ହଟହଟା ହେବାକୁ ପଡ଼ିଛି। ରହିବା ପାଇଁ ଜାଗା ମିଳୁ ନଥିବା ଯୋଗୁ ସେମାନଙ୍କୁ ରାସ୍ତାକଡ଼ ଖୋଲା ଆକାଶତଳେ ଜୀବନ ଅତିବାହିତ କରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଅତାବିରାରେ ଏକ ଘରଭଡ଼ା ନେଇ ଏହି ପରିବାର ରହୁଥିଲେ। ଏଠାରେ କାମ କରି ସେମାନେ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ କିଛିଦିନ ପୂର୍ବରୁ ସେମାନେ ଝାରଖଣ୍ଡ ଯାଇଥିଲେ। ଘର ମାଲିକଙ୍କ ସହିତ କଥାବାର୍ତ୍ତା ପରେ ପୁଣି ସେମାନେ ଅତାବିରାକୁ ଫେରିଥିଲେ। ମଙ୍ଗଳବାର ଅତାବିରା ପହଞ୍ଚିବା ପରେ ଘର ମାଲିକ ସେମାନଙ୍କୁ ଭଡ଼ାଘରେ ରହିବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷେ ଅତାବିରାର କୌଣସି କ୍ବାରାଣ୍ଟାଇନ ସେଣ୍ଟରରେ ରଖିବାକୁ ସେମାନେ ଗୁହାରି କରୁଛନ୍ତି । ଏ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି । ତେବେ ଏ ସମ୍ପର୍କରେ ଜାଣିବା ପରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ଏସଆରସିଙ୍କୁ ଟୁଇଟ୍‌ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

ବଢ଼ୁଛି ଆନ୍ଧ୍ର-ଓଡ଼ିଶା ବିବାଦ: କୋଟିଆରେ ଦୁଇ ରାଜ୍ୟର ଚେକ୍‌ପୋଷ୍ଟ ପୋଲିସ ମୁତୟନ କଲା ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗି,୨୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଯାଉଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଉପରସେମ୍ବି ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ପକ୍ଷରୁ ଚେକ୍‌ପୋଷ୍ଟ…

ନୂଆ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ, ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ

କେନ୍ଦୁଝର,୨୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶିଶୁ ମଙ୍ଗଳ ସମିତି ଗଠନକୁ ନେଇ ଚାଲୁଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri