ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ପଞ୍ଚାୟତ ଅଫିସରେ ଉତ୍ତେଜନା

ଚିତ୍ରଡ଼ା,୫।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲାର ମୋରଡା ବ୍ଲକ ଅଧିନ ହଲଦୀପାଳ ପଞ୍ଚାୟତ ଅଫିସରେ ଶୁକ୍ରବାର ଅପରାହ୍ନରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ଜାଣି ମଧ୍ୟ ପଞ୍ଚାୟତ ଅଫିସକୁ ଆସି ନ ଥିବାରୁ ଲୋକମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ଶେଷରେ ହଲଦୀପାଳ ପଞ୍ଚାୟତର ୪ନଂ ୱାର୍ଡର ୱାର୍ଡ ମେମ୍ବର ରାଧାରାଣୀ ମହାନ୍ତ ଆସି ଲୋକଙ୍କୁ ଶାନ୍ତ କରିଥିଲେ।

ଶ୍ରମିକମାନଙ୍କ କହିବା ଅନୁଯାୟୀ, ଯେଉଁ ପ୍ରବାସୀ ଶ୍ରମିକମାନେ ପୂର୍ବରୁ ରେଜିଷ୍ଟ୍ରେଶନ କରିବା ସହ ସରକାରଙ୍କ ନିୟମ ମାନି ୧୪ ଦିନ କ୍ୱାରାଣ୍ଟାଇନରେ ରହି ଘରକୁ ଫେରିବେ, ସେମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର। ସେମାନଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା। ତେବେ ବିଭିନ୍ନ ରାଜ୍ୟରୁ ହଲଦୀପାଳ ପଞ୍ଚାୟତକୁ ଆସିଥିବା ପ୍ରାୟ ୬୦ରୁ ଊଦ୍ଧର୍‌ବ ପ୍ରବାସୀ ଶ୍ରମିକ ୧୪ ଦିନ କ୍ୱାରାଣ୍ଟାଇନ ରହି ଘରକୁ ଫେରିଥିଲେ। ଘରକୁ ଫେରିବାର ସାତ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ନାହିଁ। ପଞ୍ଚାୟତ ତରଫରୁ କୌଣସି ସୂଚନା ମଧ୍ୟ ତାଙ୍କୁ ଦିଆଯାଇ ନ ଥିଲା। ଏହି ଟଙ୍କା ସମ୍ପର୍କରେ ସରପଞ୍ଚଙ୍କୁ ପଚାରିଲେ ସେ ବିଡ଼ିଓଙ୍କୁ ପଚାରିବାକୁ କହୁଛନ୍ତି। ବିଡ଼ିଓଙ୍କୁ ପଚାରିଲେ ସେ ପିଇଓଙ୍କୁ ଦେଖାକରିବା ପାଇଁ କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଏବଂ ପିଇଓ ଲୋକଙ୍କ ଘରକୁ ଯାଇ ଟଙ୍କା ଦେଉଥିବା କଥା ଶୁଣି ପ୍ରାୟରୁ ୬୦ ଊଦ୍ଧର୍‌ବ ଶ୍ରମିକମାନେ ଆସି ବାଧ୍ୟହୋଇ ହଲଦୀପାଳ ପଞ୍ଚାୟତ ଅଫିସରେ ପିଇଓ ହରିଶ୍ଚନ୍ଦ୍ର ମହାନ୍ତଙ୍କୁ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ସରପଞ୍ଚ ଜାଣି ମଧ୍ୟ ପଞ୍ଚାୟତ ଅଫିସକୁ ଆସି ନ ଥିବାରୁ ଲୋକମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ଶେଷରେ ହଲଦୀପାଳ ପଞ୍ଚାୟତର ୪ନଂ ୱାର୍ଡର ୱାର୍ଡ ମେମ୍ବର ରାଧାରାଣୀ ମହାନ୍ତ ଆସି ଲୋକଙ୍କୁ ଶାନ୍ତ କରିଥିଲେ।

ଏନେଇ ପିଇଓ ହରିଶ୍ଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ ଟଙ୍କା ଚାରି ଦିନ ହେବ ବ୍ଲକରୁ ଛଡା ହୋଇଥିଲା। ଗୁରୁବାର ପଞ୍ଚାୟତର ପାସ୍‌ ବହି ଅପ୍‌ଡେଟ୍‌ କରିବାରୁ ଟଙ୍କା ଲାଗିଥିବା ଜଣା ପଡିଥିଲା। ପରେ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ପ୍ରବାସୀ କ୍ୱାରାଣ୍ଟାଇନରେ ଥିଲେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠଯିବ। ହେଲେ ସମସ୍ତେ ପାସବହି ଦେଇ ନ ଥିଲେ। ତେଣୁ ଟଙ୍କା ଛଡା ଯାଇ ନଥିଲା। ଲୋକମାନେ ହାତରେ ଟଙ୍କା ନେବେ ବୋଲି ଜିଦ କରୁଛନ୍ତି। ତେଣୁ ବ୍ୟାଙ୍କରୁ ଟଙ୍କା ଉଠାଇ ସମସ୍ତଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ସେହିଭଳି ଏନେଇ ସରପଞ୍ଚ ଅଞ୍ଜନା ସରେନଙ୍କୁ ଯୋଗାଯୋଗ କରିବାରୁ ପିଇଓ ଟଙ୍କା ଉଠାଇବା ପାଇଁ ଯାଇଛନ୍ତି। ଟଙ୍କା ଆଣିଲେ ସମସ୍ତଙ୍କୁ ଦେଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri