ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିଡିଓଙ୍କ ନିଲମ୍ବନ ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଲଙ୍ଗଳେଶ୍ୱର, ୨୭।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା ଇତିମଧ୍ୟରେ ୧୩ ଦିନ ପୂରିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ କରି ମଙ୍ଗଳବାର ବାଲିଆପାଳ ସୂଚନା ଅଧିକାର ସଂଘ ନେତୃତ୍ୱରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅଧିକାର ସଂଘର ସଭାପତି ଅନୁଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭିଟାମାଟି ସୁରକ୍ଷାମଞ୍ଚର ଆବାହକ ଅରୁଣ ଜେନା, କୁଶଧ୍ୱଜ ଜେନା, ଆକବର ଶାହା, ଗୋପୀନାଥ ଗଙ୍ଗାଇ, ଅକ୍ଷୟ ଦାସ, ଦେବେନ୍ଦ୍ର ଦାସ, ଗୋପାଳ ମହାଳିକ ସେକ ଜଲାଲୁଦ୍ଦିନ ପ୍ରମୁଖ ବ୍ଲକ ସମ୍ମୁଖରେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିଡିଓଙ୍କ ଏଭଳି ବ୍ୟବହାର ଠିକ୍‌ ନୁହେଁ ବୋଲି କହିବା ସହ ୨୪ ଘଣ୍ଟା ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ। ବାଲେଶ୍ୱର ଜିଲାପାଳଙ୍କ ବଦଳରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଘଟଣାର ତଦନ୍ତ କରିଥିଲେ। ତେବେ ସେ କେବଳ ବିଡିଓଙ୍କ ବୟାନ ନେଇ ଫେରିଯାଇଥିବା ବେଳେ ଦୁର୍ବ୍ୟବହାରର ଶିକାର ହୋଇଥିବା ପ୍ରବାସୀ ଯୁବକଙ୍କର ବୟାନ ନେଇ ନ ଥିବାରୁ ତଦନ୍ତର ସ୍ବଚ୍ଛତାକୁ ନେଇ ସଂଘ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ପଞ୍ଚାୟତିରାଜ ବିଭାଗ ମଧ୍ୟ ଚୁପ୍‌ ବସିଛି। ତହସିଲଦାର ଦୀପକ କୁମାର ଦାସ ପହଞ୍ଚତ୍ ପ୍ରଶାସନ ପକ୍ଷରୁ ପଦେକ୍ଷପ ନିଆଯାଉଥିବା କହିବା ପରେ ବିକ୍ଷୋଭକାରୀମାନେ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri