ପ୍ରବାସୀଙ୍କୁ ଘାରିଛି ରୋଜଗାର ଚିନ୍ତା: ଜିଲାର ଅଧା ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ତାଲାବନ୍ଦ ଯୋଗୁ କର୍ମନିଯୁକ୍ତି ହରାଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଜିଲାକୁ ଫେରିବାରେ ଲାଗିଛନ୍ତି। ଏମାନଙ୍କୁ ଏବେ ରୋଜଗାର ଚିନ୍ତା ଘାରିଛି। କର୍ମନିଯୁକ୍ତି ପାଇଁ ସରକାର କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବା ବେଳେ ଜିଲାରେ ଅଧାରୁ ଅଧିକ ଚାଷଜମି ପାଇଁ ଜଳସେଚନ ଏକ ପ୍ରମୁଖ ସମସ୍ୟା ହୋଇଛି। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ କେନାଲ ଆଦୌ ନାହିଁ ା ଜଳସମ୍ପଦ ବିଭାଗ, କୃଷି ବିଭାଗ, ପଞ୍ଚାୟତିରାଜ ବିଭାଗ, ଉଠାଜଳସେଚନ ବିଭାଗ ଆଦି ଜିଲାରେ କାର୍ଯ୍ୟ କରୁଥିଲେ ମଧ୍ୟ ରାଜନଗର, ରାଜକନିକା ଓ ମହାକାଳପଡା ବ୍ଲକରେ ରାଜ୍ୟ ସରକାରଙ୍କ ପ୍ରତି ବ୍ଲକର ୩୫ ପ୍ରତିଶତ କ୍ଷେତକୁ ଜଳଯୋଗାଣ ଘୋଷଣା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇ ପାରିନାହିଁ। ରାଜକନିକା ବ୍ଲକର ୩୩.୬୨ ପ୍ରତିଶତ କ୍ଷେତକୁ ଜଳ ଯୋଗାଇ ଦିଆଯାଉଥିବା ବେଳେ ରାଜନଗର ଓ ମହାକାଳପଡା ବ୍ଲକର ଚାଷୀ ଜଳସେଚନ କ୍ଷେତ୍ରରେ ବହୁ ପଛରେ ପଡିଛନ୍ତି। ତଥ୍ୟ ଅନୁଯାୟୀ, ମହାକାଳପଡା ବ୍ଲକରେ ୨୮,୦୭୦ ହେକ୍ଟର ଚାଷଜମି ଥିବାବେଳେ ମାତ୍ର ୬୮୨୩ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ୨୪.୩୧ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜନଗରର ମୋଟ ୨୫୮୯୫ ହେକ୍ଟର ଜମି ମଧ୍ୟରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ ା ପ୍ରତିବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ଜିଲାରେ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥାଏ ା ଏଥିପାଇଁ ବିହନ, ସାର, କୀଟନାଶକ ସହ ବୈଷୟିକ ଜ୍ଞାନକୌଶଳ ଆଦି ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ। ସେହିପରି ସରକାରୀ ରିହାତିରେ ଚାଷୀକୁ କୃଷି ଯନ୍ତ୍ରପାତି ଯୋଗାଇଦେବା ସହ ଖରିଫ ଧାନର ସ୍ବତନ୍ତ୍ର ପଦ୍ଧତି ଚାଷକୁ ପ୍ରୋତ୍ସାହନ ପାଇଁ ଅନୁଦାନ ଯୋଗାଇ ଦିଆଯାଏ ା ତେବେ ଚାଷ ପାଇଁ ଜଳସେଚନ ଏକ ସମସ୍ୟା ହୋଇଛି। ଧାର୍ଯ୍ୟଲକ୍ଷ୍ୟ ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମିରୁ ମାତ୍ର ୪୬୭୨୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା ଜିଲା କୃଷିବିଭାଗ ତଥ୍ୟରୁ ଜଣାପଡେ। ୧୧୧୪ଟି ଲିଫ୍ଟ ଇରିଗେସନ ପଏଣ୍ଟ, ୩୦୬୩ ସ୍ବାଲୋ ଟ୍ୟୁବ୍‌ୱେଲ ଦ୍ୱାରା ଜିଲାର ମୋଟ ୩୦୭୮୧ ହେକ୍ଟର ଜମିକୁ ଜଳସେଚନ ହେଉଥିବାବେଳେ ଅନ୍ୟାନ୍ୟ ଉତ୍ସରୁ ୧୦୬୨୪ ହେକ୍ଟର କ୍ଷେତକୁ ପାଣି ଯାଉଥିବା ତଥ୍ୟରେ ଦର୍ଶାଯାଇଛି। ତେବେ ଏହି ଆକଳନ ତୃଣମୂଳସ୍ତରରେ ଯାଞ୍ଚ କଲେ ଅବାସ୍ତବ ବୋଲି ବହୁ ଚାଷୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେମାନଙ୍କ ମତରେ ଉଠାଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ହଡ଼ପ କରୁଛନ୍ତ। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ। ଅପରପକ୍ଷରେ ବିଶ୍ୱ ବ୍ୟାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ରାଜ୍ୟ ସରକାର ଋଣ କରି କ୍ଷେତକୁ ଜଳ ପରିଚାଳନାର ଉନ୍ନୟନ ଯୋଜନା ପାଇଁ ଅର୍ଥ ଯୋଗାଇଦେଉଥିବା ବେଳେ ବିଭାଗୀୟ କର୍ମକର୍ତ୍ତାଙ୍କ ଅବହେଳାରୁ ହିତାଧିକାରୀଙ୍କୁ ସୁଫଳ ମିଳୁନାହିଁ। ପ୍ରତିବର୍ଷ ବନ୍ୟା ଆସି ଉପାନ୍ତ ଅଞ୍ଚଳର ଚାଷକୁ ନଷ୍ଟ କରୁଛି ା ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ଜଳର ଅଭାବ ଚାଷୀଙ୍କୁ ଚାଷରୁ ନିବୃତ୍ତ କରୁଛି। ବିଭିନ୍ନ ନଦୀ, କେନାଲର ଜଳ ବ୍ୟାରେଜ ଓ କ୍ରିକ୍‌ ବନ୍ଧ ଦ୍ୱାରା ଅଟକାଇ କ୍ଷେତକୁ ଜଳସେଚିତ ହୋଇପାରିବ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ା ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତି ରଞ୍ଜନ ମହାପାତ୍ର କୁହନ୍ତି ଯେ, ଜଳସେଚନ ସମସ୍ୟା ନେଇ ଗତ ଫେବୃୟାରୀ ମାସରେ ପ୍ରଶାସନିକ ବୈଠକ ହୋଇଥିଲା। ଏଥିରେ ଅଣଜଳସେଚିତ ଜମି କ୍ଷେତ୍ରରେ ଉଠାଜଳସେଚନ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri