ପ୍ରଦୂଷଣମୁକ୍ତ ଫଳ

କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ ସାରକୁ ପଲିଥିନ ବ୍ୟାଗ୍‌ରେ ରଖି ବାନ୍ଧନ୍ତି । ଏହାଦ୍ୱାରା ୟୁରିଆର ଆମାଇଡ୍‌ ନାମକ ଏକ ବିଷାକ୍ତ ତତ୍ତ୍ୱ କଞ୍ଚା କଦଳୀକୁ ପ୍ରଦୂଷିତକରେ । ଏହି ପ୍ରଦୂଷିତ କଦଳୀ ଖାଇଲେ ବିଭିନ୍ନ ପେଟ ରୋଗ ହୁଏ ।

ଫଳ ସୁଷମ ଖାଦ୍ୟର ଏକ ମୁଖ୍ୟ ଅଂଶ। ଫଳରେ ସ୍ନେହସାର ବ୍ୟତୀତ ଅନ୍ୟ ତିନିଗୋଟି ଖାଦ୍ୟ ଉପାଦାନ ଯଥା ପ୍ରୋଟିନ୍‌ ବା ପୁଷ୍ଟିସାର, କାର୍ବୋହାଇଡ୍ରେଟ୍‌ ବା ଚିନି ଜାତୀୟ ଖାଦ୍ୟ ଏବଂ ଭିଟାମିନ୍‌ ବା ଜୀବନିକା ଭରପୂର ଥାଏ। ଶରୀର ପାଇଁ ଆବଶ୍ୟକ ସମସ୍ତ ଧାତବ ଲବଣ ଯଥା ଆଇରନ୍‌ (ଲୌହ), ମାଙ୍ଗାନିଜ, କପର (ତମ୍ବା), ଜିଙ୍କ୍‌ (ଦସ୍ତା), କ୍ରୋମିୟମ, ସେଲେନିୟମ, ସୋଡିୟମ, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ସଲ୍‌ଫର ସହ ବହୁ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଥାଏ। ବୟସ୍କ ଏବଂ ରୋଗୀମାନଙ୍କ ପାଇଁ ଫଳ ଏକ ଉତ୍ତମ ପଥ୍ୟ ସଦୃଶ। ତେଣୁ ଡାକ୍ତରମାନେ ଫଳକୁ ଦୈନଦିନ ଖାଦ୍ୟର ଏକ ମୁଖ୍ୟ ଅଂଶ ଭାବରେ ପରାମର୍ଶ ଦେଇଥାଆନ୍ତି।
ବିକ୍ରି ହେଉଥିବା ମୁଖ୍ୟ ଫଳ ମଧ୍ୟରେ ଆମ୍ବ, କଦଳୀ, ସେଓ, କମଳା, ସପେଟା, ଅମୃତଭଣ୍ଡା, ଆତ, ଅଙ୍ଗୁର, ପିଜୁଳି, ବେଦନା ଆଦି ମୁଖ୍ୟ। ଫଳ କଞ୍ଚାବେଳେ ଖଟା ଏବଂ ସ୍ବାଦହୀନ ଥାଏ। ଏହା ପାଚିଲେ ଏହାର ରଙ୍ଗ ବଦଳେ, ସୁସ୍ବାଦୁ ଏବଂ ନରମ ହୋଇ ଶରୀରର ଅଭିବୃଦ୍ଧି ପାଇଁ ସମସ୍ତ ଖାଦ୍ୟସାର ଯୋଗାଇଥାଏ।
ବର୍ତ୍ତମାନ ବଜାରରେ ଅଜୈବ ବା ସିନ୍ଥେଟିକ୍‌ ଇଥରାଲ ମିଳିଲାଣି।
ଭକ୍ତ ଇଥରାଲକୁ କଞ୍ଚାଫଳରେ ସିଞ୍ଚନ କଲେ ଫଳ ଶୀଘ୍ର ପାଚିଯାଏ।
ଏହାଦ୍ୱାରା ଫଳର ରଙ୍ଗ ଅବଶ୍ୟ ବଦଳେ, କିନ୍ତୁ ଫଳର ଅମ୍ଳ ଅଂଶ ରହିବା ସହ ଏହା ପ୍ରଦୂଷିତ ହୁଏ।ଗୋଦାମରେ କଦଳୀଠାରୁ ଆରମ୍ଭକରି ସମସ୍ତ ପ୍ରକାର କଞ୍ଚାଫଳରେ ଫଳ ବ୍ୟବସାୟୀ ସିନ୍ଥେଟିକ ଇଥରାଲ ପ୍ରୟୋଗକରି ଫଳକୁ ଜବରଦସ୍ତ ପଚାଇ ବିକ୍ରି କରୁଛନ୍ତି। ଇଥରାଲ ବଦଳରେ ବହୁ ଫଳଚାଷୀ ଏବଂ ବ୍ୟବସାୟୀ ବଜାରରେ ସୁବିଧାରେ ମିଳୁଥିବା କ୍ୟାଲସିୟମ କାର୍ବାଇଡ ନାମକ ଏକ ଭଙ୍ଗୁର ରାସାୟନିକ ପଦାର୍ଥକୁ ଝୋଟ ବା ପଲିଥିନ ବ୍ୟାଗ୍‌ରେ କଞ୍ଚାଫଳ ପାଚିବା ପାଇଁ ବ୍ୟବହାର କରିଛନ୍ତିି।
ଉପରୋକ୍ତ ବ୍ୟାଗ୍‌ରେ କଞ୍ଚାଫଳକୁ ରଖି ଫଳ ମଝିରେ କିଛି କ୍ୟାଲସିୟମ କାର୍ବାଇଡ୍‌ ଥୋଇ ଦିଅନ୍ତି। ଏହା ଫଳରେ ଥିବା ଜଳୀୟ ଅଂଶ ଏବଂ ବ୍ୟାଗ୍‌ର ଅନ୍ତର୍ନିହିତ ଉତ୍ତାପରେ ଏସିଟିଲିନ୍‌ ନାମକ ଏକ ବିଷାକ୍ତ ରାସାୟନିକ ଗ୍ୟାସ୍‌ ବାହାରି ଫଳକୁ ପଚାଏ।
କ୍ୟାଲସିୟମ କାର୍ବାଇଡରେ ଆରସେନିକ୍‌ ଭଳି ଏକ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ। ଫଳ ପାଚି ନରମ ହେଲେ ଉକ୍ତ ବିଷାକ୍ତ ଗ୍ୟାସ୍‌ ଏବଂ ଆର୍‌ସେନିକର କିଛି ଅଂଶ ଫଳରେ ରହିଯାଏ। ଏହାଦ୍ୱାରା ଫଳ ପ୍ରଦୂଷିତ ହୁଏ।
ଜବରଦସ୍ତ ପାଚୁଥିବା ଫଳକୁ ଖାଇ ଆମେ ବିଭିନ୍ନ ପେଟରୋଗ ଏବଂ ମାରାମତ୍କ ପାକସ୍ଥଳୀ ଏବଂ ଅନ୍ତନଳୀ କ୍ୟାନ୍‌ସରରେ ପୀଡ଼ିତ ହେବା ଆଶଙ୍କା ଥାଏ। କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ ସାରକୁ ପଲିଥିନ ବ୍ୟାଗ୍‌ରେ ରଖି ବାନ୍ଧନ୍ତି।
ଏହାଦ୍ୱାରା ୟୁରିଆର ଆମାଇଡ୍‌ ନାମକ ଏକ ବିଷାକ୍ତ ତତ୍ତ୍ୱ କଞ୍ଚା କଦଳୀକୁ ପ୍ରଦୂଷିତକରେ। ଏହି ପ୍ରଦୂଷିତ କଦଳୀ ଖାଇଲେ ବିଭିନ୍ନ ପେଟ ରୋଗ ହୁଏ ା ସେଓ ଏବଂ କମଳା ଜାତୀୟ ଫଳକୁ ଅଧିକ ଦିନ ସାଇତି ରଖି ବିକ୍ରି ପାଇଁ କେତେଜଣ ବ୍ୟବସାୟୀ ଉକ୍ତ ଫଳକୁ ତରଳ ପାରାଫିନ୍‌ ବା ମହମର ଲେପ ଦିଅନ୍ତି। ତାରାଫିନ୍‌ ଲେପ ଦ୍ୱାରା ଫଳର ପ୍ରଶ୍ୱସନ ପ୍ରକ୍ରିିୟା କମ୍‌ ହୁଏ। ଯାହାଦ୍ୱାରା ଫଳ ନ ପଚି ଅନେକ ଦିନ ରହେ ଏବଂ ଫଳ ବାହାରକୁ ଚିକ୍କଣ ଦେଖାଯାଏ। ପ୍ରଦୂଷିତ ଫଳ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଫଳ ଯେହେତୁ ଏକ ସୁଷମ ଖାଦ୍ୟ ଏହାକୁ ଆମେ ଅବଶ୍ୟ ଛାଡ଼ିପାରିବା ନାହିଁ। ତେଣୁ ଏଗୁଡ଼ିକୁ କିଣିବା ପରେ ବିଶୁଦ୍ଧ ପାଣିରେ ଭଲ ଭାବେ ଧୋଇ ଖାଇବା ଉଚିତ। ଏହାଛଡ଼ା ପରୀକ୍ଷାରୁ ଜଣାପଡ଼ିଛି ଯେ ପାଚିବାକୁ ଥିବା ଫଳକୁ ଏକ ବ୍ୟାଗ୍‌ରେ ରଖି ଫଳଗୁଡ଼ିକର ମଝିରେ କିଛି ଗଛ ପାଚିଲା କଦଳୀ ଥୋଇଲେ କଞ୍ଚାଫଳ ବିନା ପ୍ରଦୂଷଣରେ ପାଚିଥାଏ। କାରଣ ପାଚିଲା କଦଳୀରେ ଥିବା ଜୈବିକ ଇଥରାଲରୁ ଏହାର ଗ୍ୟାସ୍‌ ବାହାରି ଫଳକୁ ପଚାଏ। ବିନା ରାସାୟନିକ ଦ୍ରବ୍ୟ ପ୍ରୟୋଗରେ ଫଳକୁ ପଚାଇବା ପାଇଁ ବର୍ତ୍ତମାନ ଘୋଡ଼ଣୀ ଥିବା ଧାତୁ ନିର୍ମିତ ଏକ ପାତ୍ର ବଜାରରେ ବିକ୍ରି ହେବାକୁ ଯାଉଛି। ଅର୍ଦ୍ଧ ପାଚିବା ଫଳକୁ ଉକ୍ତ ପାତ୍ରରେ ଥୋଇ ଢାଙ୍କୁଣିକୁ ଘୋଡ଼ାଇଲେ ଫଳରୁ ଜୈବ ଇଥିଲିନ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାହାରି ଫଳକୁ କମ୍‌ ସମୟରେ ବିନା ପ୍ରଦୂଷଣରେ ପଚାଏ।
-ଶୈଳଶ୍ରୀବିହାର, ଭୁବନେଶ୍ୱର
ମୋ : ୯୫୫୬୨୬୬୦୮୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri