Categories: ଖେଳ

ପ୍ରଦୀପ ସିଂଙ୍କୁ ସ୍ବର୍ଣ୍ଣ

ଆପିଆ(ସାମୋଆ),୧୩।୭- ପ୍ରଦୀପ ସିଂ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସୃଷ୍ଟି କରିଛନ୍ତି। ୧୦୯ କେଜି ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦୀପ କ୍ଲିନ୍‌ ଓ ଜର୍କ ଇଭେଣ୍ଟରେ ରେକର୍ଡ ଭାଙ୍ଗିଛନ୍ତି। ଏହି ଇଭେଣ୍ଟରେ ସେ ୨୦୨ କେଜି ଭାର ଉଠାଇଛନ୍ତି। ପୂର୍ବରୁ ସ୍ନାଚ୍‌ ଇଭେଣ୍ଟରେ ୧୪୮ କେଜି ଭାରୋତ୍ତୋଳନ କରିଥିଲେ। ମୋଟରେ ସେ ୩୫୦ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକଧାରୀ ବିକାଶ ଠାକୁର ୯୬ କେଜି ବର୍ଗରେ ରୌପ୍ୟପଦକ ଜିତିଛନ୍ତି। ଭାରତୀୟ ଭାରୋତ୍ତୋଳକମାନେ ଚଳିତ ଥର ଯୁବ, ଜୁନିୟର ଓ ସିନିୟର କାଟାଗୋରିରେ ମୋଟ ୩୫ ପଦକ ସହ ଅଭିଯାନ ଶେଷ କରିଛନ୍ତି।

Share