Categories: ଖେଳ

ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବେ ଫେଡରର-ଡେଲ ପାଟ୍ରୋ

ପ୍ୟାରିସ୍‌,୧୮।୯(ଏଏଫ୍‌ପି): ଆର୍ଜେଣ୍ଟିନା ରାଜଧାନୀ ବୁଏନ୍ସ ଏରିଜ୍‌ଠାରେ ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ରୋଜର ଫେଡରର ଓ ଜୁଆନ ମାର୍ଟିନ ଡେଲ ପାଟ୍ରୋ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା ଫେରି ବନ୍ଧୁ ଡେଲ ପାଟ୍ରୋଙ୍କ ସହ ଖେଳିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି ବୋଲି ଫେଡରର ଟୁଇଟରରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରେ କହିଛନ୍ତି। ପାର୍କ୍ୟୁ ରେକା ଷ୍ଟାଡିୟମର ଦକ୍ଷତା ପ୍ରାୟ ୧୫,୫୦୦। ଏହାକୁ ଡେଭିସ କପ୍‌ ବେଳେ ବ୍ୟବହାର କରାଯାଉଛି। ୨୦୦୯ ୟୁଏସ୍‌ ଓପନ ଚାମ୍ପିୟନ ଡେଲ ପାଟ୍ରୋ ଆଣ୍ଠୁରେ ଅସ୍ତ୍ରୋପଚାର କରାଇବା ପରେ କୋର୍ଟକୁ ଓହ୍ଲାଇ ନାହାନ୍ତି। ଆର୍ଜେଣ୍ଟିନାର ଏହି ୩୦ ବର୍ଷୀୟ ଖେଳାଳି ୨୦୧୮ ୟୁଏସ୍‌ ଓପନ୍‌ରେ ଉପବିଜେତା ହୋଇ ରହିଥିଲେ। ହେଲେ ଚଳିତ ବର୍ଷର ୟୁଏସ୍‌ ଓପନରେ ଖେଳି ନ ଥିଲେ। ଷ୍ଟକ୍‌ହାମଠାରେ ହେବାକୁ ଥିବା ଏଟିପି ଟୁର୍ନାମେଣ୍ଟରେ ସେ କୋର୍ଟକୁ ଫେରିବା ନେଇ ଆଶା କରାଯାଉଛି।

Share