Posted inଫୁରସତ

ପ୍ରଥମ ରୋଜଗାର ପ୍ରଥମ ଦରମାରେ ପୁସ୍ତକ କିଣିଥିଲି

କବି, ଗାଳ୍ପିକ ତଥା ସ୍ତମ୍ଭକାର ଶରତ କୁମାର ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଅବିଭକ୍ତ କଟକ ବର୍ତ୍ତମାନର ଯାଜପୁର ଜିଲା ଅନ୍ତର୍ଗତ ବାଇଁଶିରିଆ ଗ୍ରାମପଞ୍ଚାୟତର ବାଲିଆପାଳ ଗାଁରେ ମୋ ଜନ୍ମ। ବାପାଙ୍କର ବଦଳି ଚାକିରି ଥିବାରୁ ପିଲାଦିନେ ଭିନ୍ନ ଭିନ୍ନ ସହରରେ ରହି ମୁଁ ପାଠ ପଢୁଥିଲି। ତେବେ ଅଷ୍ଟମରୁ ଏକାଦଶ ଯାଏ ଜେଜେବାପା ଓ ଜେଜେମା’ଙ୍କ ପାଖରେ ରହି ଆମ ଗାଁ ହାଇସ୍କୁଲ୍‌ ବିଧାନଚନ୍ଦ୍ର ଏକାଡେମୀରେ ପଢିଥିଲି। ନବମ ଶ୍ରେଣୀରେ ପଢିବା ବେଳୁ କବିତା ଓ ନାଟକ ଲେଖିବା ଆରମ୍ଭ କରିଦେଇଥିଲି। ସେହି ସମୟରେ ମୋ ଲିଖିତ ଗୋଟିଏ ନାଟକ ‘ଅନୁତାପ’ ମୋ ସମବୟସ୍କଙ୍କ ସହ ମଞ୍ଚସ୍ଥ କରିଥିଲି। ଅବଶ୍ୟ ଗାଁର ପୁରୁଣା କଳାକାରମାନେ ମୋତେ ଏଥିରେ ସହଯୋଗ କରିଥିଲେ। ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ନାଟକଠୁ ଦୂରେଇ ଯାଇ ମୁଁ କବିତା ଓ ଗଳ୍ପ ମନସ୍କ ହୋଇ ଉଠିଲି। ମାଟ୍ରିକ୍‌ ପରେ ବ୍ରହ୍ମପୁରର ଖଲ୍ଲିକୋଟ୍‌ କଲେଜରେ ଆଇ.ଏ. ପଢିଥିଲି। ସେତେବେଳକୁ ରୀତିମତ ଭାବେ କବିତା ଲେଖା ଆରମ୍ଭ କରି ଦେଇଥିଲି ଓ କଲେଜ ମାଗାଜିନ୍‌ରେ ବରାବର ମୋ ଲେଖା ପ୍ରକାଶ ପାଉଥିଲା। ସେହି କଲେଜରେ ରାଜନୀତି ବିଜ୍ଞାନ ଅନର୍ସ ନେଇ ବି.ଏ. ପଢିଲା ବେଳକୁ ମୁଁ କବିତା କ୍ଷେତ୍ରରେ ସାମାନ୍ୟ ପରିପକ୍ୱ ହୋଇଯାଇଥିଲି। ସହରରେ ଅନୁଷ୍ଠିତ ବିଭିନ୍ନ ସାହିତ୍ୟ ଆସରରେ ଭାଗ ନେଇ କବିତା ଆବୃତ୍ତି ବି କରୁଥିଲି। ଧୀରେ ଧୀରେ ସାହିତ୍ୟର ବିଭିନ୍ନ ଦିଗ ପ୍ରତି ମୋର ରୁଚି ବଢି ଚାଲିଲା। ବି.ଏ. ପାସ୍‌ କଲାପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପିଜି କଲି। ଏହି ସମୟରେ ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାରରୁ ଅନେକ ଉପାଦେୟ ଓଡିଆ ପୁସ୍ତକ ପାଠ କରିବାର ସୁଯୋଗ ମୋତେ ମିଳିଲା। ଅନେକ ଓଡ଼ିଆ ସଂଭ୍ରାନ୍ତ ପତ୍ରପତ୍ରିକାରୁ ଘଣ୍ଟା ଘଣ୍ଟା ଧରି କବିତା, ଗଳ୍ପ ପଠନ କରୁଥିଲି, ଯାହା କି ପରବର୍ତ୍ତୀ ସମୟରେ ମୋ ଲେଖକୀୟ ଜୀବନରେ ଗଭୀର ରେଖାପାତ କରିଥିଲା। ବାସ୍ତବରେ ସେ ଦୁଇ ବର୍ଷର ଅନୁଭୂତି ଥିଲା ମୋ ପାଇଁ ଖୁବ୍‌ ନିଆରା। ଏମ୍‌.ଏ. ପାସ୍‌ କଲାପରେ ମୁଁ ଚାଲିଯାଇଥିଲି ଦିଲ୍ଲୀ ଏମ୍‌ବିଏ କରିବା ପାଇଁ। ଭାରତୀୟ ବିଦ୍ୟାଭବନ ଦ୍ୱାରା ପରିଚାଳିତ ଫରିଦାବାଦ୍‌ ପ୍ରଡକ୍ଟିଭ୍‌ କାଉନ୍‌ସିଲ୍‌ରେ ଏମ୍‌ବିଏ କରି ମୁଁ ଫେରିଥିଲି ବ୍ରହ୍ମପୁର। ବାସ୍ତବରେ ସେ ସମୟଟା ଥିଲା ମୋ ପାଇଁ ଘଡିସନ୍ଧିର ମୁହୂର୍ତ୍ତ। ରାଜନୀତି ବିଜ୍ଞାନରେ ଏମ୍‌.ଫିଲ୍‌ କରି କୌଣସି କଲେଜରେ ଅଧ୍ୟାପକ ହେବି ନା ଏମ୍‌ବିଏ କରିଥିବାରୁ କୌଣସି କର୍ପୋରେଟ୍‌ ସେକ୍ଟରରେ ଜଏନ୍‌ କରିବି, ଏ ନେଇ ଦ୍ୱନ୍ଦ୍ୱରେ ପଡିଯାଇଥିଲି। ତେବେ ସବୁ ଆଶାର ଅବସାନ ଘଟାଇ ଗଞ୍ଜାମ କଲେଜରେ ରାଜନୀତି ବିଜ୍ଞାନରେ ଅଧ୍ୟାପକ ଭାବେ ଯୋଗଦେଇଥିଲି। ଅଧ୍ୟାପକ ଜୀବନର ପ୍ରଥମ ମାସ ରୋଜଗାରରେ ମୁଁ ମୋର ସବୁଠୁ ପ୍ରିୟ ପୁସ୍ତକ ପରମହଂସ ଯୋଗାନନ୍ଦଙ୍କର ‘ଯୋଗୀର ଆତ୍ମଚରିତ’ ପୁସ୍ତକଟି କିଣିଥିଲି। ତା’ସହିତ ମୋର ପ୍ରିୟ କବି ସଚ୍ଚି ରାଉତରାୟଙ୍କର ‘ପାଣ୍ଡୁଲିପି’, ‘ମଶାଣିର ଫୁଲ’, ଗୁରୁପ୍ରସାଦ ମହାନ୍ତିଙ୍କର ‘ସମୁଦ୍ର ସ୍ନାନ’, ବାରିଷ୍ଟର ଗୋବିନ୍ଦ ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’, ରମାକାନ୍ତ ରଥଙ୍କର ‘ଶ୍ରୀରାଧା’ ଓ ଏମିତି ଆଉ କିଛି ଉପାଦେୟ ପୁସ୍ତକ ବି କିଣିଥିଲି। ବାକି ଯାହା ଟଙ୍କା ବଳିଥିଲା ତାକୁ ବାପାଙ୍କ ହାତକୁ ବଢେଇ ଦେଇଥିଲି। ଆଜି ବି ସେ ପୁସ୍ତକଗୁଡ଼ିକ ସାଇତା ସମ୍ପତ୍ତି ହିସାବରେ ମୋ ଆଲମିରାରେ ଶୋଭା ପାଉଛି। ଅଧ୍ୟାପକ ଜୀବନର ବର୍ଷକ ପରେ ମୁଁ ହଠାତ୍‌ ମନ ବଦଳେଇ ଚାକିରି ଛାଡି ବମ୍ବେ ଚାଲି ଯାଇଥିଲି। ସେଠାରେ ‘ଉଇମ୍ରା’ ନାମକ ଏକ କର୍ପୋରେଟ୍‌ ସେକ୍ଟରରେ ରିସର୍ଚ୍ଚ ଏକ୍‌ଜିକ୍ୟୁଟିଭ୍‌ ହିସାବରେ ମୋଟା ଅଙ୍କର ବେତନରେ ଜଏନ୍‌ କରିଥିଲି। ସେବେଠାରୁ ମାର୍କେଟିଂ ଲାଇନ୍‌ରେ ବିଭିନ୍ନ ପଦପଦବୀରେ ମୁଁ କାମ କରି ଆସୁଛି। କାର୍ଯ୍ୟବ୍ୟସ୍ତତା ଓ ପାରିବାରିକ ଜଞ୍ଜାଳ ଭିତରେ ବି ସାହିତ୍ୟ ପ୍ରତି ମୋର ଅନୁରାଗ ତିଳେମାତ୍ର କମି ନାହିଁ। ଯେଉଁଥିପାଇଁ ନିୟମିତ ଭାବେ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ମୋର କବିତା,ଗଳ୍ପ ଓ ସ୍ତମ୍ଭ ପ୍ରକାଶ ପାଉଛି। ତା’ସହିତ ୟା’ଭିତରେ ଗୋଟିଏ କବିତା ସଂକଳନ ‘ଚାରୁଲତା ଓ ଅନ୍ୟାନ୍ୟ କବିତା’ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁଦାନରେ ପ୍ରକାଶିତ ଏକ ଗଳ୍ପ ସଂକଳନ ‘ଭାଙ୍ଗି ପଡୁଥିବା ଆକାଶ’ ପ୍ରକାଶ ପାଇସାରିଛି। ଏପରି କି ତିନୋଟି ପୁସ୍ତକ ମଧ୍ୟ ପ୍ରକାଶ ଅପେକ୍ଷାରେ ଅଛି। ତେବେ ବର୍ତ୍ତମାନ ମୁଁ ବ୍ରହ୍ମପୁରଠାରେ ଅବସ୍ଥାନ କରି ଚାକିରି ଜୀବନ ସହ ମୋର ସାରସ୍ବତ ସାଧନା ଜାରି ରଖିଛି ଆଉ ଆଶା କରୁଛି ଆଗାମୀ ଦିନରେ ବି ଏହି ଧାରା ମୋର ଏମିତି ଚାଲିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri