Categories: ଖେଳ

ପ୍ରଥମ ରାଉଣ୍ଡରୁ ପ୍ରଜନେଶଙ୍କ ବିଦାୟ

ଲଣ୍ଡନ, ୧।୭ (ପି.ଟି.)- ଭାରତର ଟପ୍‌ ସିଡ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରମ ଏଠାରେ ଚାଲିଥିବା ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସୋମବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ବିଶ୍ୱ ମାନ୍ୟତାର ୯୪ତମ ସ୍ଥାନରେ ରହିଥିବା ପ୍ରଜନେଶ ୬-୭ (୧), ୪-୬, ୨-୬ ସେଟ୍‌ରେ କାନାଡାର ମିଲୋସ ରାଓନିକଙ୍କଠାରୁ ପରାସ୍ତ ହୋଇଛନ୍ତି। ବିଶ୍ୱମାନ୍ୟତାର ୧୭ତମ ସ୍ଥାନରେ ରହିଥିବା ରାଓନିକ ଅତି ସହଜରେ ଏହି ମ୍ୟାଚ୍‌କୁ ଜିତିନେଇଥିଲେ। ପୂର୍ବରୁ ପ୍ରଜନେଶ ଚଳିତ ବର୍ଷ ଅନ୍ୟ ଦୁଇ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଅଷ୍ଟ୍ରେଲିଆନ ଓପନ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ର ପ୍ରଥମ ରାଉଣ୍ଡରୁ ମଧ୍ୟ ବିଦାୟ ନେଇଥିଲେ। ଓ୍ବିମ୍ବେଲଡନରେ ବାମହାତୀ ପ୍ରଜନେଶଙ୍କ ଏହା ପ୍ରଦାର୍ପଣ ମ୍ୟାଚ୍‌ ଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।

Share