Categories: ଖେଳ

ପ୍ରଥମ ରାଉଣ୍ଡରୁ କର୍ବର ବିଦାୟ

ପ୍ୟାରିସ,୨୬।୫(ଏଏଫ୍‌ପି)- ଜର୍ମାନୀ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। କର୍ବରଙ୍କୁ ରୁଷିଆର ଟିନଏଜ ଆନାଷ୍ଟାସିଆ ପୋଟାପୋଭା ୬-୪, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହା ୮୧ତମ ର଼୍ୟାଙ୍କଧାରୀ ରୁଷିଆ ଖେଳାଳିଙ୍କ ଟପ୍‌-୧୦ ର଼୍ୟାଙ୍କଧାରୀ ଖେଳାଳିଙ୍କ ବିପକ୍ଷରେ ପ୍ରଥମ ବିଜୟ। ୧୮ ବର୍ଷୀୟ ପୋଟାପୋଭା ଏହି ବିଜୟ ସହ ଫ୍ରେଞ୍ଚ ଓପନରେ ପଦାର୍ପଣ କରିଛନ୍ତି। ଅନ୍ୟପକ୍ଷରେ ୩୧ ବର୍ଷୀୟ ଜର୍ମାନୀ ଖେଳାଳି କ୍ୟାରିୟରର ୬ଷ୍ଠ ଥର ପାଇଁ ରୋଲାଣ୍ଡ ଗାରୋସର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। 

Share