Posted inଖେଳ

ପ୍ରଥମ ପରୀକ୍ଷାରେ ଭାରତ ବିଫଳ

ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ ଆଉ ମାତ୍ର ୩ ଦିନ ବାକିଥିବାବେଳେ ଶନିବାର ଅନୁଷ୍ଠିତ ଓ୍ବାର୍ମଅପ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି। ଫଳରେ ଅସଲ ପରୀକ୍ଷା ପୂର୍ବରୁ ଝୁଣ୍ଟିଛି ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ। କେନିଂଟନ ଓଭାଲ ପିଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳର ପ୍ରଦର୍ଶନ ଫିକା ରହିଥିବାବେଳେ ନିଜକୁ ସଜାଡ଼ି ନେବାପାଇଁ ପରୋକ୍ଷ ଚେତାବନୀ ପାଇଛି। ନ୍ୟୁଜିଲାଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରି ନ ପାରି ଭାରତ ମାତ୍ର ୧୭୯ ରନରେ ସୀମିତ ରହିଥିବାବେଳେ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ମାତ୍ର ୪ ଉଇକେଟ ହରାଇ ହାସଲ କରିନେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ବିରାଟ କୋହଲିଙ୍କ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ରୋହିତ ଶର୍ମା ୨, ଶିଖର ଧାଓ୍ବନ ୨, ଲୋକେଶ ରାହୁଲ ୬ ରନ କରି ଆଉଟ ହେବାରୁ ୫.୩ ଓଭରରେ ଭାରତ ସ୍କୋର ୨୪/୩ ହୋଇ ଯାଇଥିଲା। ଅଧିନାୟକ ବିରାଟ ଭଲ ଆରମ୍ଭ କରିଥିଲେ ହେଁ ୨୪ ବଲ୍‌ରୁ ୧୮ (୩ ଚୌକା) ରନ କରି କଲିନ୍‌ ଡି ଗ୍ରାଣ୍ଡହୋମ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲାରେ ସଫଳ ହୋଇଥିଲେ। ତେବେ ସେ ୩୭ ବଲ୍‌ରୁ ୬ ଚୌକା ସହ ୩୦ ରନ କରିଥିବାବେଳେ ଜେମ୍ସ ନିଶାମଙ୍କ ବଲ୍‌ରେ ଟମ୍‌ ବ୍ଲୁନ୍‌ଡେଲ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦୀନେଶ କାର୍ତ୍ତିକ ୪ ଓ ନିର୍ଭରଯୋଗ୍ୟ ମହେନ୍ଦ୍ର ସିଂ ଧୋନୀ ୧୭ ରନ କରି ଆଉଟ ହେବାରୁ ୯୧ ରନ ମଧ୍ୟରେ ଭାରତ ୭ ଉଇକେଟ ହରାଇ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଥିଲା। ମାତ୍ର ଶେଷଭାଗରେ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ଇନିଂସ ଭାରତର ସମ୍ମାନ ରଖିଥିଲା। ସେ ୫୦ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଭାରତ ଇନିଂସ ୩୯.୨ ଓଭରରେ ଶେଷ ହୋଇ ଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ଟି, ନିଶାମ ୩ଟି ଏବଂ ଟିମ୍‌ ସୌଦୀ, ଗ୍ରାଣ୍ଡହୋମ ଓ ଲୋକି ଫର୍ଗୁସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ନ୍ୟୁଜିଲାଣ୍ଡ ୩୭ ରନ ମଧ୍ୟରେ ୨ ଓପନର କଲିନ୍‌ ମୁନ୍‌ରୋ (୪) ଓ ମାର୍ଟିନ ଗୁପ୍‌ଟିଲ (୨୨)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ରସ୍‌ ଟେଲରଙ୍କ ଅର୍ଦ୍ଧଶତକ ସହାୟତାରେ ବିଜୟ ପଥରେ ଅଗ୍ରସର ହୋଇଥିଲା। ଓ୍ବିଲିୟମସନ ୮୭ ବଲ୍‌ର ୬ ଚୌକା ଓ ୧ ଛକା ସହ ୬୭ ଓ ଟେଲର ୭୫ ବଲ୍‌ରୁ ୮ ଚୌକା ସହ ୭୧ ରନ କରି ନ୍ୟୁଜିଲାଣ୍ଡ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେନରି ନିକୋଲାସ ୧୫ ରନରେ ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୩୯.୨ ଓଭରରେ ୧୭୯/ଅଲଆଉଟ(ଜାଡେଜା-୫୪, ହାର୍ଦ୍ଦିକ-୩୦, ବୋଲ୍ଟ-୪/୩୩, ନିଶାମ-୩/୨୬, ସୌଦୀ-୧/୨୬, ଗ୍ରାଣ୍ଡହୋମ-୧/୧୨, ଫର୍ଗୁସନ-୧/୩୩)। ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୧୮୦/୪(ଟେଲର-୭୧, ଓ୍ବିଲିୟମସନ-୬୭, ବୁମ୍‌ରା-୧/୨, ହାର୍ଦ୍ଦିକ-୧/୨୬, ଚହଲ-୧/୩୭, ଜାଡେଜା-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri