Posted inଫୁରସତ

ପ୍ରଥମ ଦରମା ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ କର୍ନେଲ ଶିବରାମ ଶତପଥୀ

ଗୁଣପୁର ନିକଟବର୍ତ୍ତୀ ପ୍ରଧାନୀଗୁଡ଼ା ଶାସନରେ ମୋ ଜନ୍ମ। ୮ ଭଉଣୀଭାଇ (୩ ଭାଇ ଓ ୫ ଭଉଣୀ)ଙ୍କ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ ସନ୍ତାନ। ଗୁଣପୁର ଉଚ୍ଚ ବିଦ୍ୟାଳୟରୁ ୧୯୬୧ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରି ପାରଳାଖେମୁଣ୍ଡିସ୍ଥିତ ଏସ୍‌କେସିଜି କଲେଜରେ ପ୍ରି-ୟୁନିର୍ଭସିଟି ଓ ପ୍ରି-ପ୍ରଫେସନାଲ ଏବଂ ତା’ ପରେ ବୁର୍ଲା ଇଞ୍ଜିନିୟରିଂ କଲେଜରେ ସିଭିଲ ଇଞ୍ଜିନିୟରିଂ ପଢ଼ିଥିଲି। ଭଲ ପଢୁଥିବାରୁ ସପ୍ତମ ଶ୍ରେଣୀରୁ ଇଞ୍ଜିନିୟରିଂ ପଢ଼ିବା ପର୍ଯ୍ୟନ୍ତ ମୋତେ ସ୍କଲାରଶିପ୍‌ ମିଳି ଆସୁଥିଲା। ଆଉ ମୁଁ ସବୁ ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଉଥିଲି। ପରେ ସେହି ଟଙ୍କା ମୋ ପାଠପଢ଼ାରେ ହିଁ ଖର୍ଚ୍ଚ ହେଉଥିଲା। ତା’ସହ ମୁଁ ସ୍କଲାରଶିପ୍‌ ପାଇବା ପରଠୁ ବାପା ଖୁସି ହୋଇ ପ୍ରତିବର୍ଷ ଗାଁ ଶିବ ମନ୍ଦିରରେ ପ୍ରାୟ ଶହେ ଜଣ ଗରିବଙ୍କୁ ଖାଇବାକୁ ଦେବାର ଏକ ପରମ୍ପରା ବି ଆରମ୍ଭ କରିଥିଲେ। ଏହାଦ୍ୱାରା ତାଙ୍କୁ ଖୁବ୍‌ ଆତ୍ମଶାନ୍ତି ମିଳୁଥିଲା। ତେବେ ଇଞ୍ଜିନିୟରିଂ ପଢ଼ା ସରିବା ପରେ ସୁନାବେଡ଼ାରେ କେନ୍ଦ୍ର ସରକାରଙ୍କ ଏକ ଯୋଜନା ଉପରେ କାମ କରିବାର ସୁଯୋଗ ମୁଁ ପାଇଥିଲି। ଏଥିପାଇଁ ମୋତେ ୨୫୦ ଟଙ୍କା ଲେଖାଏଁ ପାରିଶ୍ରମିକ ବି ମିଳୁଥିଲା। ଏହାକୁ ବି ମୁଁ ବାପାଙ୍କ ହାତରେ ଦେଇଥିଲି। ପାଖାପାଖି ବର୍ଷେ ଏଠାରେ କାମ କରିବା ପରେ ଆଲ୍ଲାହାବାଦ ସର୍ଭିସ୍‌ ସିଲେକ୍‌ସନ୍‌ ବୋର୍ଡରେ ସିଲେକ୍ଟ ହୋଇ ଇଣ୍ଡିଆନ୍‌ ଆର୍ମିରେ ଜଏନ୍‌ କରିଥିଲି। ପ୍ରଥମ ପୋଷ୍ଟିଂ ୧୯୭୧ ମସିହାରେ ଲ୍ୟୁଟ୍‌ନାଣ୍ଟ ଭାବେ ଜମ୍ମୁ ଓ କଶ୍ମୀରରେ ହୋଇଥିଲା। ତେବେ ଇଣ୍ଡିଆନ୍‌ ଆର୍ମିରେ ପ୍ରାୟ ୩୩ ବର୍ଷର ଅଭିଜ୍ଞତା ନେଇ ଶେଷରେ ୨୦୦୪ ମସିହାରେ ଲ୍ୟୁଟ୍‌ନାଣ୍ଟ କର୍ନେଲ ଭାବେ ଚାକିରିରୁ ଅବସର ନେଇଥିଲି। ଆଉ ଏହା ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଓ ପଦପଦବୀରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବା ସହ ବହୁ ଅଭିଜ୍ଞତା ହାସଲ କରିବାର ସୁଯୋଗ ବି ମୁଁ ପାଇଥିଲି। ଯେମିତିକି ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୭୩-୭୪ ବମ୍ବେ ଇଞ୍ଜିନିୟରିଂ ଗ୍ରୁପ୍‌ ଆଣ୍ଡ ସେଣ୍ଟରରେ ଟ୍ରେନିଂ ଅଫିସର୍‌, ୧୯୭୪-୭୭ ଗୁଆହାଟୀ ଇଞ୍ଜିନିୟରିଂ କଲେଜରେ ଏନ୍‌ସିସି ଅଫିସର୍‌ କମାଣ୍ଡିଂ, ୧୯୭୭-୮୦ ଚିଲିକା ନାଭାଲ୍‌ ପ୍ରୋଜେକ୍ଟରେ ଆସିଷ୍ଟାଣ୍ଟ ଗାରିଶନ୍‌ ଇଞ୍ଜିନିୟର୍‌, ୧୯୮୦-୮୨ ଇଞ୍ଜିନିୟର୍‌ ରେଜିମେଣ୍ଟ, ଚଣ୍ଡୀମନ୍ଦିର, ୧୯୮୨-୮୪ ନାଗାଲାଣ୍ଡ ଓ ମଣିପୁରର ବିଦ୍ରୋହ ଦମନ, ୧୯୮୪-୮୬ ଇଞ୍ଜିନିୟର ଇକ୍ୟୁପ୍‌ମେଣ୍ଟ କଣ୍ଟ୍ରୋଲର୍‌, ପୁନେ, ୧୯୮୬-୮୮ ଆଇପିକେଏଫ୍‌ (ଶ୍ରୀଲଙ୍କା), ୧୯୮୮-୯୨ ସୀମା ସଡ଼କ ସଂସ୍ଥା (ଭୁଟାନ), ୧୯୯୨-୯୫ ପ୍ରମାଣ ଓ ପ୍ରୟୋଗ ସଂସ୍ଥା, ଚାନ୍ଦିପୁର (ବାଲେଶ୍ୱର), ୧୯୯୬-୯୮ ଆଭ୍ୟନ୍ତରୀଣ ଜଳ ପରିବହନ ସଂସ୍ଥା, ଗୁଆହାଟୀ, ୧୯୯୮-୨୦୦୦ ଚିଫ୍‌ ଇଞ୍ଜିନିୟର, ଶିଲିଂ ଜୋନ୍‌, ୨୦୦୦-୦୩ ଡାଇରେକ୍ଟର ଜେନେରାଲ୍‌ ନାଭାଲ ପ୍ରୋଜେକ୍ଟ, ବିଶାଖାପାଟଣା, ୨୦୦୩-୦୪ ଇଞ୍ଜିନିୟର ଷ୍ଟୋର ଡିପୋ, କାକିନଡା (୨୪ ପ୍ରଗଣା) ଆଦିରେ କାର୍ଯ୍ୟ କରିଥିଲି। ଚାକିରି ଜୀବନ ବାଦ୍‌ ଲେଖାଲେଖିରେ ବି ମୋର ରୁଚି ରହିଛି। ମାତ୍ର ୯ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲି। କ୍ରମେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ବି ଲେଖିଲି। ୟା’ଭିତରେ ୧୧ଟି କବିତା ସଂକଳନ, ୧୪ଟି କ୍ଷୁଦ୍ର ଗଳ୍ପ ସଂକଳନ, ୧୦ଟି ପ୍ରବନ୍ଧ, ୨ଟି ଧର୍ମ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ଆଉ ସାହିତ୍ୟ ପ୍ରୀତି ପାଇଁ ମୋତେ ଅନେକ ସମ୍ମାନ ମଧ୍ୟ ମିଳିସାରିଲାଣି। ଗୁଣପୁର ସୁସ୍ଥ ସାହିତ୍ୟ ସମାଜ, ଭୁବନେଶ୍ୱର ଉତ୍କଳ ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତଥା ନବଗୁଞ୍ଜର, ଗଣିଆ ଓ ନୟାଗଡ଼ ଦ୍ୱାରା ବିଶିଷ୍ଟ ସାହିତି୍ୟକ ଭାବେ ସମ୍ମାନିତ ହୋଇସାରିଲିଣି। ଏପିରିକି ଜୟପୁର ସାହିତ୍ୟ ପରିଷଦ ଦ୍ୱାରା ଏବଂ ଦଶମ ଗଞ୍ଜାମ ପୁସ୍ତକ ମେଳା, ବ୍ରହ୍ମପୁରରେ ୨୦୧୫ରେ ସୁସାହିତି୍ୟକ ଭାବେ ମଧ୍ୟ ସମ୍ମାନିତ ହୋଇସାରିଛି। ତା’ ଛଡ଼ା ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଗଞ୍ଜାମରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ବି ପାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri