Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶିକ୍ଷାବିତ୍‌ ତଥା ସାହିତ୍ୟିକ ଭାଗୀରଥି ବେହେରା

ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗାଁରେ ମୋ ଜନ୍ମ। ବି.ଏସ୍‌ସି. ବି.ଏଡ୍‌. ପାସ୍‌ ପରେ ଭୁବନେଶ୍ୱରସ୍ଥିତ ଶବରସାହିରେ ନୂଆକରି ଖୋଲିଥିବା ଏକ ବେସରକାରୀ ଓଡ଼ିଆ ମିଡିୟମ ସ୍କୁଲରେ ଶିକ୍ଷକତା କଲି। ପାଖାପାଖି ୬ମାସ ପଢ଼େଇଲା ପରେ ବି ଦରମାର ଆଶା ସରକାରଙ୍କ ଅନୁଦାନ ନ ମିଳିବାରୁ ମଉଳିଗଲା। ତା’ପରେ ମୁଁ ସୁଦୂର ହିମାଚଳ ପ୍ରଦେଶସ୍ଥିତ ଏକ ନାମକରା ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ଯୋଗଦେଲି। ଏହା ଥିଲା ୨୦୦୩ ମସିହାର କଥା।

ମାସକ ପରେ ୮ ହଜାର ଟଙ୍କା ଦରମା ପାଇଲି। ସେଦିନ ମୋର ଖୁସି କହିଲେ ନ ସରେ। ରାତିସାରା ବସି ଭାବୁଥାଏ ଟଙ୍କାକୁ କେମିତି ଖର୍ଚ୍ଚ କରିବି। ପୁରୁଣା ଦିନ କଥା ସବୁ ମନେପଡ଼ିଯାଉଥାଏ। ଆମେ ଥିଲୁ ୭ ଭାଇଭଉଣୀ (୫ଭାଇ ଓ ୨ ଭଉଣୀ)। ମୁଁ ଥିଲି ସବା ସାନ। ଆମମାନଙ୍କୁ ମଣିଷ କରିବାକୁ ବାପା କେମିତି କଷ୍ଟ କରୁଥିଲେ। ତେଣୁ ଭାବିଲି ସବୁଯାକ ଟଙ୍କା ଘରକୁ ପଠାଇଦେବି। ବାପାବୋଉ ଯାହା କରିବେ। ଯଦି ସେମାନେ କିଛି ସଞ୍ଚୟ କଲେ, ତା’ହେଲେ ଗାଁରେ ଆମର ଭଲ ଘରଟିଏ ହୋଇପାରିବ। ଏମିତି ସବୁ କଥା ଭାବୁ ଭାବୁ ସକାଳ ହୋଇଗଲା। ନିତ୍ୟକର୍ମ ସାରି ସ୍କୁଲରେ ପହଞ୍ଚତ୍ଲା ପରେ ପ୍ରିନ୍ସିପାଲ ମୋତେ ତାଙ୍କ ଚାମ୍ବରଙ୍କୁ ଡାକି କହିଲେ- ”ତୁମେ ତୁମ ପ୍ରଥମ ଦରମା ଟଙ୍କା କେମିତି ଖର୍ଚ୍ଚ କରିବ ବୋଲି ଭାବିଛ।“ ମୁଁ କିଛି କହିବା ପୂର୍ବରୁ ସେ ପୁଣି କହିଲେ-”ଭାଗୀରଥି! ଦରମା ଟଙ୍କାରୁ ଘରକୁ ପଠାଅ ଅଧା, ମାନେ ୪ ହଜାର ଟଙ୍କା। ପାଖରେ ରଖ ବଳକାର ଅଧା, ମାନେ ୨ ହଜାର ଟଙ୍କା। ଆଉ ଯାହା ବଳିଲା ସେଥିରେ ନିଜ ପାଇଁ ଭଲ ପ୍ୟାଣ୍ଟଶାର୍ଟ କିଛି କିଣ। କାରଣ ଗୋଟିଏ ମଣିଷ ତା’ ମାର୍ଜିତ ବେଶଭୂଷାରୁ ପରିଚୟ ପାଏ ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୁଏ। ତୁମେ ନିଜକୁ ଦେଖ। ଅବଶ୍ୟ ତୁମେ ଜଣେ ଭଲ ଶିକ୍ଷକ। କିନ୍ତୁ ଯଦି ତୁମେ ପିନ୍ଧାପିନ୍ଧିରେ ଟିକେ ସଜାଗ ହୋଇଯିବ, ତା’ହେଲେ ପିଲାମାନଙ୍କର ତୁମେ ପ୍ରିୟ ଶିକ୍ଷକ ବି ହୋଇପାରିବ।“ ସେଦିନ ପ୍ରିନ୍ସିପାଲଙ୍କ କଥା ମୋ ମନକୁ ବେଶ୍‌ ପାଇଥିଲା। ତାଙ୍କ ପରାମର୍ଶ ଅନୁଯାୟୀ, ଘରକୁ ୪ ହଜାର ଟଙ୍କା ପଠାଇଦେଲି, ପାଖରେ ୨ ହଜାର ଟଙ୍କା ରଖିଲି। ଆଉ ବଳକା ୨ ହଜାର ଟଙ୍କା ଧରି ମାର୍କେଟ ଯାଇ ନିଜ ପାଇଁ ସୁଟ୍‌ ସଫାରି, ଭଲ ଜୋତା ଓ ଡ୍ରେସ୍‌ କିଣିଥିଲି। ତା’ସହିତ ସେଠାରେ ଥିବା ମା’ ଭୀମାକାଳୀଙ୍କ ମନ୍ଦିରରେ ଭୋଗ ବି କରିଥିଲି। ଏହିପରି ଭାବେ ମୁଁ ମୋ ପ୍ରଥମ ଦରମାକୁ ଖର୍ଚ୍ଚ କରିଥିଲି। ପାଖାପାଖି ୫ ବର୍ଷ ହିମାଚଳ ପ୍ରଦେଶରେ ଶିକ୍ଷକତା କରିବା ପରେ ହାଇଦ୍ରାବାଦ ରେସିଡେନ୍ସିଆଲ ସ୍କୁଲରେ ଜଏନ୍‌ କରିଥିଲି। ସେଠାରେ ବି ୩ ବର୍ଷ କାମ କରି ବିହାରସ୍ଥିତ ଗ୍ରୀନ୍‌ଭ୍ୟାଲି ଇଣ୍ଟରନ୍ୟାଶନାଲ ସ୍କୁଲର ପ୍ରତିଷ୍ଠାତା-ପ୍ରିନ୍ସିପାଲ ଭାବେ କିଛିଦିନ ଦାୟିତ୍ୱ ତୁଲାଇଥିଲି। ଏହାପରେ ଓଡ଼ିଶା ଫେରି ଆସିବାକୁ ଇଚ୍ଛାକରି ୨୦୧୪ରେ ବ୍ରହ୍ମପୁରସ୍ଥିତ ମାଉଣ୍ଟ-ଲିଟେରା ଜି-ସ୍କୁଲରେ ପ୍ରିନ୍ସିପାଲ ଭାବେ ଜଏନ୍‌ କଲି। ପାଖାପାଖି ବର୍ଷେ ଏଠାରେ କାମ କରିବା ପରେ ଟିକାବାଲିସ୍ଥିତ ଜିଲା ଶିକ୍ଷା ଓ ଶିକ୍ଷଣ ସଂସ୍ଥାନରେ ଶିକ୍ଷକ ପ୍ରଶିକ୍ଷକ ଭାବେ ବର୍ଷେ କାମ କରିଥିଲି। ଅବଶ୍ୟ ତା’ରି ଭିତରେ ମୁଁ ଓଇଏସ୍‌ ପରୀକ୍ଷା ଦେଇ ସାରିଥିଲି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଖଲ୍ଲିକୋଟସ୍ଥିତ ମର୍ଦ୍ଦରାଜ ଉଚ୍ଚବିଦ୍ୟାଳୟରେ ୨୦୧୬ରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେବା ସହିତ ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲି। ପ୍ରାୟ ଦୁଇବର୍ଷ ଏମିତି ଚାଲିବା ପରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ନେହେରୁ ବହୁମୁଖୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିଲି, ଯେଉଁଠାରେ ଏବେ ବି କାର୍ଯ୍ୟରତ । ଚାକିରି ଜୀବନ ବାଦ୍‌ କବିତା, ଗପ, ଉପନ୍ୟାସ ଲେଖିବାରେ ବି ମୋର ରୁଚି ରହିଛି। ନବମଶ୍ରେଣୀରେ ପଢ଼ିଲା ବେଳେ ‘ସାମାଜିକ ପ୍ରାଣୀ’ ନାମକ ଏକ କବିତା ଲେଖିଥିଲି, ଯାହା ‘ଶିଶୁଲିପି’ ପତ୍ରିକାରେ ପ୍ରକାଶ ପାଇଥିଲା। ଆଉ ଯୁକ୍ତ ଦୁଇ ପଢ଼ିଲାବେଳେ ‘ନୀଡ଼’ ନାମକ ଏକ ପତ୍ରିକାର ସମ୍ପାଦନା କରିବା ସହ ପ୍ରକାଶନ ଦାୟିତ୍ୱ ବି ତୁଲାଇଥିଲି। ହେଲେ ଯେବେ ଓଡ଼ିଶା ଛାଡ଼ି ବାହାରକୁ ଚାକିରି କରିବାକୁ ଗଲି ସେଠାରେ ଆଉ ଓଡ଼ିଆ ଭାଷାରେ ଲେଖାଲେଖି କରିବାର ସୁଯୋଗ ପାଇଲି ନାହିଁ। ତେଣୁ ବାଧ୍ୟହୋଇ ହିନ୍ଦୀ ଭାଷାରେ ଲେଖିଲି। ହେଲେ ଯେବେ ହୃଦୟଙ୍ଗମ କଲି ମାତୃଭାଷାଠାରୁ ମୁଁ ଦୂରେଇଯାଉଛି ସେବେ ଓଡ଼ିଶା ଫେରି ଆସିବାକୁ ଚିନ୍ତାକଲି। ଓଡ଼ିଶା ଫେରିଆସି ଚାକିରି କଥା ବୁଝାବୁଝି କରିବା ସହ ୨୦୧୫ରେ ସାହିତ୍ୟ ମଞ୍ଚ ଗଞ୍ଜାମର ‘କବିତା ଘର’ ଗଢ଼ିଲି। ଏହି ମଞ୍ଚ ତରଫରୁ ପ୍ରତିବର୍ଷ ସାହିତ୍ୟ ଆସର, କବିତା ପାଠ, ପ୍ରତିଭା ସମ୍ମାନ ସମାରୋହ ଇତ୍ୟାଦି ଆୟୋଜନ କରାଯାଇଥାଏ। ତା’ସହିତ ‘ଭାଗୀରଥି କବିତାର ଗଙ୍ଗା’ ନାମକ ଏକ ବାର୍ଷିକ ମୁଖପତ୍ର ବି ଏହି ମଞ୍ଚ ତରଫରୁ ପ୍ରକାଶ ପାଇଥାଏ, ଯାହାର ସମ୍ପାଦନା ଓ ପ୍ରକାଶନ ଦାୟିତ୍ୱ ମୁଁ ହିଁ ବୁଝୁଛି। ତା’ଛଡ଼ା ଏ ଯାଏଁ ଏକା ଏକା ହୃଦୟ, ନଦୀର ନାମ ଋତୁମତୀ, ତମେ ନୁହଁ ଭୁଲିବାର ଇତ୍ୟାଦି କବିତା ସଂକଳନ, ତଟଶୂନ୍ୟ ଶୂନ୍ୟତା, ଅବୈଧ, ବ୍ରହ୍ମପୁର ଇତ୍ୟାଦି ଗଳ୍ପ ପୁସ୍ତକ ତଥା ମାନବ ଏକ ଆଦର୍ଶ ଶିକ୍ଷକ(ଉପନ୍ୟାସ), ବିରାନ ତଟ (ହିନ୍ଦୀ ଗଳ୍ପ ସଂଳଳନ) ଏବଂ କାଳଜୟୀ କବିତା (ସଂକଳିତ ସଂକଳନ) ଇତ୍ୟାଦି ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri