Posted inଖେଳ

ପ୍ରଥମ ଟି୨୦: ଗୁଆହାଟୀରେ ଶ୍ରୀଲଙ୍କା ଦଳ

ଗୁଆହାଟୀ,୨।୧(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଛି। ଆସନ୍ତା ରବିବାର ସ୍ଥାନୀୟ ବର୍ଷପାରା କ୍ରିକେଟ ଷ୍ଟାଡିୟମରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ନାଗରିକତ୍ୱ ଆଇନ୍‌ (ସିଏଏ) ବିରୋଧରେ ଆସାମରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେଣୁ କଡ଼ା ନରାପତ୍ତା ବ୍ୟବସ୍ଥାରେ ଶ୍ରୀଲଙ୍କା ଦଳକୁ ଟିମ୍‌ ହୋଟେଲକୁ ନିଆଯାଇଛି। ଶୁକ୍ରବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପର୍ଯ୍ୟୟକ୍ରମେ ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳ ଅଭ୍ୟାସ କରିବାର କାର୍ଯକ୍ରମ ରହିଛି। ଶ୍ରୀଲଙ୍କା ପରେ ଭାରତ ଅଭ୍ୟାସ କରିବାର କାର୍ଯକ୍ରମ ରହିଛି ବୋଲି ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ତରଫରୁ କୁହାଯାଇଛି।
ଗତ ଡିସେମ୍ବରରେ ସିଏଏ ବିରୋଧାରେ ସାରା ଆସାମରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ଦ୍ୱାରା ରଣଜୀ ଓ ୧୯ ବର୍ଷରୁ କମ୍‌ ମ୍ୟାଚ୍‌ କଫ୍ୟୁ ଯୋଗୁ ପ୍ରଭାବିତ ହୋଇଥିଲା। ତେବେ ବର୍ତ୍ତମାନ ପରସ୍ଥିତି ସମ୍ପୂର୍ଣ୍ଣ ରୁପେ ନିୟନ୍ତ୍ରଣାଧିନ ହେବା ସହ ସାମାନ୍ୟ ରହିଛି। ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ପୂର୍ବାବସ୍ଥାକୁ ଫେରିଛି। ଆସନ୍ତା ୧୦ ତାରିଖରୁ ଏଠାରେ ଖେଲୋ ଇଣ୍ଡିଆ ଗେମ୍ସ ଆରମ୍ଭ ହେବ। ଏଥିରେ ୭ ହଜାର ପିଲା ଅଂଶଗ୍ରହଣ କରିବେ ବୋଲି ଏସିଏ ସମ୍ପାଦକ ଦେବଜିତ୍‌ ସାଇକିଆ କହିଛନ୍ତି। ଦେଶର ଅନ୍ୟସ୍ଥାନ ଭଳି ଏବେ ଆସାମ ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି। ରାଜ୍ୟ ସରକାର ନିରାପତ୍ତା ବ୍ୟବସ୍ଥାର ତଦାରଖ କରୁଛନ୍ତି ବୋଲି ସେ କହିଛନ୍ତି। ୩୯,୫୦୦ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୨୭,୦୦୦ ଟିକେଟ ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି। କ୍ରିସ୍‌ମାସ ଓ ନୂଆବର୍ଷ ପାଳିନ କରୁଥିବାରୁ ଶେଷ ମୁହୂର୍ତ୍ତରେ ସବୁ ଟିକେଟ ବିକ୍ରି ହୋଇଯିବ ବୋଲି ସାଇକିଆ କହିଛନ୍ତି। ଆଗକୁ ଚଳିତବଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଏହି ସିରିଜ ସହିତ ବିଶ୍ୱକପ୍‌ କାଉଣ୍ଟ ଡାଉନ ଆରମ୍ଭ ହୋଇଛି ବୋଲି ଧରିନେବାକୁ ହେବ। ବିଶ୍ୱକପ୍‌ ପୂର୍ବରୁ ଭାରତ ୮ଟି ଟି୨-୦ ମ୍ୟାଚ୍‌ ଖେଳିବ। ନ୍ୟୁଜିଲାଣ୍ଡରେ ଭାରତ ୫ଟି ମ୍ୟାଚ୍‌ ଖେଳିବ। ଅକ୍ଟୋବର ୨୪ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି ସିଲଭା ଘୋଷିତ ୧୬ ଜଣିଆ ଶ୍ରୀଲଙ୍କା ଦଳରେ ସ୍ଥାନ ପାଇଛନ୍ତି। ୨୦୧୮ରେ ମାଥ୍ୟୁସ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଅପରପକ୍ଷରେ ଭାରତ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଇଞ୍ଜୁରୀ ମୁକ୍ତ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସିରିଜରୁ ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri