Categories: ଖେଳ

ପ୍ରଗତି ଜିତିଲା ଓସ୍କାର କପ୍‌

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ନିରୋଜ ମେମୋରିଆଲ ଓସ୍କାର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୧୧ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଫାଇନାଲରେ ସହିଦ ସ୍ପୋର୍ଟିଂକୁ ୧୩ ରନରେ ହରାଇ ପ୍ରଗତି ସ୍ପୋର୍ଟିଂ ଚାମ୍ପିୟନ ହୋଇଛି। ୮୦ ବଲ୍‌ରୁ ୯୧ ରନ କରିବା ସହ ଗୋଟିଏ ଉଇକେଟ ନେଇଥିବା ଅସୀମ ବରାଦ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସୌମ୍ୟରଞ୍ଜନ ମହାରଣା ମ୍ୟାନ ଅଫ ଦି ସିରିଜ ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଦେବଜ୍ୟୋତି ଦାସ ପଟ୍ଟନାୟକ ଶ୍ରେଷ୍ଠ ବୋଲର, କୁବେର ସାହୁ ଶ୍ରେଷ୍ଠ ଫିଲ୍ଡର, ଅମନ ଦାସ ଶ୍ରେଷ୍ଠ ଉଇକେଟ କିପର ବିବେଚିତ ହୋଇଥିଲେ। ନରେଶ ଭୂଷଣ ମଲିକ ଧାରାବିବରଣୀ ପ୍ରଦାନ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ସରୋଜ ସାମଲ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share