ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସହାର ୭୦.୭୮ ପ୍ରତିଶତ

କଟକ ଅଫିସ/ଭୁବନେଶ୍ୱର,୨୧।୫(ବ୍ୟୁରୋ): ଚଳିତବର୍ଷର ମାଟ୍ରିକ ରେଜଲ୍ଟ କଟକ ବୋର୍ଡ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ ହାର ୭୦.୭୮ ପ୍ରତିଶତ ରହିଥିବାବେଳେ ଏ-୧ରେ ୧,୧୮୧ଜଣ, ଏ-୨ରେ ୯,୯୩୮ ଓ ବି-୧ରେ ୨୪,୯୯୧ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ମଧ୍ୟମାରେ ପ୍ରାସ୍‌ ହାର ୮୪.୬୨ ପ୍ରତିଶତ ରହିଥିବାବେଳେ ୩,୫୬୩ରୁ ୩୦୧୫ ଛାତ୍ରୀଛାତ୍ର ପାସ କରିଛନ୍ତି।
ତେବେ ରେଗୁଲାର ପାସହାର ୭୨.୩୫ ପ୍ରତିଶତ ରହିଥିବାବେଳେ ଏକ୍ସ ରେଗୁଲାର ୩୭.୪୩ ପ୍ରତିଶତ ରହିଛି। ମୋଟ ୩ ଲକ୍ଷ ୯୭ ୧୨୫ ଛାତ୍ରୀଛାତ୍ର ପାସ କରିଛନ୍ତି। ମାଟ୍ରିକ ଫଳାଫଳ ଜାଣିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ www.bseodisha.ac.in, wwwbseodisha.nic.in ଓ୍ବେବସାଇଟକୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ।