Categories: ଖେଳ

ପ୍ରକାଶ ପାଇଲା ଓସିଏ ନିର୍ବାଚନୀ ପ୍ରୋଟୋକଲ୍‌

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ସୋମବାର ନିର୍ବାଚନୀ ପ୍ରୋଟୋକଲ ପ୍ରକାଶ କରାଯାଇଛି । ୨୭ ତାରିଖ ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ । ଭୋଟ ଅଧିକାର ପାଇଥିବା ପ୍ରତିନିଧିମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରକୁ ପ୍ରବେଶ କରିବେ । ଦିନ ୧୧.୧୫ରୁ ଭୋଟ ସଂଗ୍ରହ ଆରମ୍ଭ ହେବ । ଦିନ ୨ଟା ହେଉଛି ମତଦାନର ଶେଷ ସମୟ । ଏହା ପରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭୋଟ ଗଣତି କରାଯିବ। ସନ୍ଧ୍ୟା ୬ଟା ପୂର୍ବରୁ ଫଳାଫଳ ଘୋଷଣା କରାଯିବ । ଓସିଏ ସମ୍ମିଳନୀ କକ୍ଷରେ ଭୋଟ ସଂଗ୍ରହ କରାଯିବା ବେଳେ ଏହା ପୂର୍ବରୁ ଦୁଇଟି ସ୍ଥାନରେ ମତଦାତାଙ୍କୁ ଯାଞ୍ଚ କରାଯିବ। ମତଦାନ ନିମନ୍ତେ ଦିଆଯାଇଥିବା କାଗଜପତ୍ର ସମେତ ଅନ୍ୟ ପ୍ରକୃତ ପରିଚୟ ପତ୍ର ସାଥିରେ ଆଣିବାକୁ ନିବେଦନ କରାଯାଇଛି। ଭୋଟ ଗଣତି ସମୟରେ ପ୍ରାର୍ଥୀଙ୍କର ଜଣେ ମାତ୍ର ପ୍ରତିନିଧି ଉପସ୍ଥିତ ରହିପାରିବେ ବୋଲି ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Share