Posted inଜାତୀୟ

ପ୍ରକାଶ ପାଇବ ଚୂଡ଼ାନ୍ତ ଏନ୍‌ଆର୍‌ସି

ନୂଆଦିଲ୍ଲୀ/ଗୁଆହାଟୀ,୩୧ା୮: ଆସାମ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍‌ ପଡିଥିଲେ। ଏହାର ବର୍ଷେ ପରେ ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇବାକୁ ଯାଉଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ପରେ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଏହା ଏକ ବଡ଼ ପଦକ୍ଷେପ ହେବ। ଏନ୍‌ଆର୍‌ସି ତାଲିକା ପ୍ରକାଶ ପରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଆସାମରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସେଠାକୁ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଯାଇଛି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଜନସାଧାରଣ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଅନୁରୋଧ କରିଛନ୍ତି। ପ୍ରକୃତ ଭାରତୀୟଙ୍କୁ ସେମାନଙ୍କ ନାଗରିକତ୍ୱ ପ୍ରମାଣ ଲାଗି ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ। ଗରିବଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପୂର୍ବାହ୍ନ ୧୦ଟାରେ ଅନ୍‌ଲାଇନରେ ଉପଲବ୍ଧ ହେବ। ଯେଉଁମାନଙ୍କର ଇଣ୍ଟରନେଟ ସଂଯୋଗ ନାହିଁ, ସେମାନେ ନିକଟବର୍ତ୍ତୀ ସେବାକେନ୍ଦ୍ରରୁ ସେମାନଙ୍କ ନାଁ ଯାଞ୍ଚ କରିପାରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯେଉଁମାନଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ନ ଥିବ, ସେମାନଙ୍କୁ ବିଦେଶୀ ଘୋଷଣା କରାଯିବନି। ସେମାନଙ୍କୁ ଆଇନଗତ ପଦକ୍ଷେପ ନେବା ପାଇଁ ସୁଯୋଗ ଦିଆଯିବ। ବାଦ୍‌ପଡିଥିବା ଲୋକେ ବିଦେଶୀମାନଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ ଏବଂ ଏଥିପାଇଁ ୬୦ରୁ ୧୨୦ ଦିନ ସମୟ ଦିଆଯିବ। ଏହିସବୁ ବିବାଦର ଶୁଣାଣି ଲାଗି ପର୍ଯ୍ୟାୟକ୍ରମେ ୧୦୦୦ ଟ୍ରିବ୍ୟୁନାଲ ଖୋଲାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୧୦୦ ଟ୍ରିବ୍ୟୁନାଲ ଖୋଲିଥିଲାବେଳେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ୨୦୦ଟି ଖୋଲିବ। ଜଣେ ଟ୍ରିବ୍ୟୁନାଲରେ ମାମଲା ହାରିଗଲେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମଧ୍ୟ ଅପିଲ କରିପାରିବେ। ସମସ୍ତ ଆଇନଗତ ପଦକ୍ଷେପ ଶେଷ ନ ହେବା ପର୍ଯ୍ୟନ୍ତ କାହାକୁ ଅଟକ ରଖାଯିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଉତ୍ତେଜନା ଆଶଙ୍କାରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଅତୀତରେ ହିଂସାକାଣ୍ଡ ଘଟିଥିବା ସମ୍ବେଦନଶୀଳ ଅଞ୍ଚଳର ସର୍ବସାଧାରଣ ସ୍ଥାନରେ ୪ ଜଣରୁ ଅଧିକ ଏକାଠି ହେବା ଉପରେ ନିଷେଧାଦେଶ ଲଗାଯାଇଛି। କେନ୍ଦ୍ର ସରକାର ଆସାମକୁ ଅତିରିକ୍ତ ୨୦ ହଜାର ଅର୍ଦ୍ଧସାମରିକ ବଳ ପଠାଇଛନ୍ତି। ଏନ୍‌ଆରସି ଚୂଡ଼ାନ୍ତ ତାଲିକାରେ ନଁା ନ ଥିବା ଲୋକଙ୍କୁ ସରକାର ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବେ। ଗୁଜବରେ ବିଶ୍ୱାସ ନ କରିବାକୁ ଆସାମ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ତାଲିକାରୁ ବାଦ୍‌ ପଡିଥିବା ବାସ୍ତବ ନାଗରିକଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ଭାଜପା ଏବଂ କଂଗ୍ରେସ ଯୋଜନା କରିଛନ୍ତି। ସେହିପରି କେତେକ ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ ଲୋକଙ୍କୁ ଆଇନଗତ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି। ୨୦୧୮ ଜୁଲାଇ ୩୦ରେ ପ୍ରକାଶିତ ପ୍ରଥମ ତାଲିକାରୁ ବାଦ୍‌ ପଡିଥିବା ଲୋକଙ୍କ ମଧ୍ୟରୁ ଯେଉଁମାନଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଥିବ ସେମାନଙ୍କୁ ଆଧାର କାର୍ଡ ଯୋଗାଇଦିଆଯିବ
ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri