ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଅଁାତରିକତା ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ଅନେକ ଜାଗାରେ ବାଟବନା ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତରେ। ଇ ପଁଚେତ୍‌ର ପାଲିବୁଗବୁଗାନେ ଗଁାବାସୀକୁ ପିଇଲା ପାଏନ୍‌ ଯୁଗେଇ ଦେବାର ଉଧେ ବଛ୍‌ରେ ହେଲା ଗୁଟେ ଓଭରହେଡ଼ ଟ୍ୟାଙ୍କ ତିଆର ହେଇଛେ। ହେଲେ କାଯ୍‌କ୍ଷମ ନାଇଁ ହେଇପାରି।

ସୂଚନା ହିସାବେ ଝାଉଁଯୋର ପିଇଲା ପାଏନ୍‌ ପ୍ରକଳ୍ପରୁ ଆଗରୁ ବୁଗବୁଗା, ପାଲିବୁଗବୁଗା, ଗମ୍ଭାଟିକ୍ରା ଏନ୍‌ଥେଇ ୩ଖଁଡ଼ ଗଁାର ପାଖାପାଖି ୫ ହଜାର ଲୁକ୍‌କୁ ପାଇପ୍‌ ପାଏନ୍‌ ଯୁଗେଇ ଦିଆଯାଉଥିଲା। ହେଲେ ଗଲା ବଛର ଦୂଷିତ ପାଏନ୍‌ ବେଭାର ଲାଗି ପାଲିବୁଗବୁଗା ଗଁାରେ ଝାଡ଼ାବଁାତି ରୋଗ୍‌ ବହପିଥିଲା। ଇଥ୍‌ରେ ଶହ ଶହ ଲୋକ୍‌ ଆକ୍‌ରଁାତ ହେବାର ସଂଗେ ବିପିନ ରଣା(୪୫)କଁର ଜୀବନ୍‌ ଯାଇଥିଲା। ସେ ଦିନ୍‌ଠାନୁ ଇ ପ୍ରକଳ୍ପକେ ବଁଦ୍‌ କରିଦିଆଗଲା। ସେ ସମିଆରେ ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଗଁାକେ ସୁଆସ୍‌ତିଅ ବିଭାଗ କରମ୍‌ଚାରୀ ଆର ପରଶାସନିକ ଅଧ୍‌କାରୀକଁର ଧାର ଲମିଥିଲା। ଶେଷେ ପରଶାସନ ଇ ୩ ଖଁଡ଼ ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨୫ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ ନୂତନ ପାଏନ୍‌ ପ୍ରକଳ୍ପ ପାଲିବୁଗବୁଗାନେ ତିଆର କରବାର ନିଷପତି ନେଇଥିଲା। ଇ ପ୍ରକଳ୍ପ ତିଆରି ସରିଛେ, ନିରବାଚନ ଆଗରୁ ତତ୍‌କାଲିନ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରକଳ୍ପର ଉଦ୍‌ଘାଟନ ବି କରିଥିଲେ। ହେଲେ ଆଏଜ୍‌ତକ ଗଁାବାସୀ ପ୍ରକଳ୍ପରୁ ପାଏନ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ୩ ଖଁଡ଼ ଗଁାର ଲୋକ୍‌ ଇ ମୁଡ଼ଫଟା ଖରା ତାତିରେ ସିଝୁଥିଲା ବେଲେ ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ହେଉଛନ୍‌। ଏନ୍‌ତାଥି ଲୋକ୍‌ ଉପେ ଶୂଇନ୍‌ ହେଇ ଖୁଲା ଚୁଅଁା, ବଁଧ୍‌କଟାର ଦୂଷିତ ପାଏନ୍‌ ପିଇବା ଖାଏବାର ଲାଗି ବେଭାର କରୁଛନ୍‌। ଗଁାମାନକେ ଥିବାର ନଲ୍‌ଚୁଅଁାମାନକୁ ବି ଦୂଷିତ ପାଏନ୍‌ ବାହାରୁଥିବାର ଗଁାବାସୀମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଗଁାବାସୀକୁ ବହୁତ ଜଲଦି ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କହିଥିଲେ। ସେନ୍‌ତା ଆରଡବ୍ଲୁଏସ୍‌ଏସ୍‌ର କନିଷ୍ଠ ଯନ୍ତ୍ରୀ ସାଇମନ ଟପ୍ପୋକୁଁ ପଚରାଲାରୁ ଦିନେ ଦୁଇଦିନ୍‌ ଭିତରେ ଗଁାମାନକେ ପାଏନ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri