ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି:ଡୁପ୍ଲିକେଟ ଚାବିକୁ ନେଇ ଜୋର୍‌ଦାର କଳି

ବନ୍ତଳା,୧୯ା୧୧(ଡି.ଏନ.ଏ.) ଗେଟ୍‌ରେ ପଡ଼ୁଥିବା ତାଲାର ଡୁପ୍ଲିକେଟ୍‌ ଚାବିକୁ ନେଇ ପ୍ରଧାନ ଶିକ୍ଷକ ଓ ଅଙ୍ଗନଓ୍ବାଡି ଦିଦିଙ୍କ ମଧ୍ୟରେ କଳି ଯୋଗୁ ସୋମବାର ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜାମ୍ମୁଗାଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏଥିଯୋଗୁ ଅଙ୍ଗନଓ୍ବାଡିର କୁନି କୁନି ପିଲାମାନଙ୍କୁ ଭୋକିଲା ରହିବାକୁ ପଡ଼ିଥିବା ବେଳେ ପ୍ରକଳ୍ପ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘଣ୍ଟା ଘଣ୍ଟା ଧରି ଗେଟ୍‌ ବାହାରେ ବସି ରହିଥିଲେ। ଖବରପାଇ ସିଆରସିସି ଓ ଗ୍ରାମବାସୀ ପହଞ୍ଚି ସମାଧାନ କରିବା ପରେ ମଧ୍ୟାହ୍ନ ୧୨ଟା ୨୦ରେ ଗେଟ୍‌ ତାଲା ଖୋଲାଯାଇଥିଲା।
ଘଟଣାରୁ ପ୍ରକାଶ ଯେ, ଗ୍ରାମରେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ଜାମ୍ମୁଗାଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ଶ୍ରେଣୀଗୃହରେ ସକାଳ ୬ଟା ୩୦ ରୁ ୯ଟା ୩୦ ଯାଏ ଅଙ୍ଗନଓ୍ବାଡି ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ଗୋଟିଏ ଶ୍ରେଣୀଗୃହ ଓ ସ୍କୁଲ ଗେଟ୍‌ର ଚାବି ଅଙ୍ଗନଓ୍ବାଡି ଦିଦି ରଖିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଚାବି ରଖିବାକୁ ନେଇ ଅଙ୍ଗନଓ୍ବାଡି ଦିଦି ଓ ସହାୟିକାଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ଦିଦି ଏକ ଡୁପ୍ଲିକେଟ ଚାବି ତିଆରି କରି ସହାୟିକାଙ୍କୁ ଦେଇଥିଲେ। ଏ ନେଇ ସ୍କୁଲ ପ୍ରଧାନ ଶିକ୍ଷକ ଜାଣିବା ପରେ ଶନିବାର ଅଙ୍ଗନଓ୍ବାଡି ଦିଦିଙ୍କ ଠାରୁ ଅର୍ଜିନାଲ ଚାବି ନେଇଯାଇଥିଲେ। ସୋମବାର ସକାଳେ ଅଙ୍ଗନଓ୍ବାଡି ଦିଦି ଓ ସହାୟିକା ସ୍କୁଲକୁ ଆସିଥିବା ବେଳେ ଗେଟ୍‌ରେ ତାଲା ପଡିଥିଲା। ଡୁପ୍ଲିକେଟ ଚାବି ପାଖରେ ନ ଥିବାରୁ ଦୀର୍ଘ ସମୟ ଧରି ଶିଶୁମାନେ ବାହାରେ ବସିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦିଦି ଆଉ ଏକ ତାଲା ଆଣି ଗେଟ୍‌ରେ ପକାଇ ଦେଇଥିଲେ। ଫଳରେ ସ୍କୁଲ ଛାତ୍ରୀଛାତ୍ରମାନେ ମଧ୍ୟ ଭିତରକୁ ପଶି ନ ପାରି ବାହାରେ ବସି ରହିଥିଲେ। ଏ ନେଇ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ହୋତା କୁହନ୍ତି, ଦିଦିଙ୍କୁ ଗେଟ୍‌ର ଚାବି ଦିଆଯାଇଥିଲା। କିନ୍ତୁ ଦିଦି ଓ ସହାୟିକାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଦିଦି ବେଆଇନ ଭାବେ ଏକ ଡୁପ୍ଲିକେଟ ଚାବି ତିଆରି କରିଥିଲେ। ଏହା ଜାଣି ତାଙ୍କ ପାଖରୁ ଅର୍ଜିନାଲ ଚାବି ସେ ମାଗି ନେଇଥିଲେ। ଛୁଟି ପରେ ବିଦ୍ୟାଳୟ ପରିସରରେ ଅନ୍ୟମାନେ ପ୍ରବେଶ କରୁଥିବାରୁ ଦୋଷ ପ୍ରଧାନ ଶିକ୍ଷକଙ୍କ ଉପରକୁ ଯିବ। ତେଣୁ ତାଙ୍କ ପାଖରୁ ଚାବି ଆଣିବାକୁ ବାଧ୍ୟ ହେଲି। ଦିଦି ମମତା ଘଡେଇ କୁହନ୍ତି, ଗୋଟିଏ ଚାବି ଦେଇଥିଲେ। ଅସୁବିଧା ଜାଣି ସରପଞ୍ଚ ଓ ଅନ୍ୟ ସଦସ୍ୟମାନେ ଏକ ଡୁପ୍ଲିକେଟ ଚାବି କରିଥିଲୁ। କିନ୍ତୁ ତାହା ହଜି ଯାଇଥିବାରୁ ସୋମବାର ଗେଟ୍‌ରେ ପଡ଼ିଥିବା ତାଲା ସକାଳୁ ଖୋଲାଯାଇ ପାରି ନ ଥିଲା। ଫଳରେ ଛୋଟ ଛୋଟ ପିଲାଙ୍କୁ ଭୋକିଲା ପେଟରେ ରହିବାକୁ ପଡ଼ିଥିଲା। ତେଣୁ ବାଧ୍ୟ ହୋଇ ଆଉ ଏକ ତାଲା ପକାଇ ଦେଇଥିଲି। ସିଆର୍‌ସିସି ବିମଳ ନାଏକ କୁହନ୍ତି, ଗ୍ରାମବାସୀଙ୍କ ସହାୟତାରେ ବିବାଦର ସମାଧାନ ହେଲା। ପ୍ରଧାନଶିକ୍ଷକ ଆଉ ଏକ ନୂତନ ତାଲାର ଚାବି ଦେଇଛନ୍ତି। ଉଭୟ ଶିକ୍ଷା କମିଟି ଓ ମାତୃ କମିଟି ସହିତ ସରପଞ୍ଚ, ୱାର୍ଡମେମ୍ବର ବସି ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri