ପୌରପାଳିକାରେ ଖୋଲିଲା ଏଫ୍‌ଏସ୍‌ଏମ୍‌: ଫୋନ୍‌ କଲେ ଘରୁ ନେଇଯିବେ ମଳପଙ୍କ

ଅନୁଗୋଳ ଅଫିସ, ୨୦।୧୨-ଅନୁଗୋଳ ପୌରପାଳିକାରେ ମଳପଙ୍କ ପରିଚାଳନା ସହାୟତା ସେବା କେନ୍ଦ୍ର (ଏଫ୍‌ଏସ୍‌ଏମ୍‌) ଉଦ୍‌ଘାଟିତ ହୋଇଯାଇଛି। ଏଥିସହ ଲୋକଙ୍କ ପାଇଁ ନିଃଶୁଳ୍କ ଫୋନ ନମ୍ବର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଣିକି ଅନୁଗୋଳ ପୌରପାଳିକାବାସୀ ଫୋନ କଲେ ସେମାନଙ୍କ ଘରେ ଗାଡ଼ି ପହଞ୍ଚି ମଳପଙ୍କ ଉଦ୍ଧାର କରିବ ବୋଲି ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏଥିସହ ସହର ଉପକଣ୍ଠରେ ଥିବା ପଞ୍ଚମହଲାରେ ଲିକ୍ୟୁଇଡି ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଆରମ୍ଭ ହୋଇଥିବା ସେ କହିଛନ୍ତି।
ଏଣିକି ମଳପଙ୍କରୁ ପ୍ରସ୍ତୁତ ହେବ ସାର। ଏହି ସାର ଅନୁଗୋଳ ପଞ୍ଚମହଲା ଠାରେ ନିର୍ମାଣ ହୋଇଥିବା ଲିକ୍ୟୁଇଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟରୁ ବାହାରିବ। ବନ ବିଭାଗ ସହ ଇଚ୍ଛୁକ ବ୍ୟକ୍ତିଙ୍କୁ ଏହା ବିକ୍ରି କରାଯିବାକୁ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଛି। ନିର୍ମଳ ଯୋଜନାରେ ୫ କୋଟି ଟଙ୍କା ବ୍ୟୟରେ ଏହି ଲିକ୍ୟୁଇଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହା ଗୁରୁବାର ଠାରୁ ପ୍ରାଥମିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ୨୮ ତାରିଖ ପରେ