ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଚନ୍ଦନ ନାୟକ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଘଟିଛି ଏହି ଘଟଣା। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଚନ୍ଦନ ଗତ ମାସରେ କ୍ୟାପିଟାଲ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାମରେ ବାଇକ ଚୋରି, ଲୁଟ୍, ବୋମା ମାଡ଼ ଓ ବନ୍ଧୁକ କାରବାର ଭଳି ସଙ୍ଗିନ ମାମଲା ରହିଛି। ସେ ଜେଲରୁ ଆସି ବାରମ୍ବାର ଅପରାଧ ଘଟାଉଥିବାରୁ କ୍ୟାପିଟାଲ ଥାନା ପୋଲିସ ତାଙ୍କ ବିରୋଧରେ ୧୧୦ ଲଗାଇ କୋର୍ଟ ଚାଲାଣ କରିଥିଲା। ଅନ୍ୟ କେତେକ ମାମଲାରେ ଚନ୍ଦନଙ୍କୁ ଭୁବନେଶ୍ୱର ଏସ୍ଡିଜେଏମଙ୍କ କୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ୧୧୦ରେ ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ତାଙ୍କର ଡିସିପି କୋର୍ଟରେ ହାଜର ହେବାର ଥିଲା। ସକାଳେ ଝାରପଡା ଜେଲରୁ କଡା ସୁରକ୍ଷାରେ ଚନ୍ଦନ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଭ୍ୟାନ୍ରେ ବାଣୀବିହାରସ୍ଥିତ ଡିସିପିଙ୍କ କୋର୍ଟକୁ ଅଣାଯାଇଥିଲା। ସେଠାରେ ଚନ୍ଦନଙ୍କୁ ହାଜର କରାଯିବା ପରେ ପୁଣି ପୋଲିସ ଭ୍ୟାନ୍ରେ ତାଙ୍କୁ ଅପରାହ୍ନରେ ଝାରପଡା ଜେଲକୁ ନିଆଯାଉଥିଲା। ହେଲେ ମହର୍ଷି କଲେଜ ନିକଟରେ ଟ୍ରାଫିକ ଭିଡ଼ଥିବାରୁ ଗାଡ଼ିର ବେଗ ମନ୍ଥର ହୋଇଯାଇଥିଲା। ଏହି ସୁଯୋଗରେ ହାତକଡ଼ି ସହ ଚନ୍ଦନ ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଏସ୍କର୍ଟ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ମଧ୍ୟ ଶହୀଦନଗର ଥାନାରେ ଏକ ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଚନ୍ଦନ କିଛି ବଡ଼ ଅପରାଧ ଘଟାଇବା ଆଶଙ୍କା ରହିଥିବାରୁ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି, ପୋଲିସ ଭ୍ୟାନ୍ରୁ କିଭଳି ଅଭିଯୁକ୍ତ ଖସି ଫେରାର ହେଲେ ତାହାର ତଦନ୍ତ କରାଯାଉଛି। ଦାୟିତ୍ୱରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ବିଗତ ୧ ବର୍ଷ ଭିତରେ ୧୦ଜଣ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ଗଲେଣି। ଭୁବନେଶ୍ୱର କୋର୍ଟ, କ୍ୟାପିଟାଲ ହସ୍ପିଟାଲ ଆଦି ବିଭିନ୍ନ ସ୍ଥାନରୁ ଅଭିଯୁ୍କ୍ତମାନେ ଖସି ଯାଇଥିବାବେଳେ ପୋଲିସର ବୁଦ୍ଧି ପଶୁନି। ଅଭିଯୁକ୍ତଙ୍କୁ କୋର୍ଟ ନେବା ସମୟରେ ଢିଲା ସୁରକ୍ଷା ଯୋଗୁ ଅଭିଯୁକ୍ତମାନେ ଖସିଯାଉଥିବା କୁହାଯାଉଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

