ପୋଲିସଙ୍କୁ ମିଳିବ କରୋନା ସୁରକ୍ଷା ତାଲିମ

କଟକ ଅଫିସ୍‌, ୯।୫: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଶୁକ୍ରବାର ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବଂ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଦେବା ସହ ଅନ୍ୟମାନଙ୍କ ମତ ସଂଗ୍ରହ କରିଥିଲେ। କରୋନା ମୁକାବିଲାରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିଲା। ପୋଲିସ କର୍ମଚାରୀମାନେ କରୋନାରୁ କେମିତି ନିଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ସେମାନଙ୍କୁ ତାଲିମ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।
କରୋନା ପ୍ରଭାବିତ ଜିଲା ଏବଂ ସୀମା ତନଖି ଫାଟକ ଥିବା ଜିଲା ସମ୍ପର୍କରେ ପୃଥକ ଭାବେ ଆଲୋଚନା କରାଯାଇଥିଲା। ଉଭୟ ଜିଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡ଼ାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ପ୍ରଦାନ କରାଯିବ। ସାମାଜିକ ଦୂରତାକୁ ସମସ୍ତେ ଗୁରୁତ୍ୱ ଦେବେ। ଅନାବଶ୍ୟକ ମିଳାମିଶାଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ। କରୋନା ପ୍ରଭାବିତ ଜିଲାରେ ଆକସ୍ମିକ ପାଣ୍ଠି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସୀମା ତନଖି ଫାଟକ ଥିବା ଜିଲାଗୁଡ଼ିକରେ ତନଖି ଫାଟକ ପାଇଁ ଧାର୍ଯ୍ୟ ମାନଦଣ୍ଡ (ଏସ୍‌ଓପି)କୁ କାର୍ଯ୍ୟକାରୀ କରାଯିବ। ପାଦଚଲା ଓ ସାଇକେଲରେ ଆତଯାତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ରେଖା ଲୋହାନି, ଯତୀନ୍ଦ୍ର କୋଏଲ, ଏଆଇଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri