‘ପୋତାଧନ’ ନଁାରେ ଠକେଇ, ୩ ଗିରଫ

ବଲାଙ୍ଗୀର ଅଫିସ, ୭ା୬-ମାଟି ତଳେ ପୋତାଯାଇଥିବା ଏକ ହଣ୍ଡା ଭିତରୁ ଅସଲି ସୁନା (ପୋତାଧନ)ମିଳିଛି। ସେଥିପାଇଁ କମ୍‌ଦାମରେ ବିକ୍ରି ହେବ କହି ଜଣେ ବେପାରୀଙ୍କୁ ଠକେଇ କରିଥିବା ଏକ ର଼୍ୟାକେଟ୍‌ର ୩ ସଦସ୍ୟଙ୍କୁ ବଲାଙ୍ଗୀର ସଦର ଥାନା ପୋଲିସ ଗିରଫ କରିଛି ା ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି ା ପୋଲିସ ଏକ ମାମଲା (ନଂ.୧୮୩/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ବୌଦ୍ଧ ଜିଲା ମନମୁଣ୍ଡା ଗ୍ରାମର ରଞ୍ଜନ କୁମାର ମେହେର ଏହି ଠକେଇର ଶିକାର ହୋଇଛନ୍ତି ା ନକଲି ସୁନା ନେଇ ଉକ୍ତ ର଼୍ୟାକେଟ୍‌ର ସଦସ୍ୟମାନେ ତାଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଛନ୍ତି ା
ରଞ୍ଜନଙ୍କ ଅଭିଯୋଗ ମୁତାବକ, ଗତ ୪ ତାରିଖ ଦିନ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍‌ ଆସିଥିଲା ା ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ, କୂଅ ଖୋଳିବା ବେଳେ ଜଣେ ବ୍ୟକ୍ତି ପୋତାଧନ ପାଇଛନ୍ତି ା ଏହା ଖାଣ୍ଟି ସୁନା ଓ ସେ ଯଦି ନେବାକୁ ଚାହୁଛନ୍ତି କମ୍‌ ଦାମରେ କରାଇ ଦେବେ ା ସେହି କଥାକୁ ବିଶ୍ୱାସ କରି ୫ ତାରିଖ ଦିନ ରଞ୍ଜନ ସୁନା କିଣିବା ପାଇଁ ବଲାଙ୍ଗୀର ସଦର ଥାନା ଅଧୀନ ଚୁଡାପାଲି ନିକଟ ବଗିଚା ଢ଼ାବା ପାଖରେ ପହଞ୍ଚତ୍ ଥିଲେ ା ସେଠାରେ ଠକ ର଼୍ୟାକେଟ୍‌ ସଦସ୍ୟମାନେ ଏକ ପୁରୁଣା କଳସ ଦେଖାଇଥିଲେ ା ରଞ୍ଜନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେମାନେ ଏକ ମେଶିନରେ କଳସର କିଛି ଅଂଶ ଡ୍ରିଲ୍‌ କରି ସେହି ଗୁଣ୍ଡ ରଞ୍ଜନକୁ ଦେଇଥିଲେ ା ଡ୍ରିଲ ଗୁଣ୍ଡ ଅସଲି ସୁନା ଜାଣିବା ପରେ ରଞ୍ଜନ ସେମାନଙ୍କୁ ୨ ଲକ୍ଷ ଟଙ୍କା ଦେଇ ଦେଢ଼ କେଜି ଓଜନର ସୁନାକଳସ ଧରି ଘରକୁ ଫେରିଥିଲେ ା ଘରେ ପହଞ୍ଚତ୍ ସେ ଆଣିଥିବା କଳସ ଯାଞ୍ଚ କରିଥିଲେ ା ହେଲେ ତାହା ନକଲି ବୋଲି ଜଣାପଡିଥିଲା ା ଏ ନେଇ ୬ ତାରିଖ ଦିନ ସେ ସଦର ଥାନାରେ ଅଭିଯୋଗ କରିଥିଲେ ା
ଏସ୍‌ପି ସନ୍ଦୀପ ମାଡକର ଏକ ଟିମ୍‌ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ା ପୋଲିସ ଟିମ୍‌ ଢ଼ୁଲୁସର ଗ୍ରାମରେ ଚଢ଼ାଉ କରି ସେଠାରୁ ୩ ଜଣଙ୍କୁ ଗିରଫ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ମେହେରପଡାର ଦୀପକ ମେହେର (୨୮), କଳାକାହ୍ନୁ ମେହେର (୫୦) ଓ ଲାଠୋର ଥାନା ଝଲିଆଲିଟି ଗ୍ରାମର ରାମଦାସ ମାଝି (୬୫) ା ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ା ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଓ ସଦର ଥାନା ଆଇଆଇସି ତୋଫାନ ବାଗ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ା ଅଭିଯୁକ୍ତମାନଙ୍କଠାରୁ ନକଲି ସୁନା କଳସ, ଡ୍ରିଲ ମେଶିନ୍‌, ୩ ମୋବାଇଲ ଫୋନ୍‌, ଏକ ବାଇକ(ନଂ.ସିଜି୦୬ଜିଏଫ୍‌୦୧୫୧) ଏବଂ ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି ା ଏହି ର଼୍ୟାକେଟ୍‌ରେ ଆଉ ୩ ସଦସ୍ୟ ରହିଛନ୍ତି ା ଗିରଫ ଅଭିଯୁକ୍ତଙ୍କ ନଁାରେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା, ପାଟଣାଗଡ, ଲରମ୍ବା, ଖପ୍ରାଖୋଲ ଓ ବରଗଡ ଜିଲା ପଦ୍ମପୁର ଥାନାରେ ମାମଲା ରହିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri