‘ପୋତାଧନ’ ନଁାରେ ଠକେଇ, ୩ ଗିରଫ

ବଲାଙ୍ଗୀର ଅଫିସ, ୭ା୬-ମାଟି ତଳେ ପୋତାଯାଇଥିବା ଏକ ହଣ୍ଡା ଭିତରୁ ଅସଲି ସୁନା (ପୋତାଧନ)ମିଳିଛି। ସେଥିପାଇଁ କମ୍‌ଦାମରେ ବିକ୍ରି ହେବ କହି ଜଣେ ବେପାରୀଙ୍କୁ ଠକେଇ କରିଥିବା ଏକ ର଼୍ୟାକେଟ୍‌ର ୩ ସଦସ୍ୟଙ୍କୁ ବଲାଙ୍ଗୀର ସଦର ଥାନା ପୋଲିସ ଗିରଫ କରିଛି ା ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି ା ପୋଲିସ ଏକ ମାମଲା (ନଂ.୧୮୩/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ବୌଦ୍ଧ ଜିଲା ମନମୁଣ୍ଡା ଗ୍ରାମର ରଞ୍ଜନ କୁମାର ମେହେର ଏହି ଠକେଇର ଶିକାର ହୋଇଛନ୍ତି ା ନକଲି ସୁନା ନେଇ ଉକ୍ତ ର଼୍ୟାକେଟ୍‌ର ସଦସ୍ୟମାନେ ତାଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଛନ୍ତି ା
ରଞ୍ଜନଙ୍କ ଅଭିଯୋଗ ମୁତାବକ, ଗତ ୪ ତାରିଖ ଦିନ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍‌ ଆସିଥିଲା ା ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ, କୂଅ ଖୋଳିବା ବେଳେ ଜଣେ ବ୍ୟକ୍ତି ପୋତାଧନ ପାଇଛନ୍ତି ା ଏହା ଖାଣ୍ଟି ସୁନା ଓ ସେ ଯଦି ନେବାକୁ ଚାହୁଛନ୍ତି କମ୍‌ ଦାମରେ କରାଇ ଦେବେ ା ସେହି କଥାକୁ ବିଶ୍ୱାସ କରି ୫ ତାରିଖ ଦିନ ରଞ୍ଜନ ସୁନା କିଣିବା ପାଇଁ ବଲାଙ୍ଗୀର ସଦର ଥାନା ଅଧୀନ ଚୁଡାପାଲି ନିକଟ ବଗିଚା ଢ଼ାବା ପାଖରେ ପହଞ୍ଚତ୍ ଥିଲେ ା ସେଠାରେ ଠକ ର଼୍ୟାକେଟ୍‌ ସଦସ୍ୟମାନେ ଏକ ପୁରୁଣା କଳସ ଦେଖାଇଥିଲେ ା ରଞ୍ଜନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେମାନେ ଏକ ମେଶିନରେ କଳସର କିଛି ଅଂଶ ଡ୍ରିଲ୍‌ କରି ସେହି ଗୁଣ୍ଡ ରଞ୍ଜନକୁ ଦେଇଥିଲେ ା ଡ୍ରିଲ ଗୁଣ୍ଡ ଅସଲି ସୁନା ଜାଣିବା ପରେ ରଞ୍ଜନ ସେମାନଙ୍କୁ ୨ ଲକ୍ଷ ଟଙ୍କା ଦେଇ ଦେଢ଼ କେଜି ଓଜନର ସୁନାକଳସ ଧରି ଘରକୁ ଫେରିଥିଲେ ା ଘରେ ପହଞ୍ଚତ୍ ସେ ଆଣିଥିବା କଳସ ଯାଞ୍ଚ କରିଥିଲେ ା ହେଲେ ତାହା ନକଲି ବୋଲି ଜଣାପଡିଥିଲା ା ଏ ନେଇ ୬ ତାରିଖ ଦିନ ସେ ସଦର ଥାନାରେ ଅଭିଯୋଗ କରିଥିଲେ ା
ଏସ୍‌ପି ସନ୍ଦୀପ ମାଡକର ଏକ ଟିମ୍‌ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ା ପୋଲିସ ଟିମ୍‌ ଢ଼ୁଲୁସର ଗ୍ରାମରେ ଚଢ଼ାଉ କରି ସେଠାରୁ ୩ ଜଣଙ୍କୁ ଗିରଫ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ମେହେରପଡାର ଦୀପକ ମେହେର (୨୮), କଳାକାହ୍ନୁ ମେହେର (୫୦) ଓ ଲାଠୋର ଥାନା ଝଲିଆଲିଟି ଗ୍ରାମର ରାମଦାସ ମାଝି (୬୫) ା ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ା ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଓ ସଦର ଥାନା ଆଇଆଇସି ତୋଫାନ ବାଗ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ା ଅଭିଯୁକ୍ତମାନଙ୍କଠାରୁ ନକଲି ସୁନା କଳସ, ଡ୍ରିଲ ମେଶିନ୍‌, ୩ ମୋବାଇଲ ଫୋନ୍‌, ଏକ ବାଇକ(ନଂ.ସିଜି୦୬ଜିଏଫ୍‌୦୧୫୧) ଏବଂ ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି ା ଏହି ର଼୍ୟାକେଟ୍‌ରେ ଆଉ ୩ ସଦସ୍ୟ ରହିଛନ୍ତି ା ଗିରଫ ଅଭିଯୁକ୍ତଙ୍କ ନଁାରେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା, ପାଟଣାଗଡ, ଲରମ୍ବା, ଖପ୍ରାଖୋଲ ଓ ବରଗଡ ଜିଲା ପଦ୍ମପୁର ଥାନାରେ ମାମଲା ରହିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri