ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ

ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍‌ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରାଇଛି। ସୂଚନା ଅନୁସାରେ ରାଜ୍ୟ ସରକାର ଲକ୍‌ଡାଉନକୁ କେତେକାଂଶରେ କୋହଳ କରିଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଚାଲୁ କରିବାକୁ ଅନୁମତି ଦେଇଥିଲେ। ଏହାର ସୁଯୋଗ ନେଇ ଉକ୍ତ ପଞ୍ଚାୟତ କର୍ତ୍ତୃପକ୍ଷ କୁଟୁଣି ଗ୍ରାମରେ ଥିବା ପୋଖରୀକୁ ଜେସିବି ମେଶିନ ସାହାଯ୍ୟରେ ଦୁଇଦିନ ଧରି ଖୋଳୁଥିବା ଦେଖିବାକୁ ମିଳିଥିଲା। ଏ ନେଇ କେତେକ ସଚେତନ ନାଗରିକ ମୋ ସରକାର ହେଲ୍‌ପ ଲାଇନ ନମ୍ବରରେ ସୂଚନା ଦେଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ପରେ ସେମାନେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧଙ୍କ ସହାୟତା ଲୋଡିଥିଲେ। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପୋଖରୀ ଖୋଳା ବନ୍ଦ କରିଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଲକ୍‌ଡାଉନ ସମୟରେ ନିୟମ ଉଲ୍ଲଂଘନ କରି ପଞ୍ଚାୟତର ଅନ୍ୟ ଏକ ଅନୁଦାନକୁ ବିନିଯୋଗ କରି ପୋଖରୀ ଖୋଳିବାକୁ ଉଦ୍ୟମ କରୁଥିବା ସହକାରୀ ଯନ୍ତ୍ରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri