Posted inରାଜ୍ୟ

ପୋକ ଲାଗି କାଜୁଗଛର ବଉଳ, ପତ୍ର ନଷ୍ଟ : ଦୁର୍ଦ୍ଦିନରେ ୬୫୦ ଆଦିବାସୀ ପରିବାର, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ କାଳିମେଘି, ଚନ୍ଦନପୁର ଓ ଘୋଡ଼ାପଡା ପଞ୍ଚାୟତର ୧୯ ଖଣ୍ଡ ଆଦିବାସୀ ଗାଁର ୬୫୦ ପରିବାର ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। କାଜୁ ଗଛ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି। ମାତ୍ର ଟି ପୋକ ଲାଗି ୫୨ ହଜାର କାଜୁ ଗଛର ବଉଳ ଓ ପତ୍ର ନଷ୍ଟ ହୋଇଯାଇଛି। ଫଳରେ ଏମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି।
ମାସକ ପୂର୍ବେ କାଜୁ ଗଛରେ ପୋକ ଲାଗିଥିବା ନେଇ ଉଦ୍ୟାନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଲକ୍‌ଡାଉନ ଆଳ ଦେଖାଇ କିଛି ପ୍ରତିଷେଧକ ବ୍ୟବସ୍ଥା କରାଯାଇ ନ ଥିଲା। ଗ୍ରାମବାସୀ ମିଳିତ ଉଦ୍ୟମ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ଏନେଇ ବର୍ତ୍ତମାନ ଗଞ୍ଜାମ ଜ଼ିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ସରକାରୀ ନିୟମ ପ୍ରକାରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ମିତ ସଂଗଠନର ସଭାପତି ଜଗବନ୍ଧୁ ଶବର ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri