Categories: ଖେଳ

ପେସାଦାର ପ୍ରଦର୍ଶନ ନ କରିବାରୁ ସୁଆରେଜ ଦଣ୍ଡିତ

ନ୍ୟୁୟର୍କ,୩୦।୮: ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ କାର୍ଲା ସୁଆରେଜ ନାଭାରୋଙ୍କୁ ଗୁରୁବାର ଦଣ୍ଡିତ କରାଯାଇଛି। ସେ ପ୍ରଥମ ରାଉଣ୍ଡ ପରଫର୍ମାନ୍ସ ନିୟମ ଭଙ୍ଗ କରିଛନ୍ତି। ୩୦ ବର୍ଷୀୟା ସ୍ପାନିଶ ଖେଳାଳି ପ୍ରଥମ ରାଉଣ୍ଡରେ ତିମେଆ ବାବସଙ୍କଠାରୁ ପ୍ରଥମ ସେଟ୍‌ ୬-୨ ବ୍ୟବଧାନରେ ହାରିବା ପରେ ପିଠି ଜନିତ ସମସ୍ୟା ଦର୍ଶାଇ ମ୍ୟାଚ୍‌ରୁ ଓହରିଯାଇଥିଲେ। ସୁଆରେଜଙ୍କ ପ୍ରଦର୍ଶନର ସମୀକ୍ଷା ପରେ ସେ ପେସାଦର ଭଳି ଖେଳି ନ ଥିବା ମେଡିକାଲ ଷ୍ଟାଫ୍‌ ଓ ଗ୍ରାଣ୍ଡସ୍ଲାମ୍‌ ସୁପରଭାଇଜର୍ସ ରିପୋର୍ଟ ଦେଇଥିଲେ। ଏଥିଯୋଗୁ ତାଙ୍କୁ ୪୦ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ଜରିମାନା କରାଯାଇଛି।

Share