ପେଡିଆଟ୍ରିକ ହାଇପରଟେନ୍‌ସନ

ପିଲାମାନଙ୍କଠାରେ ଘଟୁଥିବା ହାଇପର ଟେନ୍‌ସନକୁ ପେଡିଆଟ୍ରିକ ହାଇପର ଟେନ୍‌ସନ କୁହାଯାଏ। ଏହା ସାଧାରଣତଃ ୧୨ ବର୍ଷରୁ ୧୯ବର୍ଷ ପିଲାମାନଙ୍କଠାରେ ଦେଖାଯାଏ। ପିଲାମାନଙ୍କର ହାଇପରଟେନ୍‌ସନ ବୟସ ଜାତି, ରଙ୍ଗ, ଜିନ, ରୂପ ଏବଂ ଶାରୀରିକ ଗଠନ ଉପରେ ନିର୍ଭର କରେ। ଏହା ପିଲାମାନଙ୍କର ଜୀବନଶୈଳୀ, ଖାଦ୍ୟ, ପରିବାର ଏବଂ ସାମାଜିକ ପରିବେଶ ଉପରେ ନିର୍ଭର କରିପାରେ। ଏଥିସହିତ ମୋଟାପଣରେ ପୀଡ଼ିତ ପିଲାମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଏ। ଦୁଇ ପ୍ରକାରର ପେଡିଆଟ୍ରିକ ହାଇପରଟେନ୍‌ସନ ରହିଛି।
ପିଲାମାନଙ୍କ ପେଡିଆଟ୍ରିକ ହାଇପରଟେନ୍‌ସନ ରୋଗ ସମ୍ବନ୍ଧରେ ଆଲୋଚନା କଲାବେଳେ ଆସନ୍ତୁ ସେମାନଙ୍କର ହୃଦ୍‌ରୋଗ ଏବଂ ହୃଦ୍‌ଜନିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ଜାଣିବା। ହୃତ୍‌ପିଣ୍ଡ ସାଧାରଣତଃ ବାମପାଖ ଛାତି ପିଞ୍ଜରାହାଡ଼ ତଳେ ଅବସ୍ଥିତ। ସମୟ ସମୟରେ ଏହା ଡାହାଣ ପାଖ ପିଞ୍ଜରା ହାଡ଼ ତଳେ ରହିପାରେ। ସେତେବେଳେ ଏହାକୁ ‘ଡେକସଟ୍ରୋକାଡ଼ିଆ’ କୁହାଯାଏ। ମାଆର ଗର୍ଭାଶୟରେ ଥିବା ଶିଶୁର ବୟସ ୮ ସପ୍ତାହ ବେଳକୁ ହୃତପଣ୍ଡର ପୂର୍ଣ୍ଣ ବିକାଶ ହୋଇଥାଏ। ଗର୍ଭାବସ୍ଥାର ୮ ସପ୍ତାହ ମଧ୍ୟରେ ମାଆ ଯଦି କୌଣସି ଔଷଧ ସେବନ କରିଥାଏ କିମ୍ବା ଭୂତାଣୁ ଦ୍ୱାରା ରୋଗାକ୍ରାନ୍ତ ହୋଇଥାଏ କିମ୍ବା ଏକ୍ସ-ରେ ସଂସ୍ପର୍ଶରେ ଆସିଥାଏ, ତେବେ ହୃତ୍‌ପିଣ୍ଡ ତିଆରି ହେବାରେ ତ୍ରୁଟି ଦେଖା ଦେଇପାରେ।
ହୃତ୍‌ପିଣ୍ଡ ଉପରିଭାଗରେ ଯୋଡ଼ିଏ କୋଠରି ଥାଏ, ଯାହାକୁ ବାମ ଏବଂ ଡାହାଣ ଅଳିନ୍ଦ କୁହାଯାଏ। ନିମ୍ନଭାଗରେ ଯୋଡ଼ିଏ କୋଠରି ଥାଏ, ଯାହାକୁ ଆମେ ବାମ ଏବଂ ଡାହାଣ ନିଳୟ କହୁ। ଶରୀରର ସମସ୍ତ ଅପରିଷ୍କାର ରକ୍ତ ସୁପେରିଅର ଏବଂ ଇନଫେରିଅର ଭେନାକାଭା ସାହାଯ୍ୟରେ ଆସି ଡାହାଣ ପାଖ ଅଳିନ୍ଦରେ ପହଞ୍ଚତ୍ଥାଏ। ତା’ପରେ ଏହି ରକ୍ତ ଡାହାଣ ନିଳୟକୁ ଯାଏ। ଏଠାରୁ ରକ୍ତ ପଲମୋନାରି ଧମନୀ ସାହାଯ୍ୟରେ ଫୁସଫୁସକୁ ବିଶୁଦ୍ଧ ହେବାକୁ ଯାଏ। ଫୁସଫୁସରେ ରକ୍ତ ଅକ୍ସିଜେନେଟେଡ ହେବାପରେ ପାଲମୋନାରି ଶିରା ଦ୍ୱାରା ବାମ ଅଳିନ୍ଦକୁ ଆସେ। ଏଠାରୁ ପୁଣି ବାମ ନିଳୟକୁ ଆସି ଏଇ ଅତଟା ସାହାଯ୍ୟରେ ବିଭିନ୍ନ ଶୀରାପ୍ରଶିରାକୁ ପମ୍ପ ହୋଇଥାଏ।
ଏହି ସମସ୍ୟା ଦୁଇ ପ୍ରକାରର। ପ୍ରାଇମେରୀ, ଯାହା ମୁଖ୍ୟତଃ ମେଦବହୁଳତା, ପାରିବାରିକ ଇତିହାସ, ଜିନ୍‌, ଗର୍ଭାବସ୍ଥାରେ ଧୂମପାନ ହେତୁ ଜନ୍ମ ହୋଇଥିବା ପିଲାମାନଙ୍କର ହୋଇଥାଏ। ସେହିପରି ଦ୍ୱିତୀୟଟି ହେଉଛି ସେକୋଣ୍ଡାରୀ, ଯେଉଁଥିରେ ଶୋଇବା ସମ୍ବନ୍ଧୀୟ ସମସ୍ୟା, କୁସିଂ ସିଣ୍ଡ୍ରୋମ, କିଡ୍‌ନୀ କିମ୍ବା ହାଇପରଥାଇଏଡିଜିମ ଆଦି ହୋଇଥାଏ। ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ପିଲାଟିର ଛାତି ଅସ୍ବାଭାବିକ ଭାବେ ଧଡ଼ ଧଡ଼ ହେବା, ଛାତି ଯନ୍ତ୍ରଣା ହେବା, ଲଗାତର ମୁଣ୍ଡ ବିନ୍ଧା ଯନ୍ତ୍ରଣା ରହିବା, ଖାଦ୍ୟ ଅରୁଚି ଲାଗିବା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଆଖିକୁ ଠିକ ଭାବେ ଦେଖା ନ ଯିବା ପ୍ରମୁଖ। କେତେକ କ୍ଷେତ୍ରରେ ପିଲାଟି ଅସ୍ତବ୍ୟସ୍ତ ହୋଇପଡ଼ି ତାହା ରୁଟିନ ବନ୍ଧା ସର୍ବନିମ୍ନ କାର୍ଯ୍ୟକ୍ରମ କିଛି କରିବାକୁ ସକ୍ଷମ ହୋଇନଥାଏ। ତେବେ ଏହି ସମସ୍ୟାରୁ କିପରି ପିଲାଟି ଉପଶମ ପାଇବ ସେ ସମ୍ବନ୍ଧରେ ଜାଣନ୍ତୁ। ପିଲାର ସୁସ୍ଥ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଧ୍ୟାନଦେବା ଜରୁରୀ। ଖାଦ୍ୟରେ ସୋଡିୟମର ମାତ୍ରା ସୀମିତ ରଖନ୍ତୁ। ଫାଷ୍ଟଫୁଡ଼ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ପିଲାକୁ ନିୟମିତ ଭାବେ ଫ୍ରିଜ ଖାଦ୍ୟ, ଥଣ୍ଡା ପାଣି, ବାସି ଖାଦ୍ୟ ପିଲାଟିକୁ ଦିଅନ୍ତୁ ନାହିଁ। ଆମିଷ ଦିଅନ୍ତୁ ନାହିଁ କିମ୍ବା ଫାଷ୍ଟଫୁଡ ନ ଦେବା ସବୁଠାରୁ ଭଲ। ପିଲାଟି ବିଶ୍ରାମ ନେଉଥିବା କୋଠରିରେ ଯେପରି ଉତ୍ତମ ବାୟୁ ଚଳାଚଳ କରୁଥାଏ ସେ ଦିଗଟିକୁ ଦେଖନ୍ତୁ। ପିଲାର ପିନ୍ଧା ବସ୍ତ୍ର ଯେପରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହେ ତାକୁ ଗୁରୁତ୍ୱ ଦିଅନ୍ତୁ। ଏବେ ବର୍ଷାଦିନ ଆସିଯାଇଥିବାରୁ ପିଲାଟି ଯେପରି ବର୍ଷାରେ ଅତ୍ୟଧିକ ଭାବେ ତିନ୍ତି ନ ଯାଏ ସେ ଦିଗକୁ ଅଣହେଳା କରନ୍ତୁ ନାହିଁ କାରଣ ଏହା ହାଇପରଟେନ୍‌ସନ ସମସ୍ୟା ସହ ପିଲାଟିର ଶରୀରରେ ଉତ୍ତାପ ବଢ଼ାଇବା ସହ ଜ୍ୱରର କାରଣ ମଧ୍ୟ ହୋଇଥାଏ। ଦୈନିକ ଏକ୍ସରସାଇଜ ଓ ଯୋଗ କରାନ୍ତୁ। ବୟସ ଅନୁସାରେ ପିଲାର ଓଜନ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜ୍ଞାତବ୍ୟ କଥା ହେଉଛି କୌଣସି ଦେଶୀୟ ଚିକିତ୍ସା ଗ୍ରହଣ କରନ୍ତୁ ନାହିଁ। ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ବା ସରକାରୀ ସ୍ତରରେ ମେଡିକାଲ ଯାଇ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ କରିବା ନିହାତି ଜରୁରୀ।
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri