ପେଟ୍‌ରୋଗ୍‌ରେ ଆକ୍‌ରାଁତ ବସନ୍ତ: ଚିକିଛା ଲାଗି ଟଁକା ଅଭାବ

ଲୋଇସିଂହା, ୧୩।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଁଚେତ୍‌ ସଦର ଗଁାର ବସନ୍ତ ବାରିକ(୩୭)। ସେ ପେଟ୍‌ ବେମାରିର ଚିକିଛାରେ ଲକ୍ଷାଧିକ୍‌ ଟଁକା ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ହେଲେ ଦିହିପା ଠିକ୍‌ ନାଇଁ ରହିବାର ଲାଗି କୁଲିମଜୁରି ବି କରିଯାଇ ନାଇଁପାରବାର। ଏନ୍‌ତାଥି ୪ ପରାନୀ କୁଟୁମ ପୁଷ୍‌ବାର ତାକର ଲାଗି ଭିଡ଼ ହେଇଯାଉଛେ। ବସନ୍ତକୁଁ ଜିଲା ରେଡକ୍ରସ ଆର ମୁଖ୍ୟମନ୍ତ୍ରୀ ରିଲିଫ ପଁାଠିରୁ ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ।
ସୂଚନା ହିସାବେ ବୁଢ଼ୀପଦର ହରିଜନ ପଡ଼ାର କଳାବତୀ ବାରିକ ଆର ସ୍ବର୍ଗତ ଚମରା ବାରିକକଁର ପୁଓ ବସନ୍ତ। ୩ ଭାଇର ଭିତରେ ସେ ମଝିଅଁା। ମାଏକିନା ବାସନ୍ତୀ, ପୁଓ ସାହିଲ(୫) ଆର ଦୁଇ ଝି’ ସନ୍ଧ୍ୟା(୧୧), ସୌମ୍ୟା(୧)କୁଁ ନେଇ ତାକର ସଁସାର। ମାଟ୍ରିକ ପାସ କରିଥିବାର ବସନ୍ତ କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ବାରବାର ତାକର ପେଟ୍‌ ବଥାବାର ସଂଗେ ଅସୁସ୍‌ତିଆ ହେଇ ଚାଲବୁଲ ନାଇଁ କରିପାରୁଥାଇ। ପରୀକ୍ଷା ନିରୀକ୍ଷା ଉତାରୁ ଜନାପଡ଼ଲା ଯେ, ତାକର ପାନ୍‌କ୍ରିଜରେ ପାଏନ୍‌ ଜମୁଥିଲା। ୨୦୧୫ରେ ଦେଢ଼ ଲାଖ୍‌ ଟଁକା ଖରଚ୍‌ କରି ରାଞ୍ଚତ୍ଥି ଅପରେଶନ କରିଥିଲେ। ହେଲେ ଅପରେଶନ ସଫଲ ନାଇଁ ହେଲା। ୪ ବଛର ଉତାରୁ ଫେନ୍‌ ସେ ସମାନ ଦଶା ଭୁଗ୍‌ବାକେ ପଡ଼ଲା। ଏନ୍‌ତାଥି ସେ ଆନ୍ଧ୍ର ପ୍ରଦେଶର ଭେଲୋର ସିଏମ୍‌ସି ଡାକ୍‌ତରଖାନାରେ ଫେନ୍‌ ଘାଏ ଅପରେଶନ କରେଇଥିଲେ। ବସନ୍ତ ସେଠାନେ ଦୁଇମାସ ତକ୍‌ ଚିକିଛା କରାଲେ। ହେଲେ ଏହେଦେ ଫେନ୍‌ ଘାଏ ତାକର ଦିହିପା ବିଗ୍‌ଡ଼ି ଯାଇଛେ। ଇଆଡ଼େ ଚିକିଛାରେ ଲକ୍ଷାଧିକ୍‌ ଟଁକା ଖରଚ୍‌ କରି ସରବ୍‌ସୁଅଁାତ ହେଇଥିବାର ବସନ୍ତ କେନ୍‌ଥେଇ ୪ ପରାନୀ କୁଟୁମ ପୁଷ୍‌ବାର ସଂଗେ ଚିକିଛା କରାବେ ସେ ଚିନ୍‌ତାରେ ଘାରି ହେଉଛନ୍‌। ଜିଲା ସୁଆସ୍‌ତିଅ ବିଭାଗ ଆର ଜିଲାପାଳ ଇ ଦିଗେ ଦୁରୁଷ୍‌ଟି ଦେଲେ ମୁଇଁ ଆର ମୋର ପରିବାର ଇ ବିପତିରୁ ମୁକ୍‌ଲି ପାରତୁଁ ବଲି ବସନ୍ତ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri