ପୃଥିବୀ ଭଳି ଗ୍ରହର ସନ୍ଧାନ

ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ ମିଶନକୁ ଏବେ ଗତି ମିଳିଥିବା ଜଣାପଡ଼ିଛି। କାରଣ ପୃଥିବୀ ଭଳି ଆଉ ଏକ ଗ୍ରହର ସନ୍ଧାନ କରାଯାଇଛି, ଯାହାର ନାଁ ହେଲା ‘କେଓଆଇ-୪୫୬.୦୪’। ଜର୍ମାନୀର ଗଟିଂଜେନ୍‌ସ୍ଥିତ ମାକ୍ସ ପ୍ଲାଙ୍କ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋଲାର ସିଷ୍ଟମ୍‌ ରିସର୍ଚ୍ଚର ବୈଜ୍ଞାନିକ ଟିମ୍‌ ଜାଣିବାକୁ ପାଇଛନ୍ତି ଯେ, ‘କେଓଆଇ-୪୫୬.୦୪’ର ଆକାର ଏବଂ କକ୍ଷପଥ ଆମେ ବାସ କରୁଥିବା ପୃଥିବୀ ସହିତ ପ୍ରାୟ ସମାନ। ଏହା ସୂର୍ଯ୍ୟ ପରି ଏକ ନକ୍ଷତ୍ର ‘କେପଲର୍‌ ୧୬୦’ର ଗ୍ରହମଣ୍ଡଳରେ ରହିଛି। ଉକ୍ତ ଗ୍ରହମଣ୍ଡଳରେ ତିନୋଟି ଗ୍ରହ ଥିବା ବିଶ୍ୱାସ କରାଯାଉଛି।
ସନ୍ଧାନ ହୋଇଥିବା ଏହି ଗ୍ରହ ସମ୍ପର୍କିତ ଏକ ଅଧ୍ୟୟନ ଅନ୍ତର୍ଜାତୀୟ ଜର୍ନାଲ ‘ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ’ରେ ପ୍ରକାଶ ପାଇଛି। ସେଥିରେ ସମ୍ଭାବ୍ୟ ନୂଆ ପୃଥିବୀ ‘କେଓଆଇ-୪୫୬.୦୪’ର ଗଠନ ବିଷୟରେ କିଛି ସନ୍ଦେହ ସୃଷ୍ଟି କରାଯାଇଛି। କିନ୍ତୁ ତଥ୍ୟକୁ ଆଧାର କରି ଏହା ପୃଥିବୀ ଭଳିି ବାସ ଉପଯୋଗୀ ହୋଇପାରେ ବୋଲି ଆଶା କରାଯାଉଛି। ପୃଥିବୀ ଯେତିକି ଦୂରରେ ସୂର୍ଯ୍ୟକୁ ପରିକ୍ରମା କରୁଛି ‘କେଓଆଇ-୪୫୬.୦୪’ ମଧ୍ୟ ସେତିକି ଦୂରରେ ନିଜର ସୂର୍ଯ୍ୟ ତଥା ‘କେପଲର୍‌ ୧୬୦’କୁ ପରିକ୍ରମା କରୁଛି। ଗୋଟିଏ ସମ୍ପୂର୍ଣ୍ଣ କକ୍ଷପଥ ପରିକ୍ରମା ପାଇଁ ପୃଥିବୀ ୩୬୫ ଦିନ ୬ ଘଣ୍ଟା ସମୟ ନେଉଥିବାବେଳେ ‘କେଓଆଇ-୪୫୬.୦୪’ ୩୭୮ ଦିନରେ ପରିକ୍ରମା କରୁଛି। ପୃଥିବୀ ସୂର୍ଯ୍ୟଠାରୁ ଯେତିକି ଆଲୋକ ପାଇଥାଏ, ତାହା ମଧ୍ୟ ୯୩% ପାଇବ ବୋଲି ବିଶ୍ୱାସ କରାଯାଉଛି। ପୃଥିବୀଠାରୁ ‘କେଓଆଇ-୪୫୬.୦୪’ ପ୍ରାୟ ୩୦୦୦ ଆଲୋକ ବର୍ଷ ଦୂରରେ ରହିଥିବା ଅଧ୍ୟୟନରୁ ଜଣାପଡ଼ିଛି।
କେପ୍‌ଲର ସ୍ପେସ୍‌ ଟେଲିସ୍କୋପ ଦ୍ୱାରା ସଂଗୃହୀତ ତଥ୍ୟ ମାଧ୍ୟମରେ ଗବେଷକମାନେ ‘କେଓଆଇ-୪୫୬.୦୪’ର ସନ୍ଧାନ ପାଇଥିଲେ। ନାସାର ଆଗାମୀ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ ଏବଂ ୨୦୨୬ରେ ଆସିବାକୁ ଥିବା ୟୁରୋପିଆନ ସ୍ପେସ୍‌ ଏଜେନ୍ସିର ପ୍ଲାଟୋ ସ୍ପେସ୍‌ ଟେଲିସ୍କୋପ୍‌ ଦ୍ୱାରା ‘କେଓଆଇ-୪୫୬.୦୪’ ସମ୍ପର୍କରେ ଅଧିକ ସ୍ପଷ୍ଟତା ଜଣାପଡ଼ିବ ବୋଲି ଅନେକ ଆଶା ରହିଛି। ଗ୍ରହ ‘କେଓଆଇ-୪୫୬.୦୪’ରେ ଜୀବନଧାରଣ ପାଇଁ ଆଶା କରାଯାଉଛି। କାରଣ ଏହାର ସୂର୍ଯ୍ୟ ‘କେପଲର୍‌ ୧୬୦’ର ଗଠନ ଆମ ସୂର୍ଯ୍ୟ ସହିତ ସମାନ। ‘କେପଲର୍‌ ୧୬୦’ଠାରୁ ଇନ୍‌ଫ୍ରାଡ୍‌ ବିକିରଣ ଆଶଙ୍କା ବହୁତ କମ୍‌। ଯେହେତୁ ଏହା ଲାଲ ଛୋଟ ତାରା ପରି, ତେଣୁ ‘କେଓଆଇ-୪୫୬.୦୪’ରେ ଜୀବନ ସମ୍ଭବ ହେବ ବୋଲି ବିଶ୍ୱାସ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri