Categories: ଖେଳ

ପୂର୍ବତନ ଫୁଟବଲ ଖେଳାଳି ସୁବାଷଙ୍କ ପରଲୋକ

କଟକ ଅଫିସ,୫।୧- ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳି ସୁବାଷ ଚନ୍ଦ୍ର ବୋଷଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫିରେ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରିବା ସହ ରାଇଜିଂ ଷ୍ଟାର, ଆଜାଦ୍‌ ହିନ୍ଦ, ଜୟଦୁର୍ଗା କ୍ଲବ ପକ୍ଷରୁ ମଧ୍ୟ ସେ ବିଭିନ୍ନ ଟୁର୍ନାମେଣ୍ଟ ଖେଳିଛନ୍ତି। ସୁବାଷଙ୍କ ବିୟୋଗରେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ସମ୍ପାଦକ(ଇନଚାର୍ଜ) ଅଭିଜିତ ପାଲ ଶୋକ ପ୍ରକାଶ କରିଛନ୍ତି।

Share