ପୁରୁଣା ଜିମ୍ନାସିୟମ ଏବେ ଖାଁ ଖାଁ

କୋରାପୁଟ,୧।୫(ସ୍ବ.ପ୍ର.): ସୋମବାର ଅପରାହ୍ନରେ କାଳବୈଶାଖୀର ୫୦ ମିନିଟ କୋରାପୁଟ ସହରକୁ ଏକପ୍ରକାର ଛିନଛତ୍ର କରିଦେଇଛି। ୧୮ ଘଣ୍ଟା ପରେ ସହରରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀ ସୋମବାର ରାତିରେ ଲାଇଟ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଦ୍ୱାରା ମଙ୍ଗଳବାର ସକାଳ ୮ଟାରେ ସହରବାସୀ ସ୍ବାଭିବକ ବିଦ୍ୟୁତ ସେବା ପାଇଛନ୍ତି। ଅନ୍ୟ କେତେକ ଅଞ୍ଚଳରେ ସେବା ସ୍ବାଭାବିକ କରିବା ପାଇଁ ଲାଗିଛି ବିଦ୍ୟୁତ ବିଭାଗ। କାଳବୈଶାଖୀ ଯୋଗୁ ସହରର ଅମଲାକୁଟିର ରାସ୍ତାରେ ୧୯୯୦ରୁ ସ୍ଥାପିତ ତଥା ସର୍ବପୁରାତନ ଜିମ୍ନାସିୟମ ଟିଣ ଉଡ଼ିଯାଇଛି। ପ୍ରତିଦିନ ଏଠାକୁ ଆସୁଥିବା ୩ଶହରୁ ଊର୍ଦ୍ଧ୍ୱ ଯୁବକ ମଙ୍ଗଳବାର ସକାଳେ ଜିମ୍ନାସିୟମର ଏପରି ଅବସ୍ଥା ଦେଖି ମର୍ମାହତ ହୋଇଛନ୍ତି। ୩୦ ବର୍ଷତଳେ ଯୁବକମାନଙ୍କ ନିଜସ୍ବ ଉଦ୍ୟମ ସହ ଜିଲା ପ୍ରଶାସନର ସହଯୋଗରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହା ଆରମ୍ଭ ହୋଇଥିଲା। ପରେ କୋରାପୁଟ ବିଧାୟକ ପାଣ୍ଠିରୁ ଦେଢଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମଲଟିଜିମ ସ୍ଥାପନ କରାଯାଇଥିଲା। ଏହା ଏବେ ଏକପ୍ରକାର ଖାଁ ଖାଁ ଲାଗୁଛି। ଜିମ୍ନାସିୟମର ଏପରି ଅବସ୍ଥା ନେଇ ସହରର ବହୁ ଯୁବକ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମେ ୨୩ ପରେ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଏହାର ମରାମତି କରାଯିବ ବୋଲି ନିର୍ବାହୀ ଅଧିକାରୀ ଯୁବକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri