ପୁରୀ ସମୁଦ୍ରରେ ଡଲ୍‌ଫିନ୍‌

ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍‌ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି ବେଶ୍‌ ଖୁସି ହୋଇଥିଲେ। ସକାଳ ପ୍ରାୟ ୯ଟା ସମୟରେ ମଙ୍ଗଳା ମୁହାଣ ପଟୁ ୩ଟି ଡଲ୍‌ଫିନ ସ୍ବର୍ଗଦ୍ୱାର ଆଡକୁ ଯାଉଥିଲେ। ଫଳରେ ବେଳାଭୂମିରେ ବୁଲୁଥିବା ପର୍ଯ୍ୟଟକମାନେ ଅତି ନିକଟରୁ ଡଲ୍‌ଫିନଙ୍କୁ ଦେଖିଥିଲେ । ଏହି ସମୟରେ ଲାଇଟ୍‌ ହାଉସ୍‌ ସମ୍ମୁଖ ବେଳାଭୂମିରେ ବସିଥିବା କାହ୍ନୁ ଦାସ କହିଥିଲେ, ପୂର୍ବରୁ ସେ ଅନେକଥର ପୁରୀ ବେଳାଭୂମି ଆସିଛନ୍ତି। ହେଲେ କେବେ ଡଲ୍‌ଫିନ ଦେଖି ନ ଥିଲେ। ମାତ୍ର ବୁଧବାର ସକାଳେ ବେଳାଭୂମିରେ ବସିଥିବାବେଳେ ଅଳ୍ପ ଦୂରରେ ଡଲ୍‌ଫିନ ପହଁରି ଯାଉଥିବା ଦେଖିଥିଲି। ବେଳେ ବେଳେ ଏହି ଡଲ୍‌ଫିନ ଉପରକୁ ମଧ୍ୟ ଉଠୁଥିଲେ ବୋଲି ସେ କହିଛନ୍ତି। କେବଳ କାହ୍ନୁ ନୁହଁନ୍ତି, ଅନେକ ପର୍ଯ୍ୟଟକ ଏହି ଡଲ୍‌ଫିନଙ୍କୁ ଦେଖିଥିଲେ ।
ସୂଚନାଥାଉ କି, ଗତ ଜାନୁୟାରୀ ୧୮ ତାରିଖରେ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଡଲ୍‌ଫିନ ଗଣନା କରାଯାଇଥିଲା। ଅସ୍ତରଙ୍ଗର ଦେବୀ ମୁହାଣଠାରୁ ବ୍ରହ୍ମଗିରି ଅରଖକୁଦା ମୁହାଣ ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଏଥିପାଇଁ ୧୦ଟି ଟିମ୍‌ ଗଠନ କରାଯାଇଥିଲା। ଗଣନାକାରୀ ୭ଟି ଡଲ୍‌ଫିନ ଦେଖିଥିଲେ। ଏଥିମଧ୍ୟରେ ୫ଟି ବଟଲନୋଜ ଏବଂ ୨ଟି ଇରାୱାଡ଼ି ଡଲ୍‌ଫିନ ରହିଥିଲେ। ଦେବୀ ମୁହାଣରୁ ଚନ୍ଦ୍ରଭାଗା ମଧ୍ୟରେ ୫ଟି ବଟଲନୋଜ ଏବଂ କଅଁରପୁରରୁ କେଳୁଣୀ ମୁହାଣ ମଧ୍ୟରେ ୨ଟି ଇରାୱାଡ଼ି ଡଲ୍‌ଫିନ ଦେଖାଯାଇଥିଲା। ତେବେ ପୁରୀ ଉପକୂଳରେ ଡଲ୍‌ଫିନ ପ୍ରାୟତଃ ଦେଖାଯାଉ ନ ଥିବାବେଳେ ବୁଧବାର ୩ଟି ଡଲ୍‌ଫିନ ଦେଖାଯିବା ନିଶ୍ଚିତ ପର୍ଯ୍ୟଟକଙ୍କ ପାଇଁ ଖୁସିର ବିଷୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri