ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶିଶୁକନ୍ୟା ଉଦ୍ଧାର

ପୁରୀ ଅଫିସ, ୨ା୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଡିଜିଟାଲ ଓ କମ୍ପ୍ୟୁଟର ଯୁଗରେ ବି କନ୍ୟାସନ୍ତାନଙ୍କୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣା ଦୂର ହୋଇ ପାରି ନ ଥିବା ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି।
ସୂଚନା ଅନୁଯାୟୀ, ରକ୍ତ ଭଣ୍ଡାର ସମ୍ମୁଖରେ ଏକ ନବଜାତ ଶିଶୁକନ୍ୟାକୁ କପଡ଼ା ଗୁଡ଼ାଇ ରଖାଯାଇଥିବା ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଥିଲା। ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ‘ସହାୟ’ ଅନୁଷ୍ଠାନର କର୍ମକର୍ତ୍ତା ଏହା ଦେଖି ଚିକିତ୍ସାଳୟ ପରିସରସ୍ଥ ଫାଣ୍ଡିକୁ ଜଣାଇଥିଲେ। ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନ ଟିମ୍‌କୁ ହସ୍ତାନ୍ତର କରିଥିଲେ। ଏହାପରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଅଧିକ ଚିକିତ୍ସା ଲାଗି ତାକୁ ପ୍ରସତି ଓ ଶିଶୁ ଯତ୍ନ କେନ୍ଦ୍ର (ଏମ୍‌ସିଏଚ୍‌)ର ଶିଶୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, ସମ୍ପୃକ୍ତ ଶିଶୁକନ୍ୟା ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତା’ର ଏବେ ଚିକିତ୍ସା ଚାଲିଛି। କେହି ଦାବିଦାର ନ ଆସିଲେ ପ୍ରଶାସନ ତା’ର ଲାଳନପାଳନ ଦାୟିତ୍ୱ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri