ପୁରୀ ଜିଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିବେ ସ୍ବାସ୍ଥ୍ୟ ସଚିବ : ବାତ୍ୟା କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ ୨୦ ଡାକ୍ତର

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ତଦାରଖ ଲାଗି ବିଭାଗୀୟ ଶାସନ ସଚିବଙ୍କ ସହ ଅନ୍ୟ ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀମାନେ ସୋମବାର ପୁରୀ ଜିଲାର ବିଭିନ୍ନ ବ୍ଲକ ଗସ୍ତ କରିବେ। ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କୃଷ୍ଣପ୍ରସାଦ ବ୍ଲକକୁ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗସ୍ତ କରିବେ। ସେହିଭଳି ପୁରୀ ସଦର ବ୍ଲକକୁ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଯିବାକୁ ସ୍ଥିର ହୋଇଥିବା ବେଳେ ବ୍ରହ୍ମଗିରି ବ୍ଲକକୁ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ମାନସ ପାଢ଼ୀ ଓ ଉପସଚିବ ରାଜେଶ ଅଗ୍ରଓ୍ବାଲ ଯିବେ। ସତ୍ୟବାଦୀ ବ୍ଲକକୁ ବିଭାଗ ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକକୁ ଉପସଚିବ ଜସ୍ମିନ ପଟ୍ଟନାୟକ ଓ ସ୍ବତନ୍ତ୍ର ସଚିବ ଶରତ ମିଶ୍ର ଏବଂ ଗୋପ ବ୍ଲକକୁ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପସଚିବ ମମତା ବାରିକ ଯିବା ପାଇଁ ସ୍ଥିର ହୋଇଛି। ଅଧିକାରୀମାନଙ୍କ ଗସ୍ତ ସମୟରେ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ। ପ୍ରତ୍ୟେକ ଟିମ୍‌ କ୍ଷେତ୍ରସ୍ଥଳକୁ ଯାଇ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି, ତାହା ଅନୁଧ୍ୟାନ କରିବେ। ବିଶେଷକରି ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତିଙ୍କୁ ଉପଯୁକ୍ତ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନ ବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କତାମୂଳକ ପଦକ୍ଷେପ କିଭଳି କାର୍ଯ୍ୟକାରୀ ହେଉଛି, ତାହା ଲୋକଙ୍କଠାରୁ ପଚାରି ବୁଝିବେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ପ୍ରତି ୧୦ ପଞ୍ଚାୟତ ପାଇଁ ଜଣେ ଲେଖାଏ ଡାକ୍ତର ମୁତୟନ ରହିବେ। ଅନୁରୂପ ଭାବେ ପ୍ରତି ପଞ୍ଚାୟତ ଲାଗି ଜଣେ ଲେଖାଏ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱରେ ରହିବେ। ପୁରୀ ଏବଂ ଖୋର୍ଦ୍ଧା ଜିଲାର ବାତ୍ୟା ପ୍ରଭାବିତ ୯ଟି ବ୍ଲକରେ ଏଭଳି ବ୍ୟବସ୍ଥା କରାଯାଇଥିବା ବେଳେ ତଦନୁଯାୟୀ ୨୦ଜଣ ଡାକ୍ତର ଓ ୨୦୦ଜଣ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯିବ। ଏଥିପାଇଁ ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାର ସିଡିଏମ୍‌ଓମାନଙ୍କୁ ସେମାନଙ୍କ ଜିଲାରୁ ଡାକ୍ତର ଓ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଠାଇବାକୁ କୁହାଯାଇଛି। ସୋମବାର ସକାଳ ୮ଟା ସୁଦ୍ଧା ସେମାନେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ କରିବା ସହିତ ୭ ଦିନ ପାଇଁ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଓ ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ। ସବିଶେଷ ସୂଚନାନୁଯାୟୀ, ରବିବାର ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୮୪ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ ହୋଇଥିବା ବେଳେ ୬୮୮ ମେଡିକାଲ ରିଲିଫ୍‌ କେନ୍ଦ୍ର କାର୍ଯ୍ୟ କରୁଛି। ଅନ୍ୟାନ୍ୟ ଜିଲାରୁ ୭୬ଜଣ ଡାକ୍ତର ଓ ୩୧୦ଜଣ ପାରାମେଡିକାଲ କର୍ମଚାରୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଛି। ଗଁା କଲ୍ୟାଣ ସମିତି ଜରିଆରେ ୧୧,୧୧୨ଟି ସଫେଇ କାର୍ଯ୍ୟକ୍ରମ ସରିଛି। ପାନୀୟ ଜଳ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ହାତକୁ ନିଆଯିବା ସହିତ ରବିବାର ସୁଦ୍ଧା ୫୯,୩୨୫ ମୁକ୍ତ ଜଳ ଉତ୍ସକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?