ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହାକୁ ସମସ୍ତେ ମାନିବା ଦରକାର ବୋଲି କହିଛନ୍ତି ଲିବାନିଆର ପର୍ଯ୍ୟଟକ। ୧୬ଜଣିଆ ଏହି ବିଦେଶୀ ପର୍ଯ୍ୟଟକ ସୋମବାର ଅପରାହ୍ନରେ ପୁରୀ ଛାଡ଼ିିଛନ୍ତି। ଗଲାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସେମାନେ ରହୁଥିବା ହୋଟେଲ ସମ୍ମୁଖରୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିଛନ୍ତି। ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଯାଇ ଘରେ ପହଞ୍ଚତ୍ବୁ ବୋଲି ଏହି ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି।
କରୋନର ଭୟାବହତାକୁ ନେଇ ପ୍ରଶାସନ ପକ୍ଷରୁ ଟୁରିଷ୍ଟ ବସ୍ ସେବାକୁ ବନ୍ଦ କରାଯାଇଛି। ସେହିପରି ବେଳାଭୂମି ଉପରେ କଟକଣା ଲଗାଯିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ସର୍ବସାଧାରଣରେ ବୁଲାବୁଲି ନ କରିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ କାମ ନ ଥିଲେ ଏବେ ପୁରୀ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବିଦେଶୀ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଉପରେ ସତର୍କ ଦୃଷ୍ଟି ରହିଛି। କଟକଣା ଯୋଗୁ ପର୍ଯ୍ୟଟକମାନେ ପୁରୀ ଛାଡ଼ିିବା ଆରମ୍ଭ କରିଦେଇଛନ୍ତି। ସୋମବାର ଲିବାନିଆର ୧୬ ଜଣିଆ ଦଳ ପୁରୀ ଛାଡ଼ିିବା ବେଳେ ଭାବବିହ୍ବଳ ହୋଇପଡ଼ିିଥିଲେ। ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଓଡ଼ିଶାର କଳା, ସଂସ୍କୃତିକୁ ବେଶ୍ ପ୍ରଶଂସା କରିଥିଲେ। ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସିନା ଦର୍ଶନ କରିପାରୁନୁ ହେଲେ ସିଂହଦ୍ୱାରରେ ପତିତପାବନଙ୍କ ଦର୍ଶନ ସେମାନଙ୍କୁ ଅଭିଭୂତ କରିଦେଇଛି। ବର୍ତ୍ତମାନ କରୋନାକୁ ନେଇ ସେମାନେ ବି ଚିନ୍ତିତ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ସେମାନେ ପୁଣି ଭଲରେ ଘରକୁ ଫେରିପାରିବେ ବୋଲି କହିଥିଲେ। ସୂଚନାଥାଉ କି, ଏମାନେ ବହୁଦିନ ପୂର୍ବରୁ ଭାରତ ଆସିଥିଲେ। ପ୍ରଥମେ ଦ୍ୱାରିକାରେ ବୁଲାବୁଲି ସାରି ପୁରୀରେ ପହଞ୍ଚତ୍ଥିଲେ। ଏଠାରେ ବିଭିନ୍ନ ସ୍ଥାନ ବୁଲି ସାରିବା ପରେ ସୋମବାର ପୁଣି ଦ୍ୱାରକା ଯିବେ ବୋଲି କହିଥିଲେ।
ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ
Posted inHome Left, ଆମ ଜିଲା ଖବର, ପୁରୀ, ରାଜ୍ୟ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

