ପୁରୀ ଛାଡ଼ିଲେ ପର୍ଯ୍ୟଟକ

ପୁରୀ ଅଫିସ,୧୯।୩: ପୁରୀ ସହରରେ କଡ଼ାକଡ଼ି ହୋଇଛି କରୋନା କଟକଣା। ଶ୍ରୀମନ୍ଦିର ହେଉ କି ହୋଟେଲ, ବେଳାଭୂମି ସବୁଠି ଦେଖିବାକୁ ମିଳୁଛି କରୋନା ପ୍ରଭାବ। ସହରରେ ଆଉ ପୂର୍ବପରି ଗହଳି ଚହଳି ଜଣାପଡୁ ନାହିଁ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ସର୍ବଦା ପୂରିଉଠୁଥିବା ପୁରୀ ଏବେ ପର୍ଯ୍ୟଟକଙ୍କୁ ସହର ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରିଛି। କରୋନା ମୁକାବିଲା ଲାଗି ପ୍ରଶାସନିକ ନିର୍ଦ୍ଦେଶକୁ ମାନୁଛନ୍ତି ସମସ୍ତେ। ଏଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଜୀବନ ଆଗ, ଜୀବିକା ପଛକୁ ବୁଝିଥିବା ହୋଟେଲ, ଲଜ୍‌ ଓ ହଲିଡେ ହୋମ୍‌ ମାଲିକ ପର୍ଯ୍ୟଟକଙ୍କୁ ସହର ଛାଡ଼ିବାକୁ ବୁଝାଇଛନ୍ତି। କୌଣସି ନୂଆ ବୁକିଂ ରଖି ନ ଥିବାବେଳେ ପୁରୁଣା ବୁକିଂ କରିଥିବା ଲୋକଙ୍କୁ ପୁରୀକୁ ଏବେ ନ ଆସିବା ପାଇଁ କହିଛନ୍ତି। ତେବେ ସହରର ବିଭିନ୍ନ ହୋଟେଲ, ଲଜିଂ ଆଦିରେ ରହୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁରୀ ଛାଡ଼ିଛନ୍ତି। ଅନ୍ୟମାନେ ଗୁରୁବାର ସୁଦ୍ଧା ଯିବେ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି। ସେହିପରି ସବୁବେଳେ ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବେଳାଭୂମି ଖଁ। ଖଁ। ରହିଥିବାବେଳେ ରାସ୍ତାଘାଟରେ ବି ଲୋକଙ୍କ ସଂଖ୍ୟା ବେଶ୍‌ କମ୍‌ ରହିଥିଲା।
କରୋନାର ଭୟାବହତାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ କିପରି ସହରରୁ ଖାଲି କରାଯିବ ସେନେଇ ମଙ୍ଗଳବାର ହୋଟେଲ ସଂଘକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ମାଲିକମାନେ କୌଣସି ନୂଆ ବୁକିଂ ରଖି ନ ଥିବାବେଳେ ଯେଉଁମାନେ ପୁରୁଣା ବୁକିଂ କରିଥିଲେ ସେମାନଙ୍କୁ ବର୍ତ୍ତମାନ ପୁରୀ ନ ଆସିବାକୁ କହିଥିଲେ। ଅନ୍ୟପକ୍ଷରେ ବୁଧବାର ବହୁ ସଂଖ୍ୟକ ପର୍ଯ୍ୟଟକ ସହର ଛାଡ଼ିଥିଲେ। ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଯାଇଛି। ବାହାରେ ବୁଲାବୁଲି ନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ତେଣୁ ହୋଟେଲରେ ରହିବା ଅପେକ୍ଷା କରୋନା ଭୟ ନେଇ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମର୍ଥନ ଜଣାଇ ପର୍ଯ୍ୟଟକମାନେ ପୁରୀ ଛାଡ଼ିଥିଲେ।
ତେବେ କୌଣସି ବିଦେଶୀ ପର୍ଯ୍ୟଟକ ଯେପରି ପୁରୀକୁ ନ ଆସିବେ ତାହା ଉପରେ କଟକଣା ଲଗାଯାଇଛି। କିନ୍ତୁ ବୁଧବାର ଆମେରିକାର ୨ଜଣ ପର୍ଯ୍ୟଟକ ପୁରୀରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ସମ୍ପୃକ୍ତ ହୋଟେଲ ପକ୍ଷରୁ ପୋଲିସକୁ ଜଣାଇ ଦିଆଯାଇଥିଲା। ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପହଞ୍ଚତ୍ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ମାତ୍ର ସେମାନଙ୍କଠାରେ କରୋନା ଭୂତାଣୁର କୌଣସି ଲକ୍ଷଣ ନ ଥିବାରୁ ସେମାନଙ୍କୁ ପୁରୀ ଛାଡ଼ିବା ପାଇଁ କୁହାଯାଇଥିଲା। ସମ୍ପୃକ୍ତ ବିଦେଶୀ ନାଗରିକଙ୍କର ଗୁରୁବାର ଫ୍ଲାଇଟ୍‌ ଥିବାରୁ ସେମାନେ ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ଭୁବନେଶ୍ୱର ଫେରିଯାଇଥିଲେ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଳାଭୂମିକୁ ଯିବା ଲାଗି ବାରଣ କରାଯାଇଥିବାରୁ ଦିନତମାମ ଖଁ। ଖଁ। ରହିଥିଲା। ସନ୍ଧ୍ୟାରେ ଯଦିଓ ବେଳାଭୂମିରେ କିଛି ଲୋକ ବୁଲୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ସେମାନଙ୍କୁ ଏକାଠି ନ ହୋଇ ଶୀଘ୍ର ଚାଲିଯିବାକୁ ପୋଲିସ ପକ୍ଷରୁ କୁହାଯାଉଥିଲା। ସେହିପରି ରାସ୍ତାଘାଟରେ ମଧ୍ୟ ଶୂନଶାନ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ...

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri