ପୁରୀରୁ ଧରାପଡିଲେ ସାଇବର ଲୁଟେରା: ଆକାଉଣ୍ଟ, ଏଟିଏମ୍‌ ପିନ୍‌ ହାତେଇ ଲୁଟୁଥିଲେ ଅଭିଯୁକ୍ତ

ମାଲକାନଗିରି, ୨୫।୭(ଡି.ଏନ୍‌.ଏ/ସ୍ବ.ପ୍ର.)
ମାଲକାନଗିରି ପୋଲିସ ସାଇବର ଠକେଇରେ ଜଡିତ ଥିବା ଜଣେ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ପୁରୀରୁ ବୁଧବାର ଗିରଫ କରିଛି। ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ ଦେଖାଇ ଚତୁରତାର ସହ ସେ ଏଟିଏମ୍‌ ପିନ ଓ ଆକାଉଣ୍ଟ ନମ୍ବର ନେଇ ଟଙ୍କା ଲୁଟୁଥିଲେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁବ୍ରତ ମହାପାତ୍ର (୨୩)। ସେ ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଓ ଝାଡଖଣ୍ଡ ରାଜ୍ୟର ଅପରାଧୀଙ୍କ ସହ ତାଙ୍କର ଲିଙ୍କ୍‌ ଥିବା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରକାଶଯେ, କିଛି ମାସ ତଳେ ସୁବ୍ରତ କାଲିମେଳା ଥାନା ଅଧୀନ ଅକ୍ଷୟ ପଣ୍ଡାଙ୍କୁ ଫୋନ କରି ତାଙ୍କର ୨ଲକ୍ଷ ଟଙ୍କା ପୁରସ୍କାର ଉଠିଛି ବୋଲି କହିଥିଲେ। ଏଥିପାଇଁ ଅକ୍ଷୟଙ୍କୁ ଆକାଉଣ୍ଟ ନମ୍ବର ଏବଂ ଏଟିଏମ୍‌ ପିନ୍‌ ମାଗି ତାଙ୍କ ଆକାଉଣ୍ଟରେ ଥିବା ୪୦ ହଜାର ଟଙ୍କା ସୁବ୍ରତ ଉଠାଇ ନେଇଥିଲେ। ସେହିଭଳି ଓର୍କେଲ ଥାନା ଅଞ୍ଚଳର ଜଣଙ୍କ ଆକାଉଣ୍ଟରୁ ମଧ୍ୟ ସୁବ୍ରତ ଟଙ୍କା ଉଠାଇଥିବା ନେଇ ଫେବୃୟାରୀ ୧୨ରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ସୁବ୍ରତଙ୍କ ନାଁରେ ଯାଜପୁର ଜିଲା ବଡ଼ଚଣା ଥାନାରେ ଜୁନ୍‌ ୧୭ରେ କେସ୍‌ ନଂ ୧୩୩/୧୯ରେ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା। ସେହିପରି କଟକର ଚାଉଳିଆଗଞ୍ଚ ଥାନାରେ କେସ୍‌ ନଂ ୭/୧୯ରେ ଜାନୁୟାରୀ ୬ରେ ଏବଂ ପାରଳଖେମୁଣ୍ଡି ଥାନାରେ କେସ୍‌ ନଂ ୧୪୧/୧୯ରେ ୧୮ ତାରିଖରେ ସୁବ୍ରତଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେହିଭଳି ପୁରୀ ସିଂହ ଦ୍ବାର ଥାନାରେ ୪୬/୧୯ରେ ମାମଲା ରହିଛି ବୋଲି ଏସ୍‌ପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଲକାନଗିରି ପୋଲିସ ସୁବ୍ରତଙ୍କ ଆକାଉଣ୍ଟକୁ ସିଲ କରିଛି। ତାଙ୍କଠାରୁ ନଗଦ ୨ ଲକ୍ଷ ୬ ହଜାର ୧୯୪ ଟଙ୍କା ଜବତ କରିଛି। ମାଲକାନଗିରି ସ୍ବତନ୍ତ୍ର ସାଇବର ସେଲ ଇନ୍ସପେକ୍ଟର ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତ ସୁବ୍ରତଙ୍କୁ ଧରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ: ଗୁଡାରିରେ ଆତଙ୍କ

ଗୁଡାରି,୨୬।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲାର ଗୁଡାରି ସହରରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ସୁନା ବ୍ୟବସାୟୀଙ୍କୁ ଡକାୟତ ଗ୍ୟାଙ୍ଗ ମରଣାନ୍ତକ…

ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…

ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri