Posted inରାଜ୍ୟ

ପୁରୀଠାରୁ ୫୧୦ କିଲୋମିଟର ଦୂରରେ ‘ଫନୀ’

ଭୁବନେଶ୍ୱର, ୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫନୀ’ ପୁରୀଠାରୁ ପ୍ରାୟ ୫୧୦ କିଲୋମିଟର ଦୂରରେ ରହିଛି। ଏହା ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୁରୀ ନିକଟରେ ଲାଣ୍ଡଫଲ କରିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଚାନ୍ଦବାଲି ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ହେବ ବୋଲି ଆକଳନ କରାଯାଉଛି। କେତେକ ଅଞ୍ଚଳରେ ପବନ ୨୦୦କିଲୋମିଟର ବେଗରେ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ସମୁଦ୍ରରେ ୧.୫ ମିଟର ଉଚ୍ଚ ଜୁଆର ଉଠିବ ବୋଲି କୁହାଯାଉଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଆଦି ଜିଲାର ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଅଣାଯିବ। ‘ଫନୀ’ମୁକାବିଲା ପାଇଁ ୨୮ ଏନଡିଆରଏଫ ଓ ୨୦ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି। ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ମଧ୍ୟ ବାତ୍ୟା ପାଇଁ ସତର୍କ ରହିଛନ୍ତି। ବାତ୍ୟାକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ୧୦୩ ଟ୍ରେନ ବାତିଲ କରାଯାଇଛି। ସେହିପରି ବାତ୍ୟା ମୁକାବିଲା ପାଇଁ ଭୁବନେଶ୍ୱରରେ ଦମକଳ ବାହିନୀର ୬ ଜଣିଆ ସଦସ୍ୟଥିବା ୫୦ ଟିମକୁ ପ୍ରସ୍ତୁତ ରଖାଯାଇଛି। ‘ଫନୀ’ ପୁରୀ ଜିଲ୍ଲାରେ ଅଧିକ କ୍ଷତି ଘଟାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାହାରୁ ଆସିଥିବା ପର୍ପ୍ୟଟକମାନେ ବାତ୍ୟା ଆସିବା ପୂର୍ବରୁ ନିଜ ନଜ ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri