ପୁଣି ବଢ଼ିଲା ଡ୍ୟାନ୍ସ ବାର୍‌ ଅଡ଼ୁଆ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାର୍‌ ପାଇଁ ଏକ ବଡ଼ ଝଟକା ଲାଗିଛି। ବାର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ ଥିବା କାରଣରୁ ସେଗୁଡ଼ିକୁ ବନ୍ଦ କରିବା ଲାଗି ପୋଲିସ୍‌ ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅଗ୍ନିଶମ ବିଭାଗ ନୋଟିସ ଜାରିକରିଛି। ବାର୍‌ ମାଲିକମାନେ ପୁଣି ଥରେ ଆବେଦନ କରିଲେ ସେମାନଙ୍କୁ ଅନୁମତି ମିଳିବ। ଅଗ୍ନି ନିରାପତ୍ତା ମାନଦଣ୍ଡ ଆଧାରରେ ଆବେଦନ କଲା ପରେ ତାଙ୍କୁ ସାର୍ଟିଫିକେଟ୍‌ ମିଳିପାରିବ ବୋଲି ଡିଜି ଶର୍ମା କହିଛନ୍ତି।
ବାର୍‌ ମାଲିକମାନେ ୨୦୧୮ ଫେବୃୟାରୀରେ ଏହି ଅଗ୍ନିନିରାପତ୍ତା ସାର୍ଟିଫିକେଟ କରିଥିଲେ। ସେସମୟରେ କ୍ଷମତାରେ ନଥିବା ଆସିଷ୍ଟାଣ୍ଟ ଫାୟାର ଅଧିକାରୀ ସେମାନଙ୍କର ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ୍‌ ଜାରି କରିଥିଲେ। ସେହି ସମୟରେ ସାର୍ଟିଫିକେଟ୍‌ ଜାରି କରିଥିବା ଅଫିସର ଏବେ ପୋଲିସ ସ୍କାନରରେ ରହିଛନ୍ତି। କେଉଁ ପରିସ୍ଥିତିରେ ଏହି ସାର୍ଟିଫିକେଟ୍‌ ଦିଆଯାଇଥିଲା, ତାହା ଉପରେ ଏବେ ଖୋଳତାଡ଼ ଜାରି ରହିଥିବା ଡିଜି କହିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ କମିଶନରେଟ ପୋଲିସ ଭୁବନେଶ୍ୱରର ୧୧ଟି ଡ୍ୟାନ୍ସ ବାର୍‌ ଉପରେ ଚଢାଉ କରି ୯୬ ଜଣ ବାର୍‌ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଥିଲା। ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପୁଣି ଡ୍ୟାନ୍ସ ବାର୍‌ ଖୋଲିବାକୁ ଅବକାରୀ କମିଶନର ଅନୁମତି ଦେଇଥିଲେ। ତେବେ ଏଥିପାଇଁ ଅନେକ ଜରୁରୀ ଗାଇଡଲାଇନ୍ସ ମାନିବାକୁ ନିର୍ଦ୍ଦେଶ ରହିଥିଲା। ଯାହା ମଧ୍ୟରୁ ଫାୟାର ସେଫ୍ଟି ଅନ୍ୟତମ। ତେଣୁ ଉଚିତ୍‌ କାଗଜପତ୍ର ପୈଠ କରିବା ପରେ ବାର୍‌ଗୁଡ଼ିକରେ ଡ୍ୟାନ୍ସ କରିବାକୁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri