ପୁଣି ଦବିଲା ଆନନ୍ଦପୁର ବୈତରଣୀ ସେତୁ

ଆନନ୍ଦପୁର,୩୦। ୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ଗୋଟିଏ ପିଲର ଯୋଡେଇ ସ୍ଥାନ ପୁନର୍ବାର ଦବିଯିବା ପରିଲକ୍ଷିତ ହୋଇଛି। ପିଲର ଉପରେ ଥିବା ୨ଟି ସ୍ପାନ୍‌ର ଜଏଣ୍ଟ ସ୍ଥାନ ଏବେ ପ୍ରାୟ ୨ ଇଞ୍ଚ ଉପର ତଳ ହୋଇ ରହିଛି। ରବିବାର ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପୋଲର ସ୍ଥାୟିତ୍ୱ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
୨୦ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନଂ. ରାଜ୍ୟପଥକୁ ସଂଯୋଗ କରୁଥିବା ଏହି ସେତୁ ୧୯୮୬ ମସିହାରେ ନିର୍ମିତ ହୋଇଥିଲା। କେନ୍ଦୁଝର ଓ ଭଦ୍ରକ ଜିଲାକୁ ଗମନାଗମନ କ୍ଷେତ୍ରରେ ଏହି ସେତୁ ସଂଯୋଗ କରଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି। ୨୦୧୮ ଜୁଲାଇ ମାସରେ ସେତୁର ଏହି ପିଲରରୁ ପ୍ରଥମେ ଏକ ବେରିଂ ଖସିପଡିଥିଲା । ସେତୁ ମଝିଭାଗରେ ଥିବା ପିଲରର ଏଭଳି ସ୍ଥିତି ପୋଲର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି କରିଥିଲା। ବେରିଂ ଖସିଥିବା ସ୍ଥାନରେ ବିଭାଗ ତରଫରୁ କାଠ ଗୋଲା ଢିରା ଦିଆଯାଇ ସାମୟିକ ଭାବେ ଏହାକୁ ମରାମତି କରାଯାଇଥିଲା। ପରେ ଚଳିତବର୍ଷ ଗତ ଜୁନ୍‌ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସେତୁ ଉପରେ ସମସ୍ତ ଯାନ ଚଳାଚଳ ବନ୍ଦ ରଖାଯାଇ ଏହାର ମରାମତି କରାଯାଇଥିଲା। ମରାମତି ପରେ ସେତୁ ଉପରେ ଜଏଣ୍ଟ ସ୍ଥାନଗୁଡିକ ଠିକ ହୋଇଥିଲା। ଏବେ ସାଢେ ୩ ମାସ ପରେ ପୁନଶ୍ଚ ସେହି ପିଲର ଯୋଡେଇ ସ୍ଥାନ ଦବିଯିବା ନାନା ଆଶଙ୍କା ସୃଷ୍ଟିର କାରଣ ହୋଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପୂତ୍ତର୍ର୍ ବିଭାଗ ସହକାରୀ ଅଧିକାରୀ ସମୀର କୁମାର ଅଧିକାରୀଙ୍କୁ ପଚାରିବାରୁ ସେ ଏ ନେଇ ଅବଗତ ଥିବା କହିବା ସହିତ ଖୁବ ଶୀଘ୍ର ଏକ ଟେକ୍‌ନିକାଲ ଟିମର ସହାୟତା ନିଆଯାଇ ମରାମତି କାମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭।୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍‌...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri